ଆପଣଙ୍କୁ କରୋନା ହେଇ କି ଯାଇ ସାଇଛି, କେମିତି ଜାଣିବେ ? ଜାଣନ୍ତୁ ଏହି 5 ଟି ଲକ୍ଷଣ

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ବନ୍ଧୁଗଣ ଅନେକ ଲୋକ ମାନଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ପରିଲକ୍ଷିତ ହୋଇଥାଏ ଯାହାଦ୍ୱାରା ସେମାନେ ଜାଣି ପାରି ନ ଥାନ୍ତି କି ସେମାନେ କରୋନା ଆକ୍ରାନ୍ତ ଅଟନ୍ତି କି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ବିଷୟରେ ଜଣାଇବୁ ।

ବନ୍ଧୁଗଣ କରୋନା ଭୁତାଣୁ ଶରୀର ମଧ୍ୟରେ ୧୪ ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ୧୪ଦିନ ମଧ୍ୟରେ ହିଁ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଶରୀର କ୍ରିୟାଶୀଳ ହୋଇଥାଏ ତେବେ ଆପଣଙ୍କ ଶରୀର ରୁ କରୋନ ଭୁତାଣୁ ଖୁବ ଶୀଘ୍ର ଚାଲିଯିବ ଓ ଯଦି ଆପଣଙ୍କ ଶରୀର କ୍ରିୟାଶୀଳ ନ ହୋଇଥାଏ ତେବେ ଏହା ଆପଣଙ୍କ ଶରୀର ରେ ଆହୁରି ଅନେକ ରୋଗ ସୃଷ୍ଟି କରି ଚାଲିଯିବ ।

ଯେପରିକି ନିମୁନିଆ,ହୃଦୟ ଜନିତ ରୋଗ,କିଡ୍ନୀ ଜନିତ ରୋଗ ଇତ୍ୟାଦି ଶରୀର ରେ ସୃଷ୍ଟି ହୋଇଥାଏ । ଯେଉଁମାନଙ୍କ ର କିଛି ଦିନ ପୂର୍ବରୁ ଶ୍ଵାସକ୍ରିୟା କରିବାରେ ଅସୁବିଧା ହେଉଥିଲା,ଥଣ୍ଡା ଜ୍ଵର ଦେଖା ଯାଉଥିଲା,ଶରୀର ରେ ଅମ୍ଳଜାନ ର ମାତ୍ରା କମ ଥିଲା କିମ୍ବା କାଶ ହେଉଥିଲା ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଂଙ୍କୁ କରୋନା ହୋଇ କରି ପୁଣି ଆପଣ ସୁସ୍ଥ ହୋଇ ସାରିଛନ୍ତି ।

ଅନେକ ଲୋକ ଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ପରିଲକ୍ଷିତ ହୋଇଥାଏ ଯାହା ଦ୍ୱାରା ସେମାନେ କରୋନା ଦ୍ଵାରା ଆକ୍ରାନ୍ତ କି ନାହିଁ ତାହା ଜାଣିପାରନ୍ତି ନାହିଁ । ଆମେ କହିବା ଅନୁଯାୟୀ ଯଦି କୌଣସି ଲକ୍ଷଣ ଆପଣଙ୍କ ଠାରେ ପରିଲକ୍ଷିତ ହୋଇସାରିଛି ତେବେ ଆପଣ କରୋନା ଦ୍ଵାରା ସଂକ୍ରମିତ ହୋଇଥିଲେ । ବନ୍ଧୁଗଣ ଶରୀର ରେ ସାଧାରଣ ଭାବରେ ଅମ୍ଳଜାନ ର ସ୍ତର ୯୪ ରୁ ୯୯ ମଧ୍ୟରେ ରହିବା ଆବଶ୍ୟକ ।

ଯଦି ୯୪ ରୁ କମ ହୁଏ ତେବେ ଆପଣଙ୍କ ଠାରେ ଅମ୍ଳଜାନ ର ମାତ୍ରା କମ ଅଛି ବୋଲି ଜାଣି ନିଅନ୍ତୁ ଓ ଯଦି ୯୦ ରୁ କମ ଆସେ ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଂକୁ କରୋନା ହୋଇଥିଲା କି ନାହିଁ ତେବେ ଆପଣ ଲ୍ୟାବ କୁ ଯାଇ ନିଜ ରକ୍ତ ର ଆଣ୍ଟିବଡୀ ପରୀକ୍ଷା କରିବାକୁ କୁହନ୍ତୁ । କାରଣ ରକ୍ତ ରେ ଥିବା ଆଣ୍ଟିବଡୀ କୁ ପରୀକ୍ଷା କରିବା ଦ୍ୱାରା ଆମେ ଜାଣି ପାରିବା ଯେ ଆମକୁ କରୋନା ପୂର୍ବ ରୁ ହୋଇଥିଲା କି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *