କରୋନା ପରେ କିଛି ବି କରି ପାରିବ ନାହିଁ ବ୍ଲାକ ଫଙ୍ଗସ, ଡାକ୍ତର ସଂଜୀବ କଲେ ଏହି ବଡ ଖୁଲାସା , ଜଲ୍ଦି କରନ୍ତୁ ଏହି 3 କାମ

ବର୍ତ୍ତମାନ ଦୁନିଆ ରେ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ।

ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ ।

କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । କୋରନା ପରେ ଆସିଥିବା ବ୍ଲାକ ଫଙ୍ଗସ ବର୍ତ୍ତମାନ ଚିନ୍ତା ର ବିଷୟ ସାଜିଛି । କିନ୍ତୁ ଡାକ୍ତର ଙ୍କ ଅନୁସାରେ ଏହି ଫଙ୍ଗସ ଶରୀର କୁ ବିଶେଷ କ୍ଷତି ପହଞ୍ଚାଇ ନଥାଏ । ଏହି ରୋଗ ସେହି ମାନଙ୍କୁ ହୋଇଥାଏ ଯେଉଁ ମାନଙ୍କ ର ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ । ଯେଉଁମାନେ ବହୁତ ଦୁର୍ବଳ ଥାଆନ୍ତି ଏବଂ ଯେଉଁମାନଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବ ସେହି ମାନଙ୍କୁ ହିଁ ଅଧିକ ଆକ୍ରାନ୍ତ କରିଥାଏ ।

ଏହା କୌଣସି ନୂତନ ରୋଗ ନୁହେଁ ଏହା କରୋନା ର ଆରମ୍ଭ ବେଳୁ ହିଁ ଏହି ରୋଗ ଦେଖା ଦେଇଥିଲା । ଏହି ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା କିନ୍ତୁ ସେତେବେଳେ ଏହା ବହୁତ ଅଳ୍ପ ଲୋକଙ୍କୁ ହୋଇ ଥିବାରୁ ଏହା ମିଡ଼ିଆ କିମ୍ବା ସମ୍ବାଦ ରେ ପ୍ରସାରିତ ହୋଇ ନଥିଲା । କିନ୍ତୁ ବର୍ତ୍ତମାନଏହା ସବୁଆଡେ ବ୍ୟାପିବାରେ ଲାଗିଛି । ଏହି ରୋଗ ଯେଉଁ ଲୋକ ମାନେ କରୋନା ରେ ଆକ୍ରାନ୍ତ ହୋଇ ନିଜର ରୋଗ ପ୍ରତିରୋଧକ ଶକ୍ତି ହରାଇ ଥାଆନ୍ତି ସେହି ମାନଙ୍କୁ ହେବାର ଅଧିକ ସମ୍ଭାବନା ରହିଛି ।

ଏହାଛଡା ଯେଉଁମାନେ ମଧୁମେହ ରୋଗୀ ,ଏଚ ଆଇ ଭି ରୋଗୀ ,କିମ୍ବା କ୍ୟାନ୍ସର ରୋଗୀ ଆଦି ଏହି ଭଳି ରୋଗୀ ମାନଙ୍କୁ ହିଁ ଏହା ହେବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଯେଉଁମାନେ ସୁସ୍ଥ ଅଛନ୍ତି ଏବଂ କୌଣସି ରୋଗ ହୁଏ ନାହିଁ ସେହି ମାନେ ଏଥିପ୍ରତି ଚିନ୍ତା କରିବା କୌଣସି ଆବଶ୍ୟକ ନାହିଁ । ତଥାପି ଆପଣ ସଚେତନ ରହିବା ଆବଶ୍ୟକ ଏବଂ କୋଭିଡ ର ସବୁ ନିୟମ କୁ ମଧ୍ୟ ମାନିବା ଉଚିତ । ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଉତ୍ତମ ଆହାର ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ କୁ ଖାଇବା ଉଚିତ ।

ଏହି ବ୍ଲାକ ଫଙ୍ଗସ୍ ର ଲକ୍ଷଣ ହେଉଛି ଯେଉଁ ଲୋକମାନେ କରୋନା ଭାଇରସ ରୁ ଭଲ ହୋଇ ସାରିବା ପରେ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଛି କିମ୍ବା ନାକ ରେ ଦରଜ ଏବଂ ଫୁଲି ଯାଉଛି । ତେବେ ଏହା ବ୍ଲାକ ଫଙ୍ଗସ୍ ମଧ୍ୟ ହୋଇ ପାରେ । ଏହା ଦ୍ୱାରା ଆପଣ ଙ୍କ ମୁହଁ ଫୁଲି ଯିବ । ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡିପାରେ ତେଣୁ ଆଖି ନଷ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ ।

ଏହା ଆମ ମସ୍ତିଷ୍କ କୁ ମଧ୍ୟ ପ୍ରଭାବିତ କରି ପାରିଥାଏ ଏବଂ ଏହା ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ପାରେ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୋଇ ପାରେ । ତେଣୁ ଯଦି ଆପଣ ଙ୍କୁ ଏହି ଭଳି କିଛି ଲକ୍ଷଣ ଦେଖା ଯାଏ ତେବେ ଆପଣ ତୁରନ୍ତ ନିଜ ଡାକ୍ତର ଙ୍କ ସହ ସାକ୍ଷାତ କରନ୍ତୁ ଏବଂ ପରାମର୍ଶ କ୍ରମେ ନିଜର ଚିକିତ୍ସା କରାନ୍ତୁ ।
ଏବଂ ନିଜର ଇମ୍ୟୁନିଟ ଶକ୍ତି କୁ ବୃଦ୍ଧି କରାଇବା ପାଇଁ ଉତ୍ତମ ଆହାର କୁ ଗ୍ରହଣ କରନ୍ତୁ ।

ଏହି ବ୍ଲାକ ଫଙ୍ଗସ ରୁ ବଞ୍ଚିବା ନିମନ୍ତେ ଚିନ୍ତା ନୁହେଁ ବରଂ ବୁଦ୍ଧି ର ସହିତ କାମ କରିବା ଆବଶ୍ୟକ । ଏଥି ନିମନ୍ତେ ପ୍ରତିଦିନ ଅଧ ଘଣ୍ଟା ବାହାରେ ଖରା ରେ ବସନ୍ତୁ । କାରଣ ଏହା ବନ୍ଦ ଏରିଆ ରେ ହେବାର ଅଧିକ ସମ୍ଭାବନା ରହିଥାଏ । ଏହା ସହିତ ଯେଉଁମାନେ ଅଳସୁଆ ହୋଇଥାନ୍ତି ସେମାନଙ୍କୁ ହେବାର ସମ୍ଭାବନା ମଧ୍ୟ ରହିଛି ତେଣୁ ନିୟମିତ ଏକ୍ସରସାଇଜ ରହିଛି ଏବଂ ନିଜ ବ୍ଲଡ଼ ସୁଗାର ଲେବଲ କୁ ୨୦୦ ରୁ କମ ରଖନ୍ତୁ । ଏପରି କରିବା ଦ୍ୱାରା ହିଁ ଆପଣ ବ୍ଲାକ ଫଙ୍ଗସ ର ସଂକ୍ରମଣ ରୁ ବଞ୍ଚି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *