ଆଜି ଠାରୁ ଶସ୍ତା ହେଲା Petrol ଓ Diesel Price, ଦେଖନ୍ତୁ କେତେ କମିଲା…

ବନ୍ଧୁଗଣ, କିଛି ବର୍ଷ ହେବ ଡିଜେଲ ତଥା ପେଟ୍ରୋଲ ର ଦରଦାମ ବେସ ବଢିବାରେ ଲାଗିଛି । ଏହାଫଳରେ ଘ୍ରାହକ ମାନେ ନାନା ପ୍ରକାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । କାରଣ ଜଣେ ସାଧାରଣ ଲୋକର ଆଜିଭଳି ଦିନରେ ବ୍ୟବସାୟ ବାଣିଜ୍ୟ ରେ ଏତେ ମାତ୍ରାରେ ଆୟ ହେଉନାହିଁ । ଯାହା ଫଳରେ ଅଭାବ ଅନାଟନ ଲାଗି ରହିଛି । ଯାତାୟାତ ନିମନ୍ତେ ଗାଡି ନିଶ୍ଚିତ ଆବଶ୍ୟକ ଏଣୁ ପେଟ୍ରୋଲ ର ଏଭଳି ଚଢା ଦାମ ଦେଖିଲା ବେଳକୁ ଗ୍ରାହକ ଙ୍କ ପାଇଁ ଏହା ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଥାଏ ।

ମାତ୍ର ସୂଚନା ଅନୁଯାୟୀ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଆଶ୍ଵସ୍ତିର ବିଷୟ । କାରଣ କମିଲା ପେଟ୍ରୋଲ ଏବଂ ଡିଜେଲ ଦର । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ ହୋଇଥିବା ବେଳେ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ ହୋଇଛି ।

ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ଶସ୍ତା ହେବ । ସେହିପରି ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହେବ । ସେପଟେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା କମିବ । ରନ୍ଧନ ଗ୍ୟାସ ସିଲଣ୍ଡର ୨୦୦ ଟଙ୍କା କମିବା ୧୨ ଟି ଗ୍ୟାସ ସିଲିଣ୍ଡର ଯାଏ ୨୦୦ ଟଙ୍କା ସବସିଡି ମିଳିବ । ଉଜ୍ଵଳ ଯୋଜନା ରେ ୯ କୋଟି ଲାଭାର୍ଥୀ ଉପକୃତ ହେବେ । ତେବେ ଏହି ଖବର ଗ୍ରାହକ ଙ୍କ ନିମନ୍ତେ ସତରେ ଅଳ୍ପକେ ସାନ୍ତ୍ଵନା ଜନକ ଅଟେ । କାରଣ ଦିନକୁ ଦିନ ସମସ୍ତ ଖାଦ୍ୟପଦାର୍ଥ ର ଏହିଭଳି ଦରଦାମ ବୃଦ୍ଧି ହେବା ସାଙ୍ଗକୁ ପେଟ୍ରୋଲ ଡିଜେଲ ମଧ୍ୟ ବାଦ ପଡୁ ନାହାନ୍ତି ।

ବିଶେଷ କରି ରନ୍ଧନ କରିବା ନିମନ୍ତେ ଗ୍ୟାସ ନିହାତି ଆବଶ୍ୟକ ଏବଂ ଏଭଳି ପରିସ୍ଥିତି ରେ ଜଣେ ସାଧାରଣ ଲୋକର ଯେତିକି ଆୟ ହେଉ ନଥିବା ତାହା ଠାରୁ ଅଧିକ ଖର୍ଚ୍ଚ ହେଉଥିବ । ତେବେ ସରକାର ଙ୍କ ଏଭଳି ଯୋଜନା ରେ କେତେ ଗ୍ରାହକ ଉପକୃତ ହେଉଛନ୍ତି ତାହା ଦେଖିବା ଅପେକ୍ଷାରେ ।

ପେଟ୍ରୋଲ ଡିଜେଲ ଏବଂ ରନ୍ଧନ ଗ୍ୟାସ ର ଦରଦାମ ବୃଦ୍ଧି କୁ ନେଇ ମଧ୍ୟ କେତେ ବିବାଦ ଲାଗିରହିଥିଲା । ତେବେ ସେ ସମସ୍ତ ମଧ୍ୟ ବର୍ତ୍ତମାନ କମିବା ସୁନିଶ୍ଚିତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *