‘ଅନୁଭବ କଣ କହିଛନ୍ତି ମୁଁ ଜାଣିନି, ହେଲେ ସେ…’ Anubhav ଓ Varsha ଙ୍କ ବିବାଦ ମାମଲାରେ କିଛି ଏମିତି କହିଲେ Siddhanta Mahapatra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ । ଭିଡିଓ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭିଡିଓରେ ସେ ତାଙ୍କ ପରିବାର, ସମ୍ପର୍କ ଓ ପଲିଟିକାଲ୍ କ୍ୟାରିୟର ବିଷୟରେ କହିଛନ୍ତି ।

ଏପରିକି ସେ ଭାବବିହ୍ୱଳ ହୋଇପଡ଼ିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ‘ଭଲ ପାଇ ଭୁଲ୍ କଲି । ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ । ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି । ହେଲେ ମୋ ଘରେ କେହିବି ରାଜି ନଥିଲେ । ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ । ୨୦୦୮ ମସିହାରେ ଜଣକୁ ଭଲ ପାଇଲି ।

୨୦୧୪ରେ ତାଙ୍କୁ ବିବାହ କଲି । ତାପରଠୁ କେବେ ବି ଅନ୍ୟ ଝିଅ ସମ୍ପର୍କରେ ଭାବି ନାହିଁ । ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ବି ତାଙ୍କ ଇସାରାରେ ଅନେକ କିଛି କହିଛନ୍ତି ଅନୁଭବ । ଏହି ଭିଡିଓକୁ ଫେସ୍ବୁକ୍ରେ ‘ ଅନୁଭବ ମହାନ୍ତି ଦି ରିଅଲ୍ ହିରୋ ଅଫ କେନ୍ଦ୍ରାପଡ଼ା’ ସେୟାର କରିଛି । ତେବେ ବର୍ତ୍ତମାନ ଏହା ଉପରେ ଓଲିଉଡ ଇଣ୍ଡଷ୍ଟ୍ରି ର ଆଉ ଜଣେ ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏହି ବିଷୟକୁ ନେଇ ପ୍ରଶ୍ନ କରା ଯାଇଥିଲା ।

ତେବେ ସେ ଉତ୍ତରରେ କହିଥିଲେ କି ଭଲ ପାଇବା କେବେ ଭୁଲ ନଥାଏ । ସମାଜରେ ଭଲ ପାଇବା ଯୋଗୁଁ ହିଁ ସବୁକିଛି ରହୁଛି । ତେବେ ପ୍ରକୃତି କୁ ଭଲ ପାଇବା ନିଜ ମାତା ପିତାଙ୍କୁ ଭଲ ପାଇବା କିଛି ଖରାପ କଥା ନୁହେଁ । ତେବେ ହୁଏତ ଭୁଲ ବୁଝାମଣା ହୋଇ ପାରେ । କିମ୍ବା ଜଣେ ଅନ୍ୟ ଜଣଙ୍କୁ ଭୁଲ ବୁଝି ପାରିଥାଏ ଯାହା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ତେଣୁ ଭଲ ପାଇବା କୁ ଦୋଷ ଦେବା ଉଚିତ ନୁହେଁ ।


ତେବେ ସେ ଏହା ମଧ୍ୟ କହିଛନ୍ତି କି ମୁଁ ଜାଣି ନାହିଁ କି ଅନୁଭବ କଣ କହିଛନ୍ତି କାରଣ ମୁଁ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ ତେବେ ତଥାପି ଦୁହେଁ ନିଜ ସମ୍ପର୍କ କୁ ସୁଧାରିବାକୁ ଚେଷ୍ଟା କରନ୍ତୁ ବୋଲି ଆମେ ଆଶା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *