Heavy Rain Alert: ଆଜି ପ୍ରବଳ ଛେଚିବ ବର୍ଷା, ରାଜ୍ୟର 11 ଟି ଜିଲ୍ଲାକୁ Yellow Warning ଜାରି କଲା ପାଣିପାଗ ବିଭାଗ

ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟ ପକ୍ଷରେ ଆସନ୍ତା କାଲି ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଓ ଆନ୍ଧ୍ର ପ୍ରଦେଶ ଉତ୍ତର ଉପକୂଳ ଦିଗରେ ମୁହାଁଇବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନୀ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ଵାସ ଏହି ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଏହି ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଥିବାର ଜଣା ପଡିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ହେବାର ପରିମାଣ କମି ନାହିଁ । ଗତ ପହଡଦିନ ସନ୍ଧ୍ୟା ସମୟରେ କଟକରେ ବହୁତ ଅଧିକ ବର୍ଷା ହୋଇଥିଲା ଓ ବର୍ଷା ହେବା ସହ ବହୁତ ମାତ୍ରାରେ ବିଜୁଳି ମଧ୍ୟ ଗର୍ଜି ଥିଲା । ତେଣୁ ବନ୍ଧୁଗଣ ଆସୁଥିବା ଏହି ବର୍ଷା ପାଇଁ ଯେଉଁ ରାଜ୍ୟ ମାନଙ୍କ ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ସେହି ଜିଲ୍ଲାରେ ରହୁଥିବା ବାସିନ୍ଧା ମାନଙ୍କୁ ସାବଧାନ ରହିବା ଉଚିତ ।

କାରଣ ବର୍ଷା ହେବା ସହ ପ୍ରବଳ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ଅଛି । ତା ହେଲେ ବନ୍ଧୁଗଣ ଏହି ପାଣିପାଗ ଖବରର ସୂଚନା ଅନ୍ୟ ମାନଙ୍କୁ ନିଶ୍ଚୟ ଦିଅନ୍ତୁ ଓ ଆମ ପୋଷ୍ଟ ଆପଣ ମାନଙ୍କୁ କେମିତି ଲାଗିଲା କମେନ୍ତ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *