ଚାଷୀଙ୍କ ପାଇଁ ଖୁସି ଖବର: ଏହି ସବୁ ଜିନିଷ ଥିଲେ ବର୍ଷକୁ ମିଳିବ 12 ହଜାର ଟଙ୍କା ! ଦେଖନ୍ତୁ ଆପଣଙ୍କ ପାଖରେ ଅଛି କି ?

ବନ୍ଧୁଗଣ ଗତ କିଛି ସମୟ ହେବ ଭାରତର ସମସ୍ତ ଚାଷୀ ମାନଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଯଦି ଆପଣ ପିଏମ କିଶାନ ଯୋଜନାର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ତା ହେଲେ ଫଟାଫଟ ଦାଖଲ କରନ୍ତୁ ଡକ୍ୟୁମେଣ୍ଟ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଯଦି ଆପଣ ଡକ୍ୟୁମେଣ୍ଟ ଦାଖଲ କରିବେ ନାହିଁ ତା ହେଲେ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଶାନ କିସ୍ତି ଟଙ୍କା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତି ବର୍ଷ ପ୍ରତ୍ୟକ ହିତାଧିକାରୀଙ୍କ ଆକାଉଣ୍ଟରେ ସରକାର ତିନୋଟି କିସ୍ତିରେ ଜମା କରୁଛନ୍ତି ୬ ହଜାର ଟଙ୍କା । ଏହା କୃଶକ ମାନଙ୍କ ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ବେସ ସହାୟତା କରୁଛି । ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚାଷୀ ମାନଙ୍କ ପାଇଁ ହୋଇଥିବା ଏହି ସୁବିଧାକୁ ଦୁଇଗୁଣ କରିବା ପାଇଁ ମୋଦୀ ସରକାର ଚିନ୍ତା କରୁଛନ୍ତି । ଏବେ ପିଏମ କିଶାନ ଯୋଜନାକୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁ ଛନ୍ତି ।

ବର୍ତ୍ତମାନ ଯେଉଁ ଚାଷୀ ମାନଙ୍କ ନାମରେ ଚାଷ ଜମି ଥିବ ସେହି ମାନେ ହିଁ ପିଏମ କିଶାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ । ଏହାର ଅର୍ଥ ଯେଉଁ ମାନଙ୍କ ପୈତୃକ ଜମିରେ ଭାଗ ଅଛି ସେମାନେ ଆଉ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ । ଯଦି ଆପଣଙ୍କ ପାଖରେ ନିଜ ଜମି ଅଛି ତା ହେଲେ କିଛି କାମ କରିଦେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ । ଯୋଜନାର ଲାଭ ପାଇବା ପାଇଁ ହିତାଧିକାରୀ ମାନେ ଆବେଦନ ଫର୍ମରେ ନିଜ ଜମିର ପ୍ଳଟ ନମ୍ବର ଉଲ୍ଲେଖ କରିବାକୁ ପଡିବ । ଏହା ସହ ନୂଆ ନିୟମ ଗୁଡିକର ପ୍ରଭାବ ପୁରୁଣା ହିତାଧିକାରୀଙ୍କ ଉପରେ ପଡିପାରେ ।

ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କେବଳ ସେହି କୃଶକ ମାନେ ଲାଭବାନ ହୁଅନ୍ତି ଯେଉଁ ମାନଙ୍କ ପାଖରେ ୫ ଏକର ଚାଷ ଜମି ଥାଏ । ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରଥମ କିସ୍ତି ପ୍ରତ୍ୟକ ଆର୍ଥିକ ବର୍ଷର ୧ ଏପ୍ରିଲ ରୁ ୩୧ ଜୁଲାଇ ମଧ୍ୟରେ, ଦ୍ଵିତୀୟ କିସ୍ତି ୧ ଅଗଷ୍ଟ ରୁ ୩୦ ନଭେମ୍ବର ମଧ୍ୟରେ  ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । ତା ହେଲେ ବନ୍ଧୁଗଣ ଯଦି ଆପଣ କିଶାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇବା ପାଇଁ ଚାହୁଁ ଛନ୍ତି ତେବେ ଶୀଘ୍ର ଏହି ସବୁ କାମ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *