Exclusive: ଆଜି ଓଡିଶା କାଶରେ ଦେଖାଗଲା ବିରଳ light, ଆକାଶରୁ ଖସିଲା କି ତାରା ? ଯାହାକୁ ଦେଖି ଭୟରେ ଓଡିଶାବାସୀ

ନମସ୍କାର ଫ୍ରେଣ୍ଡ୍ସ, ତେବେ ଏବେ ଆସିଛି ଏକ ବଡ ଖବର । ଓଡିଶା ଆକାଶରେ ସନ୍ଧ୍ୟା ସମୟରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଏକ ବିରଳ ଉଜ୍ଜ୍ଵଳ ଲାଇଟ ଆଜି ଓଡିଶା ଆକାଶରେ ଦେଖା ଯାଇଥିଲା । ଯାହାକୁ ଦେଖି ଲୋକ ଭୟରେ ଅଛନ୍ତି । ଏହି ବିରଳ ଲାଇଟ ରାଜ୍ୟର ଏକାଧିକ ଜିଲ୍ଲାରେ ସମାନ ଭାବେ ଓ ସମାନ ସମୟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ସାରା ରାଜ୍ୟ ବାସୀ ଭୟଭୀତ ହୋଇ ପଡିଛନ୍ତି ଓ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଛନ୍ତି ।

ତେବେ ଏହି ଲାଇଟ ଟି କେଉଁଠୁ ଆସୁଛି, କଣ ଅଟେ ଓ କିଏ ପକାଉଛି ବୋଲି ସବୁଠାରେ ଚର୍ଚା ଚାଲିଛି । ସମସ୍ତଙ୍କ ମନରେ ଏହି ସମାନ ପ୍ରଶ୍ନ ଆସୁଛି କି କଣ ଅଟେ ଏହି ଲାଇଟ ?ଅନ୍ୟପଟେ ଏନେଇ କୌଣସି ତଥ୍ୟ ନଥିବା କଥା କହିଛନ୍ତି ପ୍ଲାନେଟୋରି ବୈଜ୍ଞାନିକ ଶୁଭେନ୍ଦୁ ପଟନାୟକ । ଆକାଶରେ ଏହି ଲାଇଟ ଦେଖି ଓଡିଶା ବାସୀଙ୍କ ମନରେ ଏବେ ଭୟ ଦେଖିବାକୁ ମିଳିଛି ।

କଣ ଏହା କୌଣସି ବିପଦର ସଙ୍କେତ ଦେଉଛି ବୋଲି ଅନୁମାନ ମଧ୍ୟ କରା ଯାଉଛି  ? କିମ୍ବା ଏହା ମହାକାଶର ଏକ ଜାଗତିକ ଦୃଶ୍ୟ ହୋଇଥାଇ ପାରେ ବୋଲି କୁହା ଯାଉଛି ମଧ୍ୟ । ତେବେ ଲୋକମାନେ ଏହାକୁ ନେଇ କହିଛନ୍ତି କି ସେମାନେ ଆଗରୁ ଏପରି ଦୃଶ୍ୟ କେବେ ବି ଆକାଶରେ ଦେଖି ନଥିଲେ ଅନ୍ୟପଟେ ଅନୁମାନ କରା ଯାଉଛି କି ଏହା କୌଣସି ଉଲ୍କା ପିଣ୍ଡ ହୋଇପାରେ ।

ତେବେ ଏହାକୁ ନେଇ ଜଣେ ଯୁବତୀ କହିଛନ୍ତି କି ଆମେ ଯାଜପୁର ମେଡିକାଲକୁ ଆସିଲା ବେଳେ ଆକାଶରେ ଏକ ଉଜ୍ଵଳ ଆଲୋକ ଦେଖି ଆକର୍ଷିତ ହୋଇଥିଲୁ । ଆମେ କିଛି ସମୟ ସେହି ଠାରେ ଠିଆ ହୋଇ ଆଲୋକଟି କଣ ବୋଲି ଦେଖୁଥିଲୁ । ଆମ ସହିତ ଅନ୍ୟ କିଛି ଲୋକ ମଧ୍ୟ ଠିଆ ହୋଇ ଦେଖୁଥିଲେ । କିଛି ସମୟ ପରେ ଲାଇଟ ଟି ଉଭାନ ହୋଇଗଲା ।

ଆଉ ଜଣେ ଯୁବତୀ ବି କହିଛନ୍ତି କି ଆମେ ରାସ୍ତାରେ ଯାଉଥିବା ସମୟରେ ହଠାତ ସେହି ଲାଇଟ କୁ ଆକାଶରେ ଦେଖିଥିଲୁ । ଲୋକ ମାନେ ଏହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି । କିଛି ଲୋକ ମାନେ ତ ଏକାଠି ହୋଇ ଚିତ୍କାର କରୁଛନ୍ତି । ଗାଁ ର ଲୋକ ମାନେ ଏହାକୁ ଦେଖି ହୁଳହୁଳି ପକେଇ ଘଣ୍ଟ ବଜାଉଛନ୍ତି । ବହୁତ ଲୋକମାନେ ଜାଣି ବି ପାରୁ ନାହାନ୍ତି କି ଏହା କଣ ? ଉଲ୍କା ପିଣ୍ଡ ନା ଧୂମକେତୁ, କିଛି ଜଣା ପଡୁନି । ତେବେ ଆପଣଙ୍କ ମତରେ ଏହା କଣ ହୋଇପାରେ ଆମକୁ ନିଶ୍ଚୟ କମେନ୍ଟ କରି ଜଣାଇବେ ।

Leave a Reply

Your email address will not be published. Required fields are marked *