Vastu Shastra- ଯଦି ସତରେ ଆପଣ ଧନୀ ହେବାକୁ ଚାହାଁନ୍ତି ତ ଆଜି ହିଁ ଘରେ ଏହି ଠାରେ ଲୁଚାଇ ଦିଅନ୍ତୁ ଗୋଟିଏ ଗୁଜୁରାତି

ଆମ ଜୀବନ କୁ ସରସ ସୁନ୍ଦର କରିବା ପାଇଁ ଟଙ୍କା ର ମହତ୍ଵ ରହିଛି । କିଛି ଜିନିଷ ଥାଏ ଯାହାକୁ କରିବା ଦ୍ୱାରା ଆମ୍ଭେମାନେ ଧନୀ ହୋଇପାରିବା । ଗୁଜୁରାତି କୁ ବ୍ୟବହାର କରି ମଧ୍ୟ ଆପଣ ଧନୀ ହୋଇପାରିବେ। ଯାହା ଦ୍ଵାରା ଆପଣଙ୍କ ରୋଜଗାରର ସମସ୍ତ ରାସ୍ତା ଖୋଲିଯିବ । ସମସ୍ତ ଅସୁବିଧା ଦୂର ହେବ । ନିଜର ବେକାରୀ ଜୀବନରେ ଖୁସି ଚାରି ଗୁଣ ହୋଇଯିବ। ହିନ୍ଦୁ ଶାସ୍ତ୍ର ରେ ଲବଙ୍ଗ ଓ ଗୁଜୁରାତି କୁ ବ୍ୟବହାର କରି କିପରି ଲାଭବାନ ହୋଇପାରିବେ ସେହି ସମ୍ପର୍କ ରେ ଅବଗତ କରାଯାଇଛି । ଯାହା ଫଳରେ ଆପଣ ଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଆପଣ ଖୁସି ରେ ଜୀବନ ଅତିବାହତ କରିବେ। ଆପଣ ଙ୍କ ଭାଗ୍ୟ ଆପଣ ଙ୍କ ସାଥ ଦେବ। ଆଜି ଆମେ ଆପଣ ଙ୍କୁ ଏହି ଉପାୟ ବିଷୟ ରେ କହିବୁ । ଧ୍ୟାନ ରଖିବେ ଏହାକୁ କଲାବେଳେ ଆପଣ ଙ୍କୁ କେହି ଯେମିତି ନଦେଖେ । ଏହାକୁ ଆପଣ ସମସ୍ତ ଙ୍କ ଠାରୁ ଲୁଚାଇ କରିବେ। ତା ପରେ ଦେଖନ୍ତୁ ଏହାର ଫଳ ।

ଯଦି ଆପଣ ଙ୍କ ସମୟ ଖରାପ ଚାଲିଛି କିମ୍ବା ଆପଣଙ୍କୁ ଲାଗୁଚି କି ଆପଣ ଙ୍କ ଉପରେ କାହାର ଖରାପ ପ୍ରଭାବ ପଡୁଛି ଯାହା ଫଳରେ ଆପଣ ଙ୍କୁ ସମସ୍ତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, ଆପଣ ଙ୍କ ସାଥ କେହି ବି ଦେଉ ନାହାନ୍ତି ତ ଆପଣ ଙ୍କୁ କିଛି ଉପାୟ ସମ୍ପର୍କ ରେ ଆଜି ଅବଗତ କରାଇବୁ। ଯାହା ଫଳରେ ଆପଣ ଫଳପ୍ରଦ ହୋଇପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କ ରେ।

ପ୍ରଥମେ ଆପଣ ଏକ ସବୁଜ ରଙ୍ଗର ଗୁଜୁରାତି ଆଣି ଆପଣ ଙ୍କ ପୂଜା ଘର ସାମ୍ନାରେ ହାତ ଯୋଡ଼ି ବସିଯାନ୍ତୁ ଓ ଧ୍ୟାନ ମଗ୍ନ ହୋଇ ଓଁ ଶ୍ରିଂ ଶ୍ରିୟେ ନମଃ ୧୦୮ ଥର ଏକ ମାଳା ଜପ କରିଦିଅନ୍ତୁ। ଏହି ମନ୍ତ୍ର ଜପ କଲାବେଳେ ଯେପରି ଆପଣଙ୍କୁ କେହି ହଇରାଣ ନକରନ୍ତି କି ଆପଣଙ୍କୁ କେହି ନ ଦେଖନ୍ତି ଏହି କଥାର ଧ୍ୟାନ ରଖନ୍ତୁ । ଜପ କଲା ପରେ ସେହି ଗୁଜୁରାତି କୁ ଆପଣ ଙ୍କ ଡାହାଣ ହାତର ମୁଠି ରେ ବନ୍ଦ କରି ରଖନ୍ତୁ।

ତା ପରେ ଏହାକୁ ହାତରେ ଧରି ନିଜ ଘର ଭିତରେ ୭ ଥର ବୁଲିଯାନ୍ତୁ । ବୁଲି ସାରିବା ପରେ ସେହି ପୁଜା ଘର ସାମ୍ନାରେ ଆସି ବସନ୍ତୁ ଓ ଏକ ଲାଲ ରଙ୍ଗର କପଡ଼ା ଆଣି ସେହି ଗୁଜୁରାତି କୁ ବାନ୍ଧି ଦିଅନ୍ତୁ । ଏହି ପୁଟୁଳି କୁ ବାନ୍ଧିବା ପାଇଁ ଏକ ଲାଲ ରଙ୍ଗର ସୂତା ବ୍ୟବହାର କରନ୍ତୁ। ଏହି ଗୁରୁରାତି ବନ୍ଧା ପୁଟୁଳିକୁ ଘର ର ଏକ ଏହିପରି ଜାଗାରେ ଲୁଚାଇ ଦିଅନ୍ତୁ ଯେମିତି ଏହାକୁ କେହି ନ ଦେଖିବେ ।

ଯେମିତି ଘର ର କୌଣସି ସଦସ୍ୟ ଏହାକୁ ନ ଦେଖନ୍ତି କି ଏହାକୁ କେହି ଯେମିତି ନ ପାଇ ଯାଆନ୍ତି । ଏହି ଉପାୟ କୁ ଆପଣ ଯେକୌସି ଦିନ କରିପାରିବେ। ମନେରଖନ୍ତୁ ଏହି ଉପାୟ କରିବାର ୨୧ ଦିନ ପରେ ସେହି ପୁଟୁଳି କୁ ଆଣି ପାଣିରେ ବିସର୍ଜନ କରିଦିଅନ୍ତୁ। ଯଦି ଆପଣ ଏହାକୁ ବିସର୍ଜନ କରିବାକୁ କୌଣସି ପାଣି ଜାଗା ପାଉନାହାନ୍ତି ତ ଏହାକୁ କୌଣସି ଗଛ ତଳେ ପୋତି ଦିଅନ୍ତୁ। ଯଦି ଏହାକୁ ଆପଣ ଓସ୍ଥ ଗଛ ତଳେ ପୋତନ୍ତି ତ ଆପଣ ବହୁତ୍ ଶୁଭଫଳ ଲାଭ କରିବେ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *