Odia Jokes- ଗୋଟିଏ ପାଗଳ ଆଇନାରେ ନିଜକୁ ଦେଖି ଭାବିବାକୁ ଲାଗିଲା, ଆରେ ମୁଁ ୟାକୁ କଉଠି ଦେଖିଛି, ବହୁତ ସମୟ ଧରି ଭାବି ଭାବି କହିଲା…

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Jokes 1
ପପୁ- ‘ଯିଏ ଡରିଗଲା ସିଏ ମରିଗଲା’ ଏହି ଲୋକକଥା କେମିତି ତିଆରି ହେଲା ?
ଗପୁ- ମତେ ଜଣା ନାହିଁ, ତୁ କହ

ପପୁ- ଜାପାନ ରେ ଦୁଇ ଭାଇ ରହୁଥିଲେ, ଗୋଟିଏ ର ନାମ ଥିଲା ‘ଯିଏ’ ଆଉ ଗୋଟିଏ ର ନାମ ଥିଲା ‘ସିଏ’ ।

ଦିନେ ‘ଯିଏ’ କୁ ବାଥରୁମ ରେ ଭୁତ ଦେଖାଗଲା ଓ ସେ ଡରିଗଲା

ଓ ‘ସିଏ’ ଦଉଡି ଦଉଡି ବାଥରୁମ କୁ ଆସିଲା ଓ ଭୂତକୁ ଦେଖି ତାର ହାର୍ଟ ଫେଲ ହେଇଗଲା ଓ ‘ସିଏ’ ମରିଗଲା

ବାସ ସେବେଠାରୁ ଏହି ଲୋକକଥା ହେଲା କି ‘ଯିଏ ଡରିଗଲା ସିଏ ମରିଗଲା’

Jokes 2

ଦିନେ ବାପା ପୁଅର ତଲାସି ନେଲେ,

ପକେଟ ରୁ ସିଗରେଟ, ବିୟର ଓ ଝିଅମାନଙ୍କ ନମ୍ବର ବାହାରିଲା

ବାପା ପୁଅକୁ ବହୁତ ମାରିଲେ, ଓ ପଚାରିଲେ ଏସବୁ କେବେଠୁ ଚାଲିଛି ?

ପୁଅ (କାନ୍ଦି କାନ୍ଦି)- ପାପା ଏ ଜ୍ୟାକେଟ ତ ତୁମର

Jokes 3

ପାପା- ପୁଅ ତୋ ରେଜଲ୍ଟ ର କଣ ହେଲା

ପପୁ – ପାପା 80 % ଆସିଛି

ପାପା – କିନ୍ତୁ, ମାର୍କସିଟ ରେ ତ 40 % ଲେଖା ହେଇଛି ?

ପପୁ- ବାକି 40 % ଆଧାର କାର୍ଡ ଲିଙ୍କ ହେଲେ ସିଧା ଆକାଉଣ୍ଟ କୁ ଆସିବ

Jokes 4

ମହିଳା- ମୋ ସ୍ଵାମୀ ଗୋଟିଏ ସପ୍ତାହ ହେଲା ଗାୟବ ଅଛନ୍ତି …

ପୋଲିସ- ତାଙ୍କର କୌଣସି ସନ୍ତକ ଅଛି ?

ମହିଳା- ହଁ ଅଛି ନା, ଏ ପପୁ 6 ବର୍ଷର ଅଟେ

ଓ ଏ ଗପୁ 4 ବର୍ଷର ଅଟେ

Jokes 5

ଆକବର- ବୀରବଲ ମତେ ଗୋଟେ କଥା କୁହ !

ଆମ ଷ୍ଟାଫ ମାନଙ୍କ ଭିତରୁ ସବୁଠୁ ଅଧିକ ପରିଶ୍ରମ କରୁଥିବା ମଣିଷକୁ କେମିତି ଚିହ୍ନିବା ?

ବୀରବଲ- ମହାରାଜ, ମୁଁ ଏବେ ଯାଇ ସମସ୍ତଙ୍କୁ ଡକେଇ ଆଣୁଛି,

ତା ପରେ ଆପଣଙ୍କୁ କହୁଛି !

ବୀରବଲ ସେହି ସମୟରେ ସମସ୍ତଙ୍କୁ ଡାକି ଆଣିଲା ଓ ଜଣଙ୍କର ହାତ ଧରି କହିଲା

‘ମହାରାଜ ଏହି ଅଟେ ସେହି ମଣିଷ’

ଆକବର – ତୁମେ କେମିତି ଏହି ମହାନ ବ୍ୟକ୍ତି କୁ ଚିହ୍ନିଲ ?

ବୀରବଲ- ମହାରାଜ ! ମୁଁ ୟାର ମୋବାଇଲ ଏବେ ଚେକ କରିଛି,

ୟାର ମୋବାଇଲରେ ବ୍ଯାଟେରୀ 98% ଅଛି !!

Jokes 6

ଗୋଟିଏ ପାଗଳ ଆଇନାରେ

ନିଜକୁ ଦେଖି ଭାବିବାକୁ ଲାଗିଲା…

ଆରେ ମୁଁ ୟାକୁ କଉଠି ଦେଖିଛି…

ବହୁତ ସମୟ ଧରି ଭାବି ଭାବି…

ଧେତ ତେରି କି ଇଏ ତ ସେହି ଲୋକ ଯିଏ

ସେଦିନ ମୋ ସହିତ….ସେଲୁନ ରେ ବାଳ କାଟୁଥିଲା

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *