‘ଆଜି କାଲି ଭଲ ପାଇବା ମାନେ ହେଉଛି ଫିଜିକାଲ ହେଇଯିବା, ଏହାକୁ କୁହାଯାଉଛି ଭଲ ପାଇବା ହେଲେ ସେମାନେ ବୁଝନ୍ତି ନାହିଁ କି…’

ବନ୍ଧୁଗଣ, ପ୍ରେମିକ ପେମିକା କୁ ଜୀବନରୁ ମାରି ତାକୁ 35 ଖଣ୍ଡ କରିଦେଇଛି । ମାତ୍ର ଏହି ଘଟଣା ଟି ସଂପୂର୍ଣ୍ଣ ଭାବରେ ଲୋକ ମାନଙ୍କୁ ଡରାଇ ଦେଇଛି । ପୁଅ ଝିଅ ଲିଭ ଇନ ରେ ରହୁଥିଲେ । ପୁଅ ମୁସଲମାନ ଏବଂ ଝିଅ ହିନ୍ଦୁ । ମାତ୍ର ପ୍ରେମରେ ଜାତି ବର୍ଣ୍ଣ ଧର୍ମ କିଛି ଦେଖାଯାଇନଥାଏ । ପ୍ରେମ ର ଅର୍ଥ ହେଉଛି ତ୍ୟାଗ ଯଦି ଝିଅ ଟି ବିବାହ ନିମନ୍ତେ ମନା କରୁଥିଲା ତେବେ ଏଭଳି ତାର ଜୀବନ ନେଇ ତାକୁ 35 ଖଣ୍ଡ କରି ଅଲଗା ଅଲଗା ଜାଗାରେ ରଖିବା କେତେ ଦୂରେ ସମ୍ଭବ ? ଏହାର ଅର୍ଥ ତାହା ପ୍ରେମ ନଥିଲା ।

ଗୋଟେ ହିଂସାତ୍ମକ ଥିଲା ଏବଂ ଆଉ ଗୋଟିଏ ଥିଲା ସ୍ଵାର୍ଥବାଦୀ । ଗୋଟିଏ ଝିଅ ନିଜ ବାପା ମା’ ଙ୍କୁ ଛାଡି ଆସି ପୁଅ ପାଖରେ ରହିଲା ଅର୍ଥ ସେ ଚିନ୍ତା କରିଲା ଯେ ପ୍ରେମିକ ଜଣକ ତା ପାଇଁ ସବୁକିଛି । କିନ୍ତୁ ଆଜିକା ଦିନରେ ଭଲ ପାଇବା ଅର୍ଥ ହେଉଛି ଫିଜିକାଲ ଆଟାକମେଣ୍ଟ ହୋଇଯିବା । ଏହାକୁ କୁହାଯାଉଅଛି ଭଲ ପାଇବା । କିନ୍ତୁ ଏହା ଭଲ ପାଇବା ନୁହେଁ । ଏହା ହେଉଛି ଏକ ଆଟ୍ରାକ୍ସନ ।

ବର୍ତ୍ତମାନ ଜେନେରେସନ ଯାହା ଚାଲିଛି ଆମ ଚତୁର୍ପାଶ୍ଵରେ, ଏଥିରୁ ଯୁବପିଢୀ ଯାହା ଶିଖିବା କଥା ଶିଖିବେ ଏଥିରେ ଅଧିକ କ’ଣ କୁହାଯିବ ? ଅଧିକ କିଛି କୁହାଯାଇପାରିବ ନାହିଁ । ଦୋଷ ରହୁଛି ସମସ୍ତଙ୍କ ଭିତରେ କେବଳ ପୁଅ କି କେବଳ ଝିଅ କୁ ପର୍ଟିକୁଲାର ଦୋଷ ଦିଆଯିବନାହିଁ । ବର୍ତ୍ତମାନ ବୟସ ହୋଇନାହିଁ ଯେ ଆପଣ ମାନେ ଲିଭ ଇନ ରେ ରହିବେ ।

ଲିଭ ଇନ ରେ ରହିବା ପାଇଁ ହେଲେ ମାଇଣ୍ଡ ମ୍ୟାଚୁରୀଟି ଆବଶ୍ୟକ । ମେଣ୍ଟାଲିଟି ନ ମିଶିବା ପର୍ଯ୍ୟନ୍ତ ଆପଣ ଲିଭ ଇନ ରେ ରହିବେନାହିଁ । ମାତ୍ର ସୁପ୍ରିମ କୋର୍ଟ କରିଦେଇଛନ୍ତି ଲିଭଇନରେ ରହି ପାରିବେ । ଏଣୁ ପିଲା ରହିଲେ ଏବଂ ପୁଣି ମଡର ହେଲା ବର୍ତ୍ତମାନ ଆଗକୁ କେଉଁ ଆଇନ ବାହାରୁଛି ତାହା ଦେଖିବା ବାକି ରହିଲା ।

ପ୍ରେମ କୁ ପିଲାମାନେ ପ୍ରେମ ହିସାବରେ ଦେଖୁନାହାଁନ୍ତି । ବର୍ତ୍ତମାନ ଏହାକୁ ସାଟିସଫ୍ୟାକ୍ସନ ଭାବରେ ଦେଖୁଛନ୍ତି । ବର୍ତ୍ତମାନ କାହାକୁ ଭଲ ପାଇବା ପୂର୍ବରୁ 35 ଥର ନୁହେଁ ବରଂ 70 ଥର ଭାବିବାକୁ ପଡିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *