ସ୍ଵାମୀ ଙ୍କୁ ଭଡାରେ ଲଗାଇ ସ୍ତ୍ରୀ ହେଲେ ଲକ୍ଷପତି, ଦିନକୁ କେତେ ଟଙ୍କା ରୋଜଗାର କରୁଥିଲେ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଯେତେବେଳେ ସାରା ବିଶ୍ଵ ରେ କୋରନା ମହାମାରୀ କାୟା ବିସ୍ତାର କରିଥିଲା ସେତେବେଳେ ଅନେକ ଲୋକଙ୍କ ଆର୍ଥିକ ପରିସ୍ଥିତି ବିଗିଡି ଯାଇଥିଲା । ସାଧାରଣ ଲୋକଙ୍କ ପାଇଁ ଚାଲିବା କଷ୍ଟକର ହୋଇଯାଇଥିଲା । ଏହି ସମୟରେ ଆର୍ଥିକ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଅନେକ ଲୋକ ନିଜ ନିୟମିତ ପେସା ଛାଡି ବିଭିନ୍ନ ଧନ୍ଦା କରି ପରିବାର ଚଳାଇଲେ । ଏଭଳି ଏକ ବିପରୀତ ପରିସ୍ଥିତି ରେ ପୁରୁଷ ଙ୍କ ଅପେକ୍ଷା ମହିଳା ମାନେ ଅଧିକ ଚିନ୍ତାରେ ପଡିଗଲେ ।

କାରଣ ଅଧିକାଂଶ ରୋଜଗାର କ୍ଷମ ବ୍ୟକ୍ତି ନିଜ ରୋଜଗାର ହରାଇ ମାନସିକ ବିଷାଦ ମଧ୍ୟରେ ଗତି କରୁଥିବା ବେଳେ ପରିବାର କିପରି ଚଳାଇବେ ? ସେହି ଚିନ୍ତା ମହିଳା ମାନଙ୍କୁ ଘାରୁଥିଲା । ତେଣୁ ନିଜକୁ ହାଉସୱାଇଫ କହୁଥିବା ଅନେକ ମହିଳା ଏହି ସମୟରେ ନିଜେ ରୋଜଗାର କରିବାକୁ ଚିନ୍ତା କରିଲେ । ଆଉ ଆଜି ଆମ୍ଭେ ଏଭଳି ମହିଳା ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି କରୋନା ସମୟରେ ଆର୍ଥିକ ପରିସ୍ଥିତି କୁ ସମ୍ଭାଳିବାକୁ ଯାଇ ଏକ ଅଜବ ଉପାୟ ଚିନ୍ତା କରିଥିଲେ ।

ସେ କେବଳ ଚିନ୍ତା କରି ନଥିଲେ ବରଂ ଏହାକୁ କାମରେ ମଧ୍ୟ ଲଗାଇଥିଲେ । ଏହି ମହିଳା ଙ୍କ ନାମ ହେଉଛି ଲରା ୟଙ୍ଗ । ଏବଂ ସେ ଲଣ୍ଡନ ରେ ରୁହନ୍ତି । କରୋନା ସମଯରୁ ପରିବାରର ବଜେଡ ସମ୍ଭାଳିବାକୁ ଯାଇ ଏକ ଉପାୟ ଆପଣାଇଛନ୍ତି ଲରା । ଏହି ମହିଳା ଜଣକ ନିଜ ସ୍ଵାମୀ ଙ୍କୁ ଭଡା ରେ ଲଗାଇଥିଲେ । ଏଥି ନିମନ୍ତେ ସେ ଏକ ୱେବସାଇଟ ମଧ୍ୟ ତିଆରି କରିଥିଲେ ।

ଯିଏ ତାଙ୍କ ସ୍ଵାମୀ ଙ୍କୁ ଭଡାରେ ନେବା ପାଇଁ ଚାହିଁବେ, ସେଥିପାଇଁ ଭାରତୀୟ ମୁଦ୍ରାରେ ତାଙ୍କୁ ୭ ହଜାର ଟଙ୍କା ଗଣିବାକୁ ହେବ । ଯଦି ଗୋଟିଏ ବେଳା ଆପଣ ଲୋରା ଙ୍କ ସ୍ଵାମୀ ଙ୍କୁ ନେବେ, ଏଥିପାଇଁ ଆପଣଙ୍କୁ ୩ ହଜାର ୩୬୫ ଟଙ୍କା ଦେବାକୁ ହେବ । ତାଙ୍କୁ ନେବା ପାଇଁ ଇଛା କରୁଥିବା ଲୋକଙ୍କୁ ପ୍ରଥମେ ୱେବସାଇଟରେ ରେଜିଷ୍ଟେସନ କରିବା ପାଇଁ ପଡିବ ।

ଏବଂ ସେଥିରେ ଲେଖା ଯାଇଥିବା ସମସ୍ତ ନିୟମ ମାନିବାକୁ ପଡିବ । ଲୋରା ଙ୍କ ସ୍ଵାମୀ ଙ୍କ ବୟସ ବର୍ତ୍ତମାନ ୪୧ ବର୍ଷ । ଯେ କୌଣସି ଘର କାମ ଅଥବା ଅଫିସ କାମରେ ତାଙ୍କୁ ନିୟୋଜିତ କରି ପାରିବେ ଭଡାରେ ନେଉଥିବା ବ୍ୟକ୍ତି । ମାତ୍ର ତାଙ୍କୁ କୌଣସି ଖରାପ କାମ ରେ ଲଗାଇ ପାରିବେ ନାହିଁ ବୋଲି ଚୁକ୍ତି ରେ ଉଲ୍ଲେଖ ରହିଛି । ଲୋରା ୟଙ୍ଗ ଙ୍କ ଏଭଲି ଉପାୟରେ ତାଙ୍କ ସ୍ଵାମୀ ମଧ୍ୟ ଖୁସି ଅଛନ୍ତି । କାରଣ ସେ ନିଜ ଅଫିସ କାମ କରିବା ସହିତ ଭଡା ରେ ଅନ୍ୟ ମାନଙ୍କ ଘରେ ଯାଇ କାମ କରୁଛନ୍ତି ।

ଏହାଦ୍ଵାରା ସେ ନିଜ ପରିବାର ନିମନ୍ତେ ଅଧିକ ରୋଜଗାର ମଧ୍ୟ କରିପାରୁଛନ୍ତି । ଲୋର କହିଛନ୍ତି ଯେ ସେମାନେ ସମୟର ସଦ ଉପଯୋଗ କରୁଛନ୍ତି । ବର୍ତ୍ତମାନ ତାଙ୍କର ଏହି ବ୍ୟବସାୟିକ ଉପାୟ କୁ ନେଇ ବର୍ତ୍ତମାନ ସାରା ବିଶ୍ଵରେ ପ୍ରଶଂସା ର ଅଧିକାରୀ ହୋଇଛନ୍ତି ଏହି ଦମ୍ପତ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *