Weather Update: ଆଜି ବି ଝଡ ପବନ ସହ ପ୍ରବଳ ବର୍ଷିବ, ରାଜ୍ୟର ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ବି ଝଡ ବର୍ଷା ! ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ତୁହାକୁ ତୁହା ବର୍ଷା ଓଜାଡୁଛି । ତେବେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ପବନର ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ହେଉଛି । ତେବେ ରାଜଧାନୀ ସମେତ ଓଡିଶାର ବହୁ ଗୁଡିଏ ଜିଲ୍ଲାରେ ଗତ କାଲି ଠାରୁ ସାଂଘାତିକ ଧରଣର ବର୍ଷା ଅନୁଭୂତ ହେଉଛି । ଯାହାକି ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ଦ୍ଵାରା ସୂଚିତ ମଧ୍ୟ କରଯାଇଥିଲା ।

ପାଣିପାଗ ବିଭାଗର ଆଜି ଠାରୁ ୧୭ ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ନିଙ୍ଗ ଜାରୀ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ଢେଙ୍କାନାଳ ତଥା ଆଖ ପାଖ ଏରିଆରେ ମଧ୍ୟ କୁଆ ପଥର ସହିତ ବର୍ଷା ନିର୍ଦ୍ଧୂମ ଭାବରେ ହୋଇଛି । ଯାହାକୁ ନେଇ ସାଧାରଣ ଜନ ଜୀବନ ସଂପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ ହୋଇଯାଇଛି । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ଭୁବନେଶ୍ବର, କଟକ, ବାଲେଶ୍ଵର, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଙ୍ଗ ଜାରୀ କରିଛି ।

ତେବେ ଏହି ସମସ୍ତ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିବାର ମଧ୍ୟ ଯଥେଷ୍ଟ ଅଧିକ ସମ୍ଭାବନା ରହୁଛି । ଏହି ସବୁ ଜିଲ୍ଲା ମାନଙ୍କରେ ୭ ସେମି ରୁ ୧୧ ସେମି ବର୍ଷା ହେବାର ସଂଭାବ୍ୟତା ସୂଚନା ମିଳିଛି । ତେବେ ଏପ୍ରିଲ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଓଡିଶା ବ୍ୟାପୀ ବହୁ ସ୍ଥାନରେ ବର୍ଷ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସମ୍ଭାବନା ରହୁଛି ।

ତେବେ ଏପ୍ରିଲ ପ୍ରଥମ ସପ୍ତାହଟି ବର୍ଷା ହେବା ସହ ଆଗାମୀ ସମୟ ମଧ୍ୟରେ ବର୍ଷାର ସମ୍ଭାବନା ରହିପାରେ ମଧ୍ୟ ସୂଚିତ ହେଉଛି । ତେବେ ଆସନ୍ତା କାଲି ମଧ୍ୟ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବରେ ବର୍ଷାର ସମ୍ଭାବ୍ୟତା ରହିଅଛି । ତେବେ ଖାଲି ବର୍ଷ କାହିଁକି ବର୍ଷା ସହିତ ପବନ ମଧ୍ୟ ପ୍ରବାହିତ ହୋଇବ । ଏହା ସହ ଘଡଘଡି ଓ ବିଜୁଳିର ମଧ୍ୟ ଅନେକ ସ୍ଥାନରେ ବହୁ ପରିମାଣରେ ପାଦୁର୍ଭାବ ଦେଖା ଦେବ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ପାଣିପାଗ ବିଭାଗ ପକ୍ଷରୁ ଅଧିକ ସୂଚନା ପାଇବା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *