ବନ୍ଧୁଗଣ, ଆମ୍ଭ ଦେଶର ରାଷ୍ଟ୍ରପତି ପଦରେ ବସିବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ଙ୍କ ଏକମାତ୍ର କନ୍ୟା ଇତିଶ୍ରୀ ମୁର୍ମୁ କିଛି ଏଭଳି କହିଛନ୍ତି ଯାହା ଆପଣ ଶୁଣିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଇତିଶ୍ରୀ କହିଛନ୍ତି ଯେ ଆମ୍ଭେ କାଲି ମି-ଡି-ଆ ମଧ୍ୟମରୁ ଜାଣିବାକୁ ପାଇଲୁ । ଏବଂ ଯେତେବେଳେ ଜେପି ନୋଡା ଙ୍କ ଫର୍ମାଲ ଆନାଉସମେଣ୍ଟ ହେଲା,ସେଥିରୁ ଆମ୍ଭେ ଜାଣିଲୁ ।
ସେ କହିଛନ୍ତି ମାଟି ରାସ୍ତାରୁ ଯାଇ ରାଜରାସ୍ତା ରେ ପହଞ୍ଚିବା ହିଁ ଆମ୍ଭ ପାଇଁ ଏହା ଗୋଟିଏ ସ୍ଵପ୍ନ ର କଥା । ଆଉ ଝିଅ ଇତି କହିଛନ୍ତି ଯେ ମା’ ତାଙ୍କ ନିଜର ହାର୍ଡୱର୍କ ତଥା ଡେଡିକେସନ ଦେଇଥିଲେ ନିଜ କର୍ମ କୁ ହିଁ ଜୀବନ କରିଥିଲେ । ମାତ୍ର ତାହାର ଫଳ ସେ ପାଇବେ ଏହି ରୂପରେ ତାହା ଆମ୍ଭେ ଭାବିନଥିଲୁ ।
ତେବେ ୨୦ ତାରିଖ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମଦିନ ଥିଲା ଏବଂ ୨୧ ତାରିଖ ଏହି ଖୁସି ଖବର ଉଭୟ ମା’ ଝିଅ ଶୁଣି ବହୁତ ଉଲ୍ଲସିତ ହୋଇଗଲେ । ଇତି କହିଛନ୍ତି ଯେ ତାଙ୍କ ମା’ ଯେତେବେଳେ ତାଙ୍କ ପାଖକୁ ଗଲେ ସେତେବେଳେ ସେ ଗୋଟିଏ କ୍ଲାରିକାଲ ପୋଷ୍ଟ ରେ ଥିଲେ ଏବଂ ସେହି ସମୟରେ ସେ ପ୍ରୋମୋଶନ ପାଇଲେ । ବର୍ତ୍ତମାନ ସେ ଛୁଟିରେ ଅଛନ୍ତି । ମା’ ବହୁତ ଷ୍ଟ୍ରୋଙ୍ଗ ଅଛନ୍ତି ।
ଦ୍ରୌପଦୀ କହିଥିଲେ ଯେ ମୋର ଦୁଇଟି ପୁଅ ଚାଲିଯାଇଛନ୍ତି କିନ୍ତୁ ବର୍ତ୍ତମାନ ମୋ ପାଖରେ ମୋ ଝିଅ ଅଛି । ଏହାପରେ ଉଭୟ ମା’ ଝିଅ ପରସ୍ପରର ଚେହେରାକୁ ଦେଖି ଦିନ କାଟୁଥିଲେ । ମାତ୍ର ମଣିଷ ମାତ୍ରେ ହିଁ ଦୁଃଖ ବର୍ତ୍ତମାନ ଯେତେବେଳେ ଆମ୍ଭ ପାଖରେ ବାପା ଏବଂ ଦୁଇ ଭାଇ ନାହାନ୍ତି ଏହି ଖୁସିର ଅବସରରେ ଆମ୍ଭେ ତାଙ୍କୁ ମନେ ପକାଇ ଦୁଃଖୀ ହେଉଛୁ ଯେ ସେ ଥିଲେ ଖୁସି ଦୁଇଗୁଣ ହୋଇଥାନ୍ତା ।
ମାତ୍ର ମା’ ନିଜ ଜୀବନରେ ବହୁତ କିଛି ହରାଇ ସାରିଛନ୍ତି ତେବେ ବର୍ତ୍ତମାନ ଅଭିମାନ ର ମାନ କୁ ରଖିବାକୁ ତାଙ୍କ ପାଖରେ କିଛି ନାହିଁ । ଝିଅ ଇତି କହିଛନ୍ତି ଯେ ମା’ ଯେତେବେଳେ ଗଭର୍ନର ଥିଲେ ସେତେବେଳେ ମଧ୍ୟ ମୁଁ ଚାକିରି କରିଥିଲି ଏବଂ ମୋ ମା’ ପାଠ ପଢାଇ ଏଥିପାଇଁ ମଣିଷ କରିଛନ୍ତି ଯେ ମୁଁ ନିଜ ଗୋଡରେ ନିଜେ ଛିଡା ହୋଇପାରେ । ତେବେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।