ଦୁଇ ଭଉଣୀ ଦୁଇ ପ୍ରେମିକ କାହାର ବି ହେଇନି ଭୋଟର କାର୍ଡ ଅର୍ଥାତ ଏମାନଙ୍କ ବୟସ କେତେ ଆପଣ ଜାଣି ପାରୁଥିବେ । ରାତି ଅଧରେ ଧରା ପଡିଛନ୍ତି ଏହି 4 ଜଣ ଆଉ ଏବେ ସେହି ଦୁଇ ଭଉଣୀ ବାହା ହେବା ପାଇଁ ଜିଦ ଧରିଛନ୍ତି । ଦୁଇ ଭଉଣୀ ଯାଇ ବସିଛନ୍ତି ପ୍ରେମିକଙ୍କ ଘର ଆଗରେ । ଦୁଇ ଭଉଣୀ ପ୍ରେମିକ ଘର ଆଗରେ ବସି ଧାରଣା ଦେଇଛନ୍ତି । ଗୋଟିଏ ଜିଦ ଆମ ଦୁଇ ଭଉଣୀଙ୍କୁ ସ୍ତ୍ରୀର ମାନ୍ୟତା ଦିଆଯାଉ ଆମକୁ ଘର ଲୋକେ କି ଗାଁ ଲୋକେ ଗ୍ରହଣ କରୁ ନାହାନ୍ତି ।
ବନ୍ଧୁଗଣ ରାତିରେ ଯୁବତୀଙ୍କ ଘରେ ପଶିଥିଲେ ଦୁଇ ଯୁବକ । ଦୁଇ ଯୁବକ ଆଉ ଦୁଇ ଯୁବତୀଙ୍କୁ ଧରି ନେଇଛନ୍ତି ଗାଁ ଲୋକେ । ତା ପରେ ଗାଁ ଲୋକ ସେମାନଙ୍କ ବିରୋଧରେ ଥାନାରେ କେସ ଦେଲେ । ଆଉ ଏବେ ଦୁଇ ଭଉଣୀ ନିଜ ପ୍ରେମିକଙ୍କ ଘର ଆଗରେ ବସି ଧାରଣା ଦେଇଛନ୍ତି । ଧାମ ନଗର ଥାନା ଜୁଡାକୁଣ୍ଟି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି କିଛି ଘଟନା ।
ଏହି ପାଖ ଗାଁର ଦୁଇ ଯୁବକଙ୍କୁ ଦୁଇ ଭଉଣୀ ଭଲ ପାଇ ଆସୁଥିଲେ । ଦୀର୍ଘ ଦୁଇ ବର୍ଷ ହେବ ପ୍ରେମ କରି ଆସୁଥିଲେ । ରବିବାର ଦିନ ବିଳମ୍ବିତ ରାତିରେ ଉଭୟ ନାବାଳକ ନାବାଳିକାଙ୍କ ଘରେ ପଶି ଥିଲେ । ଆଉ ସେହି ସମୟରେ ଗ୍ରାମ ବାସୀ ମାନେ 4 ଜଣଙ୍କୁ ଧରି ଦେଇଥିଲେ ଆଉ ବାନ୍ଧି ଦେଇଥିଲେ । ଏହା ପରେ ପୋଲିସ ଉଭୟ ଯୁବତୀ ଆଉ ଯୁବକଙ୍କୁ ଥାନା ଆଣି ଅପସ ବୁଝାବଣା କରି ଛାଡି ଦେଇଥିଲେ ।
ହେଲେ ବନ୍ଧୁଗଣ ଆଜି ଦୁଇ ଭଉଣୀ ପହଞ୍ଚି ଥିଲେ ପ୍ରେମିକ ମାନଙ୍କ ଘର ଆଗରେ ଧାରଣା ଦେବା ପାଇଁ । ହେଲେ ପୁଅ ଏବଂ ପୁଅର ପରିବାର ଲୋକେ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଅନ୍ୟ ପ୍ରେମିକର ଅବସ୍ଥା ବି ସମାନ ତାଙ୍କ ଘରେ ବି ତାଲା ପଡିଛି । ଦୁଇ ଭଉଣୀ ଏଭଳି ଭାବରେ ଘର ସାମ୍ନାରେ ଧାରଣା ଦେଇ ବସି ଛନ୍ତି ଆଉ ତାଙ୍କର ଗୋଟିଏ ଜିଦ ଆମକୁ ସ୍ତ୍ରୀର ମାନ୍ୟତା ଦିଅ ।
କାରଣ ସେମାନଙ୍କୁ ପରିବାର ଲୋକେ ଆଉ ଗାଁ ଲୋକେ ଗ୍ରହଣ କରୁ ନାହାନ୍ତି । ଯଦି ସେମାନଙ୍କୁ ସ୍ତ୍ରୀର ମାନ୍ୟତା ନ ମିଳେ ତା ହେଲେ ସେମାନେ ଜୀବନ ହାରି ଦେବେ ବୋଲି ମଧ୍ୟ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।