ପାଣ୍ଡିଆନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ !

ନମସ୍କାର ବନ୍ଧୁଗଣ ତେବେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ୍ । ‌ ଶନିବାର ସକାଳୁ ୫ଟି ସଚିବ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଭିତରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତେବେ ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।


ଜିଲ୍ଲାପାଳ ସମର୍ଥ ବର୍ମା, ଓବିସିସି ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା କରିଥିଲେ । ତେବେ ସେହିପରି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗ ନେଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ପରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ‌

ତେବେ କିନ୍ତୁ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି । ତେବେ ପ୍ରଶ୍ନଟି ହେଉଛି ପାଣ୍ଡିଆନ ଜଣେ ସରକାରୀ କର୍ମଚାରୀ ହୋଇ କିପରି ଏକ ବିଧାୟକ ଙ୍କ ଗାଡି ବ୍ୟବହାର କରୁଛନ୍ତି । ତେବେ ଓଡିଶା ରାଜନୀତି ରେ ଏବେ ଚଳନ୍ତି ପ୍ରତିମା ଉପାଖ୍ୟାନ ଜୋର ଧରିଛି କିଏ କାହାର ଚଳନ୍ତି ପ୍ରତିମା ତାହା ଜଣା ନାହିଁ ।

ତେବେ ଭିକେ ପାଣ୍ଡିଆନ ଯେତେବେଳେ ପୁରୀ ଯାଇଥିଲେ ସେତେବେଳେ ତାଙ୍କ ସହ ବବି ମଧ୍ୟ ଥିଲେ ତେବେ ଦୁହେଁ ଗୋଟିଏ ଗାଡ଼ିରେ ହିଁ ଯାଇଥିଲେ । ତେବେ ବର୍ତ୍ତମାନ ସେହି ଗାଡି ଚର୍ଚ୍ଚା ରେ ଆସିଛି । ତେବେ ଗାଡିଟିର ନମ୍ବର ହେଉଛି CH01CDO404 ତେବେ ଏହାର ଅର୍ଥ ଏହି ଗାଡିଟି ଚଣ୍ଡିଗଡ଼ରେ ରେଜିଷ୍ଟ୍ରେସନ ହୋଇଛି ଏବଂ ଏହି ଗାଡିଟି ବୁଲେଟ ପ୍ରୁଫ ମଧ୍ୟ । ବିଧାୟକ ର ଷ୍ଟିକର ମଧ୍ୟ ଲାଗିଛି ।


ତେବେ ଗାଡିଟି ହାଇ ଲ୍ୟାଣ୍ଡ କମ୍ପାନୀ ନାମ ରେ ରେଜିଷ୍ଟ୍ରେସନ ହୋଇଛି । ଏହି କମ୍ପାନୀ ନଭେମ୍ବର ୨୦୧୮ ମସିହାରେ ଇନକପ୍ରେଟ ହୋଇଛି । ତେବେ ଏହି କମ୍ପାନୀ ର ମାଲିକ ହେଉଛନ୍ତି । ପ୍ରତୀକ ଜେନା,ନିତ୍ୟଶ୍ଳୋକ ଦାସ,ଏବଂ ସୁଶାନ୍ତ କୁମାର । ତେବେ ପ୍ରତୀକ ଜେନା ହେଉଛନ୍ତି ପୂର୍ବତନ ବିଧାୟକ ରବୀନ୍ଦ୍ର ଜେନାଙ୍କ ପୁଅ ତେବେ ଏହି ପରିବାର ସହ ବବିଙ୍କର ବହୁତ ଭଲ ସମ୍ପର୍କ ।


ବୈବାହିକ ସମ୍ପର୍କ । ତେଣୁ ହୁଏତ ବ୍ୟବହାର କରିବା ପାଇଁ କିମ୍ବା ଉପହାର ରୂପରେ ସେ ଦେଇ ପାରନ୍ତି । ତେବେ ଜଣେ ସରକାରୀ କର୍ମଚାରୀ ହୋଇ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ର ସଚିବ ହୋଇ କିପରି ସେ ଏକ ବିଧାୟକ ଚଢୁଥିବା ଗାଡି ବ୍ୟବହାର କରୁଛନ୍ତି ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *