ବନ୍ଧୁଗଣ ଗତ କିଛି ଦିନ ହେବ ସାଂସଦ ଅନୁଭବ ମହାନ୍ତି ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଅନୁଭବ ଗତ କିଛି ଦିନ ତଳେ ଏକ ଭିଡିଓ ଅପଲୋଡ କରିଥିଲେ ଆଉ ସେହି ଭିଡିଓକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏବେ ଅନୁଭବ ପୁଣି ଆଉ ଏକ ଭିଡିଓ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କୁ ଏକ ମେସେଜ ଦେଇଛନ୍ତି ।
ଅନୁଭବ ଏହି ଭିଡିଓରେ ଜଣେ ଓଡିଆ ଅଭିନେତ୍ରୀଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଅନୁଭବ ଏହି ଭିଡିଓରେ କହୁଛନ୍ତି-‘ଏ ଭିଡିଓ କରିବା ପଛର କାରଣ ହେଉଛି ଗତ ଦୁଇ ବା ତିନି ବର୍ଷ ହେବ ଜଣେ ଭଦ୍ର ମହିଳା ଓଡିଆ ଆଲବମ ଜଗତର ଅଭିନେତ୍ରୀ ଯଦିଓ ମୁଁ ତାଙ୍କ ସହ ଅଧିକ କାମ କରିନି ବୋଧେ ଗୋଟିଏ କାମ କରିଥାଇ ପାରେ ।
ସେ ଅନେକ ସମୟରେ ବାହାରିକି ଗଣମାଧ୍ୟମ ସାମ୍ନାରେ ମୋ ବିରୋଧରେ ଅନେକ କିଛି କହିଛନ୍ତି । ସେ ବହୁତ ଅପମାନ ଜନକ କଥା କହିଛନ୍ତି ମୋର ଚରିତ୍ରକୁ ନେଇ, ମୋର ନାରୀଜାତିକୁ ନେଇ ବ୍ୟବହାରକୁ ନେଇକି ବହୁତ ଥର କହିଛନ୍ତି । ଆଉ ମୁଁ ଅନେକ ଜଣଙ୍କ ଠାରୁ ଶୁଣେ ହେଲେ ମୁଁ ବିଶ୍ଵାସ କଲିନି ହେଲେ ପରେ ଯେତେବେଳେ ମୁଁ ଦେଖିଲି ଜଣେ ଯଦି କହୁଛନ୍ତି ମହିଳା ହୋଇକି ତା ହେଲେ ସତ କୁହନ୍ତୁ ।
ସତଟି ସମସ୍ତେ ଜାଣନ୍ତୁ ମିଛ କାହିଁକି କହୁଛନ୍ତି । ଯାଜପୁର ଜିଲ୍ଲା କତରାପୁର ଗାଁକୁ ଦିନେ ଯାଇଥିଲୁ ମୁଁ । ସେଦିନ କାଳୀ ପୂଜା ଥିଲା ଆଉ ଅନେକ କଳାକାର ସେଠାରେ ପହଞ୍ଚି ଥିଲେ । ମୁଁ ସେଇଠି ଗେଷ୍ଟ ହେଇ ଯାଇଥିଲି ସତ ହେଲେ ସେଇଟା ବି ମୋର ଗୋଟେ ପରିବାର । ସେହି ପ୍ରୋଗ୍ରାମରେ 10000 ପାଖାପାଖି ଲୋକ ଆସିଥିଲେ । ପ୍ରୋଗ୍ରାମ ସରିବା ପରେ ସମସ୍ତଙ୍କୁ ଡିନର ପାଇଁ ଡକା ଯାଇଥିଲା । ସେହି ଡିନରରେ ସେହି ମହିଳା ଅଭିନେତ୍ରୀ ଜଣକ ଆସିଥିଲେ ଆଉ ତାଙ୍କ ବ୍ୟବହାର ବହୁତ ଖରାପ ଥିଲା ସେଠି ।
ମୁଁ ସେଇଠି ତାଙ୍କୁ ପାଟି କରିଥିଲି କାରଣ ତାଙ୍କ ଘରେ ବଡ ମାନେ ଅଛନ୍ତି ତ ତାଙ୍କୁ ଏଭଳି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ମୋତେ ବହୁତ କଷ୍ଟ ଲାଗିଥିଲା ଆମେ ଏଭଳି କାହାକୁ ବ୍ୟବହାର କରିବା ଉଚିତ ନୁହେଁ । ବାସ ଏଇଆ ହେଉଛି କଥା ସେଇ କଥାକୁ ନେଇ ସେ ମୋ ବିଷୟରେ ଏଭଳି କଥା କହିଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।