ଆଉ ଏଇ ଦୁନିଆରେ ନାହାନ୍ତି Bollywood ସିଙ୍ଗର KK, ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ?

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ବଲିଉଡ ଗାୟକ କେକେଙ୍କୁ ନେଇ ଚର୍ଚା ଜୋର ଧରିଛି । ବଲିଉଡର ଲୋକପ୍ରିୟ ଗାୟକ କେକେ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ରାତିରେ କେକେ କଲିକତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇ ଯାଇଥିଲେ ।

ଏହା ପରେ ତାଙ୍କୁ ସିଏମଆରଆଇ ହସ୍ପିଟାଲ ନିଆଯାଇଥିଲା ହେଲେ ବନ୍ଧୁଗଣ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ଘୋଷିତ କରଯାଇଥିଲା । କେକେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । କେକେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ଥିଲେ । କେକେ ଯିବା ପରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କେକେଙ୍କ ଲାଇଫ ଷ୍ଟାଇଲ, ତାଙ୍କ ପରିବାର ଓ ତାଙ୍କ ଘର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । କେକେଙ୍କ ଅସଲ ନାମ ହେଉଛି କ୍ରୀଷ୍ଣା କୁମାର କୁନ୍ନାଥ । କେକେଙ୍କ ଜନ୍ମ 23 ଅଗଷ୍ଟ 1968 ମସିହାରେ ଦିଲ୍ଲୀରେ ହୋଇଥିଲା । ମାତ୍ର 53 ବର୍ଷ ବୟସରେ କେକେଙ୍କର ନିଧନ ହେଲା ।


କେକେ ପିଲା ଦିନରୁ ଡାକ୍ତର ହେବାକୁ ଚାହୁଁ ଥିଲେ ହେଲେ ମାତ୍ର 2 ବର୍ଷ ବୟସରେ ସେ ଏକ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ । ତାଙ୍କର ଆବାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା । କେକେ ନିଜ ସ୍କୁଲ ପାଠ ପଢା ଶେଷ କରିବା ପରେ ନିଜ ସାଙ୍ଗ ମାନଙ୍କ ସହ ମିଶି ଏକ ରକ୍ ବ୍ୟାଣ୍ଡ ମଧ୍ୟ ବନେଇ ଥିଲେ । କେକେ ମାର୍କେଟିଙ୍ଗ ଲାଇନରେ କାମ କରିଛନ୍ତି ଆଉ କିଛି ବର୍ଷ ପରେ ସେ ମୁମ୍ବାଇ ଯାଇଥିଲେ । ଏହା ପରେ କେକେଙ୍କ ଭାଗ୍ୟ ବଦଳି ଯାଇଥିଲା । ସେ 4 ବର୍ଷ ମଧ୍ୟରେ 11ଟି ଭାଷାରେ 3500ଟି ବିଜ୍ଞାପନ ପାଇଁ ଗୀତ ଗାଇଥିଲେ ।

ଏହା ପରେ 1996 ମସିହାରେ କେକେଙ୍କୁ ମାଚିସ ଫିଲ୍ମର ଗୀତ ‘ଛୋଡ ଆୟେ ହମ’ ଗୀତ ଗାଇବା ପାଇଁ ମଉକା ମିଳିଥିଲା । ଏହି ଗୀତଟି ସୁପର ହିଟ ହେବା ପରେ ସେ ଅନେକ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ । କେକେ ବଲିଉଡରେ 500ରୁ ଅଧିକ ଗୀତ ଗାଇଛନ୍ତି । କେକେଙ୍କ ବାପାଙ୍କ ନାମ ହେଉଛି ସି.ଏସ ନାୟର ଆଉ ତାଙ୍କ ମାଙ୍କ ନାମ ହେଉଛି କୁନ୍ନାଥ କନାକବାଲି । କେକେ 1991 ମସିହାରେ ଜ୍ୟୋତିଙ୍କ ସହ ବିବାହ କରିଥିଲେ ।

କେକେଙ୍କ ପୁଅର ନାମ ହେଉଛି ନକୁଲ ଆଉ ଝିଅର ନାମ ହେଉଛି ତମାରା । କେକେ ମୁମ୍ବାଇ ମହରାଷ୍ଟ୍ରରେ ନିଜ ପରିବାର ସହ ରହୁଥିଲେ । କେକେଙ୍କ ପାଖରେ ଅନେକ ଲକ୍ସରି ଗାଡି ଅଛି । କେକେ ବଲିଉଡରେ ଗୋଟେ ଗୀତ ଗାଇବା ପାଇଁ 3-4 ଲକ୍ଷ ଟଙ୍କା ନେଉଥିଲେ । ମିଡିଆ ରିପୋର୍ଟସ ଅନୁସାରେ କେକେଙ୍କ ପାଖରେ 62 କୋଟି ଟଙ୍କାର ସମ୍ପତ୍ତି ଅଛି ।

Leave a Reply

Your email address will not be published. Required fields are marked *