ନମସ୍କାର ବନ୍ଧୁଗଣ ତେବେ ବର୍ଷା ଅନୁଭବ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ , ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ। ତେବେ ବିଶେଷ କରି କନକ ନିଉଜ ର ଜଣେ ରିପୋର୍ଟର ଙ୍କ ହ୍ଵାଟ୍ସଆପ ଚାଟ ର ସ୍କ୍ରିନ ଷଟ ନେଇ ସୋସିଆଲ ମିଡ଼ିଆ ଫେସବୁକ ରେ ନିଜେ ପୋଷ୍ଟ କରିଛନ୍ତି ଅନୁଭବ । ଲେଖିଛନ୍ତି କି ପ୍ରିୟର ସୌମ୍ୟ ତମେ ଗଣମାଧ୍ୟମର ଜଣେ ଭଲ ପ୍ରତିନିଧି ବୋଲି ଭାବିଥିଲି ।
ହେଲେ ଏମିତି କରିବାକୁ ଟିକେ ଖରାପ ଲାଗିଲାନି କେମିତି ? ବଡ଼ ଭାଇ ବୋଲି କହି ମତେ ପାର୍ଟ -୩ ଭିଡ଼ିଓ ମାଗିଲ । କହିଲ ତମକୁ ବିଶ୍ୱାସ କରିବାକୁ । ମୁଁ ଯେତେବେଳେ ନଦେଲି, ତମେ ମେସେଜ ରେ ମତେ ଲେଖିଲ “ଆଜି ଦେଖନ୍ତୁ ଷ୍ଟୋରୀ କେମିତି ଯାଉଛି”! ବାଃ ଆଉ ତମେ ଯୋଉ ମେସେଜ କରି କହିଛ, “ମୁଁ ସବୁ ଜାଣିଛି ସବୁ ବୁଝୁଛି ହେଲେ ମୁଁ ପରିସ୍ଥିତିର ଦାସ କାରଣ ସେପଟୁ ଉପରୁ ଅର୍ଡର ଆସୁଛି ଏମିତିକା ଷ୍ଟୋରୀ କରିବା ପାଇଁ।
ତେବେ ସୌମ୍ଯ, ସାରା ଓଡ଼ିଶାର ଜନସାଧାରଣ ଓ ମୋ ସହିତ ମୋ ପରିବାର ମଧ୍ଯ ଜାଣିବାକୁ ଚାହୁଁଛୁ ଯେ କିଏ ସେଇ ଲୋକମାନେ ଯିଏ ତମକୁ ଏମିତିକା ମିଛ ଖବର ପ୍ରସାରଣ ପାଇଁ ବା ମୋ ବିରୋଧରେ ଅପପ୍ରଚାର କରିବାକୁ ଆଦେଶ ଦଉଛନ୍ତି ? କୁହ ସୌମ୍ଯ ?ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନାମରେ କଳଙ୍କ ଲଗାଅ ନାହିଁ । ସତ କଣ ସବୁ ଜାଣି ବି, ତମେ ଏକପାଖିଆ ଖବର ପରିବେଷଣ କରି ଚାଲିଛ।
ତେବେ ଏହା ଉପରେ ଅଭିନେତ୍ରୀ ଜାଙ୍କଲିନ କହିଛନ୍ତି କି “ଭାଇ ଚିନ୍ତା କର ନାହିଁ ଆମେ ତୁମ ସହ ଅଛୁ,, ଭଗବାନ ମଧ୍ୟ ତୁମ ସହ ଅଛନ୍ତି,,ମୁଁ ତୁମକୁ ସବୁବେଳେ ହୃଦୟ ରୁ ହିଁ ଭଲ ପାଏ ଏବଂ ତୁମକୁ ହୃଦୟ ରୁ ହିଁ ସପୋର୍ଟ କରୁଛୁ। ତେବେ ସେପଟେ କିଛି ଫେକ୍ ଆକାଉଣ୍ଟ୍ ଓ ଫ୍ୟାନ୍ ପେଜ୍ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ କହିଛନ୍ତି।
ଅନୁଭବଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ଏକ ପୋଷ୍ଟ ଶେଆର କରାଯାଇଛି। ଏଥିରେ ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍ ପେଜ୍ ଓ କିଛି କମେଣ୍ଟର ସ୍କ୍ରିନ୍ଶଟ୍ ଶେଆର କରାଯାଇଛି। ତେବେ ପୋଷ୍ଟ ଶେଆର କରିବା ସହ ଅନୁଭବ ଲେଖିଛନ୍ତି, ‘କିଛି ଫେକ୍ ଆକାଉଣ୍ଟ୍ ଓ ଫ୍ୟାନ୍ ପେଜ୍ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରୁହନ୍ତୁ। ଏହିସବୁ ଆକାଉଣ୍ଟରୁ ମୋତେ ଓ ସତ୍ୟକୁ ସମର୍ଥନ କରୁଥିବା ଲୋକଙ୍କୁ ଗାଳିଗୁଲଜ କରାଯିବା ସହ ଅଶାଳୀନ ଭାଷା ଇତ୍ୟାଦି ପ୍ରୟୋଗ କରାଯାଉଛି ।
ତେବେ ଫେକ୍ ଆକାଉଣ୍ଟ ଓ ଫ୍ୟାନ୍ କ୍ଲବ୍ ପେଜ୍ ମାଧ୍ୟମରେ ବର୍ଷା ଏଭଳି କରୁଥିବା ଅନୁଭବ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଖବର ଲେଖାଯିବା ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବର୍ଷାଙ୍କ ନାଁରେ ଫେସ୍ବୁକ୍ରେ ଥିବା ଏହି ଫ୍ୟାନ୍ସ କ୍ଲବ୍ ପେଜ୍କୁ କିଏ ପରିଚାଳନା କରୁଛି ତାହା ଜଣାପଡ଼ି ନାହିଁ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।