ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗର ସାଧାରଣତଃ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ଆଣିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ଜାପାନୀ ଭାଇ ।
ଜାପାନୀ ଭାଇ ହ୍ୟୁମାନଙ୍କୁ ଦୀର୍ଘ 5 ବର୍ଷ ହେବ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ କହୁଥିଲେ ହେଲେ ହ୍ୟୁମାନ ତାଙ୍କୁ ସିଧା ମନା କରିଦେଇଥିଲେ । ଏମିତି କି ଜାପାନୀଙ୍କୁ ହ୍ୟୁମାନଙ୍କ ପିଏ ଧମକ ଦେଇଥିବା ନେଇ ମଧ୍ୟ ଜାପାନୀ ଅଭିଯୋଗ ଆଣିଛନ୍ତି । ତେବେ ଏତେ ସବୁ ହେଇଗଲା ପରେ ଏବେ ହ୍ୟୁମାନ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ଭିଡିଓରେ ହ୍ୟୁମାନ ଯାହା କହୁଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ହ୍ୟୁମାନ କହୁଛନ୍ତି-‘ଆଜି ମୋ ମନ ବହୁତ ଦୁଃଖ କାହିଁକି ନା ମୋତେ ଶୁଣିବାକୁ ମିଳିଲା ଯେ ମୁଁ ଯାହାଙ୍କୁ ବହୁତ ଭଲ ପାଏ ବଡ ଭାଇ ହିସାବରେ ମାନେ ସେମାନେ ମୋ ନାଁରେ ଏଫଆଇଆର ଦେଇଛନ୍ତି ।
ଯଦି ସତରେ ମୋର ସେଇ ଭଳିଆ କିଛି ଭୁଲ ଥିବ ତା ହେଲେ ଏଫଆଇଆର ଦିଅନ୍ତୁ ମୁଁ ମାନିବି ହେଲେ ସତରେ ମୁଁ କିଛି କରିନି । ଯାହା ମୁଁ କରିନି ଯଦି ଆପଣ ତାକୁ ଭୁଲ କହିବେ ଏଇଟା ଆଜ୍ଞା ଠିକ ନୁହେଁ । ଯେଉଁ ସବୁ ଭାଇମାନେ ମୋ ନାଁରେ ମିଛ ଆଲିଗେସନ ଆଣିଛନ୍ତି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଆଉ ଆପଣ ଟିକେ ଠିକ ଲାଇନରେ ଆସିଯାନ୍ତୁ ।
ହୁଏତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପାଳି ପଡି ନାହିଁ ଗୀତ ଗାଇବାର ତାଙ୍କ ଡୋରୀ ଲାଗି ନାହିଁ ଆଉ ଯେବେ ଲାଗିବ ମୋତେ କେହି ବି ଅଟକାଇ ପାରିବେ ନାହିଁ । ଆଉ ମୁଁ ଭଲ ପାଏ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ । ମୁଁ ଭଜନ ଗାଇବାକୁ ଚାହୁଁନି ବୋଲି ଏମିତି କିଛି ନାହିଁ ଏ ସବୁ ମୁଁ ଶୁଣିବା ପରେ ମୋତେ ବହୁତ ଖରାପ ଲାଗୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ହ୍ୟୁମାନ ନିଜ ମନର କଥା କହିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।