ଶେଷରେ ମୁହଁ ଖୋଲିଲେ Humane Sagar, ମାଗିଲେ କ୍ଷମା, ଗାଇବେ ଜଗନ୍ନାଥ ଭଜନ, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗର ସାଧାରଣତଃ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ଆଣିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ଜାପାନୀ ଭାଇ ।

ଜାପାନୀ ଭାଇ ହ୍ୟୁମାନଙ୍କୁ ଦୀର୍ଘ 5 ବର୍ଷ ହେବ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ କହୁଥିଲେ ହେଲେ ହ୍ୟୁମାନ ତାଙ୍କୁ ସିଧା ମନା କରିଦେଇଥିଲେ । ଏମିତି କି ଜାପାନୀଙ୍କୁ ହ୍ୟୁମାନଙ୍କ ପିଏ ଧମକ ଦେଇଥିବା ନେଇ ମଧ୍ୟ ଜାପାନୀ ଅଭିଯୋଗ ଆଣିଛନ୍ତି । ତେବେ ଏତେ ସବୁ ହେଇଗଲା ପରେ ଏବେ ହ୍ୟୁମାନ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ଭିଡିଓରେ ହ୍ୟୁମାନ ଯାହା କହୁଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ହ୍ୟୁମାନ କହୁଛନ୍ତି-‘ଆଜି ମୋ ମନ ବହୁତ ଦୁଃଖ କାହିଁକି ନା ମୋତେ ଶୁଣିବାକୁ ମିଳିଲା ଯେ ମୁଁ ଯାହାଙ୍କୁ ବହୁତ ଭଲ ପାଏ ବଡ ଭାଇ ହିସାବରେ ମାନେ ସେମାନେ ମୋ ନାଁରେ ଏଫଆଇଆର ଦେଇଛନ୍ତି ।

ଯଦି ସତରେ ମୋର ସେଇ ଭଳିଆ କିଛି ଭୁଲ ଥିବ ତା ହେଲେ ଏଫଆଇଆର ଦିଅନ୍ତୁ ମୁଁ ମାନିବି ହେଲେ ସତରେ ମୁଁ କିଛି କରିନି । ଯାହା ମୁଁ କରିନି ଯଦି ଆପଣ ତାକୁ ଭୁଲ କହିବେ ଏଇଟା ଆଜ୍ଞା ଠିକ ନୁହେଁ । ଯେଉଁ ସବୁ ଭାଇମାନେ ମୋ ନାଁରେ ମିଛ ଆଲିଗେସନ ଆଣିଛନ୍ତି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଆଉ ଆପଣ ଟିକେ ଠିକ ଲାଇନରେ ଆସିଯାନ୍ତୁ ।

ହୁଏତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପାଳି ପଡି ନାହିଁ ଗୀତ ଗାଇବାର ତାଙ୍କ ଡୋରୀ ଲାଗି ନାହିଁ ଆଉ ଯେବେ ଲାଗିବ ମୋତେ କେହି ବି ଅଟକାଇ ପାରିବେ ନାହିଁ । ଆଉ ମୁଁ ଭଲ ପାଏ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ । ମୁଁ ଭଜନ ଗାଇବାକୁ ଚାହୁଁନି ବୋଲି ଏମିତି କିଛି ନାହିଁ ଏ ସବୁ ମୁଁ ଶୁଣିବା ପରେ ମୋତେ ବହୁତ ଖରାପ ଲାଗୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ହ୍ୟୁମାନ ନିଜ ମନର କଥା କହିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *