ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର । ବନ୍ଧୁଗଣ ଆପଣ ମାନେ ସମସ୍ତେ ହ୍ୟୁମାନ ସାଗରଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ ।
ଓଡିଶାରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ତେବେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ହ୍ୟୁମାନ ସାଗର ଏବେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।
ସାରା ଓଡିଶାରେ ଯାହାକୁ କିଏ ପରିଚିତ କରେଇଥିଲେ ସେ ଆଉ କେହି ନୁହେଁ ଜଣା ଶୁଣା ସଙ୍ଗୀତଜ୍ଞ ଜାପାନୀ । ଆଲବମ ଗାଇ ସାରା ଓଡିଶାରେ ଲୋକପ୍ରିୟତା ହାସଲ କରିଥିବା ହ୍ୟୁମାନ ସାଗର ଭଜନ ଗାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଜାପାନୀ ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜାପାନୀଙ୍କ ମତରେ, ସେ ଏକ ଲଢେଇ ଲଢୁଛନ୍ତି ଆଉ ଏହି ଲଢେଇ ଜଗନ୍ନାଥଙ୍କ ପାଇଁ ସେ ଲଢୁଛନ୍ତି ।
ଦୀର୍ଘ 5 ବର୍ଷ ହେବ ସେ ହ୍ୟୁମାନ ସାଗରଙ୍କ ପଛରେ ଲାଗିଥିଲେ ଆଉ ଏକ ଭଜନ ଗାଇବା ପାଇଁ କହୁଥିଲେ । ହେଲେ ସେ ଅନେକ ଥର ଭଜନ ଗାଇବା ପାଇଁ ମନା କରିଛନ୍ତି । ହ୍ୟୁମାନ ସାଗରଙ୍କ ଗୀତ ଶୁଣିବା ପାଇଁ ସମସ୍ତେ ଭଲ ପାନ୍ତି ଆଉ ଆଜି ବି ଜାପାନୀ କହୁଛନ୍ତି ଯଦି ସେ ଜଗନ୍ନାଥ ଭଜନ ଗୋଟେ ଗାଇବେ ତା ହେଲେ ସମସ୍ତେ ଖୁସି ହେବେ । ଜାପାନୀଙ୍କ ବନ୍ଧୁ ତପୁ ନାୟକଙ୍କୁ ଫୋନ କରି ବବୁଲ ଯିଏ କି ସାଗର ସଙ୍ଗମ ଟ୍ରୁପର ମାଲିକ ହ୍ୟୁମାନ ସାଗରଙ୍କ ପିଏ ଭଳି ତାଙ୍କ ପାଖରେ ରୁହନ୍ତି ଧମକ ଦେଇଛନ୍ତି ।
ସେ ତପୁ ନାୟକଙ୍କୁ ଫୋନ କରି କହିଛନ୍ତି ଜାପାନୀ କଟକ ଗଲେ ଆମେ ବହୁତ ବାଡେଇବୁ ବହୁତ ମାରିବୁ ଆମେ ତାକୁ ଜୀବନରୁ ମଧ୍ୟ ମାରିଦେବୁ । ତେଣୁ ଏବେ ଜାପାନୀ ନିଜ ସୁରକ୍ଷା ପାଇଁ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।