ନମସ୍କାର ବନ୍ଧୁଗଣ ତେବେ ଆପଣ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ସବୁ ଦେଖୁଥିବେ ତେବେ ଏହି ଭିଡ଼ିଓ ଦେଖି ଲୋକମାନେ ନିଜ ସମୟ ଅତିବାହିତ କରୁଥିବା ବେଳେ ନିଜର ମନୋରଞ୍ଜନ ମଧ୍ୟ କରିଥାନ୍ତି । ତେବେ ସୋସିଆଲ ମିଡ଼ିଆ କୁ ଭିଡିଓ ଟ ଗନ୍ତାଘର ବୋଲି ମଧ୍ୟ କୁହାଯାଏ ତେବେ ସବୁ ସମୟରେ କୌଣସି ନା କୌଣସି ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ମଧ୍ୟ କିଛି ଅଦ୍ଭୁତ ଭିଡିଓ ଦେଖିବାକୁ ମିଳୁଛି ଯାହା ଖୁବ ଚର୍ଚ୍ଚା ଧରିଛି ତେବେ ଆସନ୍ତୁ ସେହି ଭିଡିଓ ବିଷୟରେ ଆଲୋଚନା କରିବା ।
ତେବେ ଆପଣ ମାନେ ତ ଜାଣିଥିବେ କି ଟୋଲ ଦ୍ୱାରା ଫାଇନ ଆଦାୟ ହୁଏ । ତେବେ କିନ୍ତୁ ପୁରୁଣା ପଦ୍ଧତିରେ ଟୋଲ ଦେୟ ଆଦାୟ ଦ୍ୱାରା ଭିଡ଼ ସମସ୍ୟା ରହୁଛି । ଟୋଲ ଦେବା, ବିଲ୍ କାଟିବା, ଫାଟକ ପାରି ହେବା ଇତ୍ୟାଦି ପାଇଁ ବହୁ ସମୟ ଲାଗିଥାଏ, ନୂତନ ବ୍ୟବସ୍ଥା ଯାତ୍ରୀଙ୍କ ସମୟ ବଞ୍ଚାଇବ ବୋଲି କୁହାଯାଉଛି । ଏ ନେଇ ଜନସଚେତନତା ଆରମ୍ଭ କରାଯାଇଛି ।
ବିଭିନ୍ନ ଆନିମେଶନ ଜରିଆରେ ଏହାର ବ୍ୟବହାର ଓ ଉପକାରିତା ନେଇ ଜନଗଣଙ୍କୁ ଅବଗତ କରାଯାଉଛି । କିଛି ଦିନ ପରେ ରାଜ୍ୟ ରାଜପଥଗୁଡିକରେ ଇଲେକଟ୍ରୋନିକ୍ ଟୋଲ କଲେକ୍ସନ(ଇଟିସି)କୁ ପ୍ରାଥମିକତା ଦିଆଯିବ । ଏହି ବ୍ୟବସ୍ଥା କେତେକ ଟୋଲରେ ଫାଙ୍କା ଯାଉଥିବା ଟିକସ ଉପରେ ରୋକ୍ ଲଗାଇବ ବୋଲି ପ୍ରଶାସନ ଆଶା କରୁଛି । ଏକକ ଟୋଲ ଦେୟ ବ୍ୟବସ୍ଥା ଭଳି ପାର୍କିଂ ଦେୟର ଏକୀକରଣ ନେଇ ଚିନ୍ତା କରାଯାଉଥିବା କୁହାଯାଉ ଥିଲା ।
ତେବେ ବର୍ତ୍ତମାନ ସେହି ଟୋଲ କୁ ନେଇ ଭିଡିଓ ଆସିଛି । ତେବେ ଫାଇନ ତ ଦେଲେନି ବରଂ ବୋହିନେଲେ ୧୦ କିଲୋମିଟର । । ଟ୍ରକ୍ରେ ବୋହି ବୋହି ଟୋଲ୍ ଗେଟ୍ ଅଧିକାରୀଙ୍କୁ ୧୦ କିଲୋମିଟର ନେଇଗଲେ ଡ୍ରାଇଭର । ଏପରି କିଛି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ୫ ନମ୍ବର ଜାତୀୟ ରାଜପଥ କୁର୍ଣ୍ଣୁଲ ନିକଟରେ ।
ସ୍ଥାନୀୟ ଟୋଲ୍ ଗେଟରେ ଆଳୁ ବୋଝେଇ ଟ୍ରକ ପହଞ୍ଚିଥିଲା । ହେଲେ ଫାଷ୍ଟଟ୍ୟାଗ୍ କାମ କରୁ ନଥିବାରୁ ସେଠି କିଛି ସମୟ ପାଇଁ ଅଟକିଥିଲା ଟ୍ରକ୍ । ତେବେ ଫଳରେ ଟୋଲ କର୍ମଚାରୀମାନେ ଟ୍ରକକୁ ବହୁ ସମୟ ଧରି ଅଟକାଇଥିଲେ ଏବଂ ଟୋଲ ଚାର୍ଜ ଠାରୁ ଅଧିକ ଚାର୍ଜ ଫାଇନ ଆକାରରେ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ଟୋଲ ଚାର୍ଜ ଦେବା ପାଇଁ ମନାକରି ଟ୍ରକ ଚାଳକ ଆଗକୁ ବଢୁଥିବା ବେଳେ ଟୋଲ ଗେଟ ସୁପରଭାଇଜର ଶ୍ରୀନିବାସ ଗାଡ଼ିଟିକୁ ଅଟକାଇବା ପାଇଁ ବମ୍ଫର ଉପରକୁ ଚଢି ଯାଇଥିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।