ଅଦା,ରସୁଣ ଖାଉ ନାହାନ୍ତି Tapaswini, ସୁମିତଙ୍କ ପାଇଁ ଫୋପାଡ଼ି ଦେଇଛନ୍ତି ହେମଦସ୍ତା, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ତେବେ ଏବେ ପୁଣି ସାମ୍ନାକୁ ଆସିଛି ସୁମିତ ଏବଂ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ମାମଲା । ଆପଣମାନେ ଜାଣିଥିବେ ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି । ଆମେ କହୁଛୁ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ସେହି ବୋହୂ ତପସ୍ଵିନୀ ଦାସ୍ ଙ୍କ କଥା ।

ଆପଣ ଜାଣିଛନ୍ତି କିପରି ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ । ଯେତେ ଚେଷ୍ଟା କରାଗଲେ ମଧ୍ୟ ଏହି ମାମଲାର ସମାଧାନ ହେବା ପାଇଁ ବହୁତ୍ ପ୍ରକ୍ରିୟା ଚାଲି ରହିଥିଲା । ତେବେ ପରେ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ତପସ୍ଵିନୀ ଙ୍କ ସପକ୍ଷରେ ରହିଥିଲା । ତଥାପି କୌଣସି ମତେ ଏବେବି ଥମିବାର ନାମ ଧରୁନାହିଁ ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା ।

ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି । ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁଙ୍କ ଘରେ । ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ । ତେବେ ଏହାର ପ୍ରକୃତ ସମାଧାନ କଣ ଏତେ ଏବଂ ଏହା ସମ୍ଭବ କି ନୁହେଁ ତାହା ତ ସମସ୍ତେ ଭାବୁଥିବେ । ଏହାକୁ ନେଇ ଏବେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ଗତକାଲି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ ଏବଂ ତପସ୍ଵିନୀ ଯାଇ ପହଞ୍ଚିଥିଲେ ମେଡିଟେଶନ ସେଣ୍ଟର୍ ରେ । ଯେଉଁଟି ଦୁଇଜଣଙ୍କର ପୁଣି ଭେଟ ହୋଇଥିଲା ଏବଂ କାଉନସେଲିଂ ହୋଇଥିଲା । ଆଉ କିଛି ସମୟର ଭେଟ ପରେ ଦୁହେଁ ବାହାରକୁ ବାହାରି ଥିଲେ । ଆଉ ତାପରେ ଦୁଇଜଣଙ୍କର ବାଟ ଅଲଗା ହୋଇ ଯାଇଥିଲା । ତପସ୍ୱିନୀ ଭାବିଥିଲେ ଆଜି ସୁମିତ ତାଙ୍କ ହାତ ଧରି ବାହାରକୁ ନେଇଯିବେ ।

କିନ୍ତୁ ସେମିତି ହୋଇ ପାରି ନଥିଲା । ଦୁହେଁ ଅଲଗା ଅଲଗା ହୋଇ ବାହାରିଥିଲେ ଏହି ସେଣ୍ଟର୍ ରୁ । ତାପରେ ସୁମିତ ଚାଲି ଯାଇଥିଲେ । ଆଉ ବାହାରେ ତପସ୍ୱିନୀ କାହାକୁ ଖୋଜିଲା ଖୋଜିଲା ଭଳି ହେଉଥିବା ଆପଣ ଏଠାରେ ଦେଖିବାକୁ ପାଉଥିବେ ଏହି ଭିଡିଓ ରେ । ତେବେ ଏହି ଭିଡିଓ ବୟାନ କରୁଛି ଏବେବି ସୁମିତ କୁ ପାଇବା ପାଇଁ କେତେ ଉତ୍ସୁକତା ଭରି ରହିଛି ତପସ୍ଵିନୀ ଙ୍କ ମନରେ ।

ତେଣୁ ଏଠି ଆବଶ୍ୟକତା ରହିଛି ଦୁଇଜଣଙ୍କର ମିଳିମିଶି ରହିବାର ଏବଂ ଏକ ଉତ୍ତମ ବୁଝାମଣା ର । ଫଳରେ ସମ୍ପର୍କ ପୁଣି ପୂର୍ବ ଭଳି ହୋଇ ପାରିବ ଏବଂ ଆଉ କାହାର ଆବଶ୍ୟକତା ପଡ଼ିବ ନାହିଁ । ଯେଉଁ ପ୍ରେମରୁ ସଂପର୍କ ଆରମ୍ଭ କରିଥିଲେ,ସେହି ପ୍ରେମରେ ତପସ୍ଵିନୀ ଏବଂ ସୁମିତ ରହି ପାରିବେ ।

ତେବେ ତପସ୍ବିନୀ ଆହୁରି ମଧ୍ୟ କହିଛନ୍ତି କି ଏବେ ତାଙ୍କର ନୂଆ ଘର ତେଣୁ ସେଠାରେ ଅଧିକ ଜିନିଷ ପତ୍ର ନାହିଁ ସେହିଭଳି ଗ୍ରାଇଣ୍ଡର ନଥିବାରୁ ସେ ମସଲା ସବୁ ହେମଦସ୍ତା ରେ କୁଟି ଥିଲେ କିନ୍ତୁ ସୁମିତ ଙ୍କୁ ସେହିଥିରେ ମଧ୍ୟ ଅସୁବିଧା ହେଉଛି ତେବେ ଯଦି ଅସୁବିଧା ହେଉଛି ତେବେ ସେ ହେମଦସ୍ତା ଫୋପାଡ଼ି ଦେବେ ଏବଂ ବିନା ମସଲାରେ ସେ ଖାଦ୍ୟ ଖାଇବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *