ନମସ୍କାର ବନ୍ଧୁଗଣ ତେବେ ପରମାଣୁ ଯୁଦ୍ଧ ପାଇଁ ଆଉ ପାଦେ ଆଗେଇଲା ଋଷ । ରୁଷ-ୟୁକ୍ରେନ ଯୁଦ୍ଧକୁ ୫୫ ଦିନରୁ ଅଧିକ ଦିନ ବିତି ସାରିଲାଣି । କିନ୍ତୁ ୟୁକ୍ରେନ ସୈନ୍ୟକୁ ପରାସ୍ତ କରିବାରେ ରୁଷ ବିଫଳ ହୋଇଛି । ଏଣୁ ରୁଷ ଆକ୍ରମଣ ଜୋରଦାର କରିଛି । ଯୁଦ୍ଧ ଦିନକୁ ଦିନ ଅଧିକ ବ୍ୟାପକ ହେବାରେ ଲାଗିଛି । ୟୁକ୍ରେନକୁ ହରାଇବା ପାଇଁ ରୁଷ ଯେକୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ୟୁକ୍ରେନ ସୀମା ସଂଲଗ୍ନରେ ରୁଷର ଟିୟୁ-୧୬୦ ବମ୍ବର ଜେଟ୍ ଉଡୁଥିବା ଦେଖାଯାଇଛି ।
ପରମାଣୁ ଅସ୍ତ୍ର ପରିବହନ କରିବା ପାଇଁ ଏହି ଜେଟ୍ ବ୍ୟବହାର କରାଯାଇଥାଏ । ଏଣୁ ରୁଷ ଟିୟୁ-୧୬୦ ବମ୍ବର ଜେଟ୍ ସାହାଯ୍ୟରେ ବିପୁଳ ମାତ୍ରାରେ ପରମାଣୁ ଅସ୍ତ୍ରଶସ୍ତ୍ର ୟୁକ୍ରେନ ସୀମା ରେ ଠୁଳ କରୁଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କିଏଭରେ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷର ପରମାଣୁ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଥିଲେ ।
ଶ୍ୟକ ପଡ଼ିବ ବୋଲି ଜେଲେନ୍ସ୍କି କହିଥିଲେ । ଦେଶରେ ଅଧିକରୁ ଅଧିକ ଆଣ୍ଟି ରାଡିଏସନ୍ ବା ବିକିରଣ ନିରୋଧୀ ମେଡିସିନ୍ ମହଜୁଦ ରଖିବାକୁ ଜେଲେନ୍ସ୍କି ନିର୍ଦ୍ଦେଶ ଦେଇଥିଲେ । ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିପାରେ ଏକଥା ସେ ନିଶ୍ଚିତ ଥିବା ସେ କହିଥିଲେ । ଏବେ ଋଷ ଟିୟୁ-୧୬୦ ବମ୍ବର ଜେଟ୍ ଉଡୁଥିବା ଦେଖିବାକୁ ମିଳିଲା ପରେ ପରାମଣୁ ଯୁଦ୍ଧ ଆଶଙ୍କା ବଢିଛି ।
ତେବେ ବର୍ତ୍ତମାନ ରୁଷ ର ତେଲ ଟାଙ୍କି ବ୍ରୟାନସ୍କ ଉପରେ ହାମଲା ହୋଇଛି ଏବଂ ତାହା ବର୍ତ୍ତମାନ ହୁତୁ ହୁତୁ ହୋଇ ଜଳି ଉଠୁଛି । ତେବେ ଏହି ତେଲ ଟାଙ୍କି ରୁ ରୁଷ ର ସୌନ୍ୟ ମାନେ ନିଜ ଯୁଦ୍ଧ ପାଇଁ ତେଲ ଆଦି ନେଇ ଥାଆନ୍ତି । ତେବେ ଏହା ରୁଷ ଓ ୟୁକ୍ରେନ ର ସୀମା ନିକଟରେ ରହିଅଛି । ତେବେ ତେଲ ଡ଼ିପ ରେ ନିଆଁ ଲାଗିଲା କେମିତି ତାହା ବର୍ତ୍ତମାନ ରହସ୍ୟ ହୋଇ ରହିଛି ।
ତେବେ ଏହା ପୂର୍ବରୁ ୟୁକ୍ରେନର ସେନା ଆକ୍ରମଣରେ ରୁଷ୍ର ବେଲଗୋରଡ ସହରରେ ଥିବା ରୋଜନେଫ୍ଟ ତୈଳ ଭଣ୍ଡାର ଜଳିଯାଇଥିଲା । ସେହିପରି ରୁଷ୍ର ଆକ୍ରମଣରେ ୟୁକ୍ରେନର କାରକିଭ୍ ଅଞ୍ଚଳରେ ଥିବା ଏକ ତୈଳ ଭଣ୍ଡାର ଧ୍ବଂସ ପାଇଥିଲା । ତେବେ ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ଦିନଠାରୁ ହିଁ ରୁଷର ପରମାଣୁ ବଳକୁ ହାଇ ଆଲର୍ଟରେ ରଖିଛି ।
କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି, ରୁଷ ନିଜ ଅସ୍ତିତ୍ୱର ସୁରକ୍ଷା ପାଇଁ ୟୁକ୍ରେନ ବିରୋଧରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ । ମୋସ୍କଭା ଯୁଦ୍ଧ ଜାହାଜ ବୁଡ଼ିଯିବା ପରେ ରୁଷ ୟୁକ୍ରେନ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ବିଶେଷଜ୍ଞ ଆକଳନ କରୁଥିବା ବେଳେ ୟୁକ୍ରେନ ସୀମାରେ ରୁଷର ବମ୍ବର ଜେଟ୍ ଉଡ଼ିବା ପରମାଣୁ ଯୁଦ୍ଧର ଆଭାସ ଦେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।