ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ସୋମ୍ୟ ରଞ୍ଜନ ଆତ୍ମହତୟଆ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ବର୍ତ୍ତମାନ ସୋମ୍ୟ ଓ ତାଙ୍କ ପ୍ରେମିକାଙ୍କ ନୂଆ ଅଡିଓ କଲ୍ ସାମ୍ନାକୁ ଆସିଛି । ଏହି ଅଡିଓ କଲ୍ ରେ ସୋମ୍ୟ ଓ ସୋନାଲି କଥାବାର୍ତ୍ତା ହେଉଛନ୍ତି । ଏହି ଅଡିଓ କଲ୍ ରେ ସୋମ୍ୟ କହୁଛନ୍ତି ଯେ, ସେ ଗାଡି ଆଗକୁ ଆସିଯିବେ ଓ ଆତ୍ମହତୟଆ କରିବେ । ସେହି ସମୟରେ ସୋନାଲି ତାଙ୍କୁ ଟାହିଁ ଟାପୁରା କରୁଛନ୍ତି ।
ଅଢେଇ ମାସ ପରେ ସୋମ୍ୟ ରଞ୍ଜନ ଆତ୍ମହତୟଆ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋନାଲି ଓ ତାଙ୍କ ମାଙ୍କ ବିରୋଧ ଭୁବନେଶ୍ବର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଆତ୍ମହତୟଆ ପାଇଁ ପ୍ରବର୍ତ୍ତାଇବା ନେଇ ଆଇପିସି ଧାରା 306 ଓ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟ ନେଇ ଧାରା 34ରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ ।
ଗତ ଜାନୁୟାରୀ 30ରେ ସୋମ୍ୟ ଆତ୍ମହତୟଆ କରିଥିଲେ । ବନ୍ଧୁଗଣ ଏହି ଅଡିଓ କଲ୍ ଟି ଏବେ ସାମ୍ନାକୁ ଆସିବା ପରେ ମୋବାଇଲ ରୁ ମୋବାଇଲ ଏହି ଅଡିଓ କଲ୍ ଟି ଭାଇରାଲ ହେଉଛି । ତେବେ ଏହି ଅଡିଓ କଲ୍ କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ବନ୍ଧୁଗଣ ଆପଣ ମାନେ ବି ଶୁଣନ୍ତୁ ଏହି ଅଡିଓ କଲ୍ ରେ ସୋମ୍ୟ ଓ ସୋନାଲି କଣ କଥା ହଉଛନ୍ତି ।
ତେବେ ବନ୍ଧୁଗଣ ସୋମ୍ୟ ଆତ୍ମହତୟଆ ପୂର୍ବରୁ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ଯେଉଁଥିରେ କି ତାଙ୍କ ଆତ୍ମହତୟଆ ଲାଗି ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ଉଭୟଙ୍କ ମଧ୍ୟରେ ବିବାହ ସ୍ତିର ହୋଇଥିବା ବେଳେ ସୋନାଲି ବହୁତ ଥର ସୋମ୍ୟଙ୍କ ପରିବାର ସହ ରହୁଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ବିବାହ କରିବା ଆଳରେ ଦିନ ଗଡେଇ ଚାଲିଲେ ଏମିତି କି ସୋମ୍ୟ ତାଙ୍କ ରୋଜଗାରର ସମସ୍ତ ଅର୍ଥ ସୋନାଲିଙ୍କ ପାଇଁ ଖର୍ଚ୍ଚ କରିଥିବା ସୋମ୍ୟଙ୍କ ଭଉଣୀ ଅଭିଯୋଗ କରିଥିଲେ ।
ଅଢେଇ ମାସ ହେବ ପୋଲିସ ଏହି ମାମଲାକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା ହେଲେ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇନଫୋସିଟି ପୋଲିସ ଷ୍ଟେସନ ସୋନାଲି ଓ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।