ନମସ୍କାର ବନ୍ଧୁଗଣ ତେବେ ଆପଣ ତପସ୍ବିନୀ ମାମଲା ବିଷୟରେ ଅବଗତ ନିଶ୍ଚିତ ଥିବେ ତେବେ ସେ ନିଜର ଅଧିକାର କୁ ହାସଲ କରିବା ପାଇଁ ଦୁଇ ମାସ କାଳ ନିଜ ସ୍ୱାମୀ ଙ୍କ ଘର ଆଗରେ ବସି ରହିଥିଲେ ଏବଂ ଶୀତ କୁ ମଧ୍ୟ ଖାତିର କରୁ ନଥିଲେ । ତେବେ ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ ।
୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ତପସ୍ବିନୀ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇଥିଲେ ।
ହେଲେ ବାହାଘର ହୋଇ ପାରିଲା ନାହିଁ । ଶେଷରେ କିଛି ଉପାୟ ନପାଇ ତପସ୍ୱିନୀ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ତାଙ୍କୁ କୋର୍ଟ ଏକାଠି ରହିବାର ନିଷ୍ପତି ଶୁଣାଇଛି । ତେବେ ବର୍ତ୍ତମାନ ରାଜଧାନୀ ରେ ଆଉ ଜଣେ ତପସ୍ବିନୀ ନିଜ ଶାଶୂ ଘର ଆଗରେ ଧାରଣା ରେ ବସି ରହିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।
ତେବେ ପେଟରେ ୭ ମାସର ଛୁଆ । ନା ଚାଲିବାକୁ ନା ବସିବାକୁ ଶରୀର ଚାହୁଁଛି । କିନ୍ତୁ ପରିସ୍ଥିତି ବାଧ୍ୟ କରିଛି । ବାହାଘରକୁ ଏବେ ଏବେ ପୂରିଛି ବର୍ଷେ । କିନ୍ତୁ ପେଟରେ ଛୁଆ ଥିଲେ ବି ମନରେ ସୁଖ ନାହିଁ । ଅଧିକାର ପାଇଁ ଲଢ଼େଇ କରୁଛନ୍ତି ସୁଚିତ୍ରା । ମୋତେ ମୋ ସ୍ୱାମୀ ଦରକାର । ଡୁମଡୁମା ଫେଜ୍-୨ରେ ସ୍ୱାମୀଙ୍କ ଘରେ ପ୍ରବେଶ ପାଇଁ ଧାରଣାରେ ବସିଛି ସ୍ତ୍ରୀ ।
ତେବେ ୨୦୨୧ ମାର୍ଚ୍ଚ ୧୭ ତାରିଖରେ ମନୋରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ ସୁଚିତ୍ରା ପାତ୍ର । ବିବାହର କିଛି ଦିନ ପରେ ସୁଚିତ୍ରା ଜାଣିବାକୁ ପାଇଥିଲେ ମନୋରଞ୍ଜନ ଓରଫ ମୁନାଙ୍କର ରହିଛି ଅନ୍ୟ ଝିଅ ସହ ସମ୍ପର୍କ । ଯାହାକୁ ବିରୋଧ କରିଥିଲେ ସୁଚିତ୍ରା । ବିରୋଧ ପରେ ଆରମ୍ଭ ହୋଇଥିଲା ଶାଶୂ ଓ ସ୍ୱାମୀଙ୍କର ଅତ୍ୟାଚାର । ଯାହାକୁ ସହି ନପାରି ସୁଚିତ୍ରାଙ୍କ ମାଆ ତାଙ୍କୁ ଘରକୁ ନେଇଯାଇଥିଲେ । ଏବେ ସୁଚିତ୍ରା ଶାଶୂ ଘରକୁ ଆସିବାକୁ ଚାହୁଁଥିବା ବେଳେ ସ୍ୱାମୀ, ଶାଶୂ ଏବଂ ନଣନ୍ଦ ମନା କରି ଦେଇଥିଲେ ।
ତେବେ ଏହା ସହ ଗତକାଲି ସୁଚିତ୍ରା ବାଲେଶ୍ଵରରୁ ଆସି ଶାଶୂ ଘର ଡୁମଡୁମା ଫେଜ-୨ରେ ପହଞ୍ଚିଥିଲେ । ହେଲେ ଘରେ ତାଲା ଝୁଲୁଥିଲଲା । ଫଳରେ ଗତକାଲିଠାରୁ ସୁଚିତ୍ରା ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଶାଶୂ, ନଣନ୍ଦ ଘରେ ନ ଥିବା ଜଣାଯାଇଛି । ତେବେ ନ୍ୟାୟ ନ ମିଳିବା ଯାଏ ସ୍ୱାମୀ ଘର ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ସୁଚିତ୍ରା ।
ତେବେ ସେ କହିଛନ୍ତି କି ତାଙ୍କ କଲୋନୀ ଲୋକମାନେ ତାଙ୍କୁ ବହୁତ ସାହାର୍ଯ୍ୟ ମଧ୍ୟ କରୁଛନ୍ତି ତେବେ ଯେ ପର୍ଯ୍ୟନ୍ତ ସେମାନେ ଆସି ନାହାନ୍ତି ମୁଁ ସେମିତି ଏଇଠାରେ ଅପେକ୍ଷା କରି ରହିବି ଆଉ ମୋର କିଛି ରାସ୍ତା ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।