କାହାର ମୃତ୍ୟୁ ପାଇଁ କାନ୍ଦୁଛନ୍ତି ଅଭିନେତ୍ରୀ Sofia Alam, ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଆସିବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଉ ଆମ ମଧ୍ୟରେ ନାହଁନ୍ତି ମହାନ ସଙ୍ଗୀତଜ୍ଞ ପ୍ରଫୁଲ କର । ଆପଣଙ୍କୁ କହିରଖିବୁ ସେ ପାଖାପାଖି ୬୦ ବର୍ଷ ଧରି ଓଡ଼ିଆ ସିନେମାକୁ ଦେଇ ଆସିଛନ୍ତି ହଜାର ହଜାର ଲୋକପ୍ରିୟ ଗୀତ । ୭୦ ରୁ ଅଧିକ ଫିଲ୍ମରେ ସଙ୍ଗୀତ ଦେଇଥିବା ଏହି ମହାନ ବ୍ୟକ୍ତିତ୍ୱ ଏବେ ସବୁଦିନ ପାଇଁ ଚିରନିଦ୍ରାରେ ସୋଇଯାଇଛନ୍ତି । ଆମ ଆମକୁ ଶୁଣିବାକୁ ମିଳିବନି”କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ପଧନୁ” ।


ଆପଣ ତାଙ୍କର ଅତିପ୍ରିୟ ଗୀତ ରେଡ଼ିଓରୁ ନିଶ୍ଚିନ୍ତ ଶୁଣିଥିବେ ଯାହା ଥିଲା”କମଳ ଦେଶର ରାଜକୁମାର ମୁଁ, ହାତରେ ପୁଷ୍ପଧନୁ,ଲକ୍ଷେ ରାଜାଙ୍କ ମଉଡ଼ ମଣିମୁଁ ,ମୋ ନାଁ ଚନ୍ଦ୍ରଭାନୁ..ମୋ ନାଁ ଚନ୍ଦ୍ରଭାନୁ” । ଏହି ସୁନ୍ଦର ଗୀତ ଦ୍ଵାରା ସେ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିନେଇଥିଲେ । ସେହି ପଦ୍ମଶ୍ରୀ ପ୍ରଫୁଲ କର ଆଜି ଆମକୁ ଶୋକର ଛାୟାରେ ଭସାଇ ଚାଲିଯାଇଛନ୍ତି ।

ଆପଣଙ୍କୁ କହିରଖିବୁ ତାଙ୍କର ସୁନ୍ଦର ବେଶ ପୋଷାକ ସୁନ୍ଦର ମଧୁର ଗୀତ ଓଡ଼ିଆ ସଙ୍ଗୀତର ଠାଣି ତାଙ୍କୁ ଲୋକପ୍ରିୟ କରାଇଥିଲା । କେବଳ ଶାସ୍ତ୍ରୀୟ ସଙ୍ଗୀତ ନୁହେଁ ସେ ଭଜନ, ମେଲୋଡି ,ଫିଲ୍ମ ଆଦିରେ ସୁନ୍ଦର ଗୀତ ଦେଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ସେ ସଙ୍ଗୀତରେ ନିର୍ଦେଶନା ସହ ନିଜେ ଗୀତ ଲେଖୁଥିଲେ ଓ ଗାଉଥିଲେ ମଧ୍ୟ ।

ତାଙ୍କର ଥିଲା ସୁନ୍ଦର ମନୋଭାବ ସେ ନୂତନ ଗାୟକ ମାନଙ୍କ କଳାକୁ ଚିହ୍ନି ତାଙ୍କୁ ଗାଇବାର ସୁଯୋଗ ଦେଉଥିଲେ । ତାଙ୍କ ଆଦର୍ଶରେ ଅନେକ ବଡ଼ ବଡ଼ ଗୀତିକାର ବାହାରିଛନ୍ତି ଓ ସେମାନେ ଖୋଲା ଖୋଲି ଭାବେ ଏହା କହିଛନ୍ତି । ତାଙ୍କୁ ପଦ୍ମଶ୍ରୀ ଓ ଜୟଦେବ ସ୍ୱା ସମ୍ମାନନେ ସମ୍ମାନିତ କରାଯାଇଛି । ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କର ଜାଗା ଆଉ ପୁରୁଣ ହୋଇପାରିବ ନାହିଁ ।


ତେବେ ତାଙ୍କର ଏହି ମୃତ୍ୟୁ ର ଖବର ଶୁଣି ଅନେକ ଅଭିନେତା ଅଭିନେତ୍ରୀ କଳାକାର ନେତା ଆଦି ସମସ୍ତେ ଶୋକରେ ଅଛନ୍ତି । ତେବେ ଅଭିନେତା ସୋଫିଆ ମିଡ଼ିଆ ଆଗରେ ଖୁବ ଜୋରରେ କାନ୍ଦି ମଧ୍ୟ ପକାଇ ଥିଲେ ଏବଂ କହିଥିଲେ କି ସେ ତାଙ୍କ ବାପାଙ୍କର ଜଣେ ଭଲ ସାଙ୍ଗ ଏବଂ ବାପା ଗଲା ପରେ ମୋର ସାହା ଭରସା ସବୁ ସେ ଥିଲେ । ଯେତେବେଳେ ବି ଘରକୁ ଆସେ ସେତେବେଳେ ନିଜେ ରାନ୍ଧି ଖୁଆଇ ଦିଅନ୍ତି । ତେବେ ବର୍ତ୍ତମାନ ଆଉ ଆସିଲେ କିଏ ଖୁଆଇ ଦେବ । କିଏ ପଚାରିବ ।


ତେବେ ନେତା ତଥା ଅଭିନେତା ଆକାଶ ଦାସ ନାୟକ ମଧ୍ୟ କହିଛନ୍ତି କି ଏହା ଏକ ଯୁଗର ଅବସାନ ଘଟିଛି । ତେବେ ଜଣେ ମହାନ କଳାକାର, ଜଣେ ସଙ୍ଗୀତ ପ୍ରେମୀ, ଯିଏ ଆମ ଇଣ୍ଡଷ୍ଟ୍ରୀ କୁ ଆହୁରି ଉଚ୍ଚ ସ୍ତରରେ ପହଞ୍ଚାଇ ପାରିଥିଲେ ସେ ଆଜି ଆମ ସମସ୍ତଙ୍କୁ ଏକା କରି ଛାଡି ଚାଲିଗଲେ । ଏହା ଏକ ଅପୁରଣୀୟ କ୍ଷତି । ତେବେ ଆମେ ସ୍ୱର୍ଗତଃ ପ୍ରଫୁଲ କର ଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *