ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣଙ୍କ ଘରେ ଗୋଟିଏ ବି ସାପ ବାହାରେ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଭୟବିତ ହୋଇଯିବେ । ତେବେ ହୁଏତ କେହି କେହି ଡର ରେ ସେହି ସାପ କୁ ମାରି ମଧ୍ୟ ଦେଇଥାନ୍ତି । ତେବେ କିନ୍ତୁ ଏପରି ନ କରି ଵନ ବିଭାଗ କୁ ଫୋନ କରି ସାହାର୍ଯ୍ୟ ମାଗି ପାରିବେ । ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ବିଷ ଧର ସାପ କାମୁଡ଼ିଲେ କେତେ କ୍ଷତି ହୋଇଥାଏ ସେ ମଣିଷ ଟି ର ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ ।
ତେବେ କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ବ୍ରାଜିଲ ର ଏକ ଆଇଲ୍ୟାଣ୍ଡ ବିଷୟରେ ଯେଉଁଠି ଭୟଙ୍କର ସାପର ରାଜୁତି ଚାଲେ । ଏହି ଆଇଲ୍ୟାଣ୍ଡଟି ବ୍ରାଜିଲ ର ସାଓପାଲୋରୁ ୫୩ ମାଇଲ ଦୂରରେ ରହିଛି । ତେବେ ଏହି ଆଇଲ୍ୟାଣ୍ଡର ନାମ ହେଉଛି ଲାହା ଦା କିମାଦା ଗ୍ରାଣ୍ଡେ । ଏହି ସ୍ଥାନକୁ ସ୍ନେକ ଆଇଲ୍ୟାଣ୍ଡ ନାମରେ ଜଣା ଯାଏ । ବୈଜ୍ଞାନିକ ମାନଙ୍କ ମତରେ, ଏହି ଆଇଲ୍ୟାଣ୍ଡରେ ଆପଣଙ୍କୁ ପ୍ରତି ସ୍କୋୟାର ଫୁଟରେ ଗୋଟେ ରୁ ୫ଟି ସାପ ଦେଖିବାକୁ ମିଳିବ ।
ତେବେ ବ୍ରାଜିଲ ସରକାରଙ୍କ ମତରେ ଯେଉଁ ମଣିଷ ଶେଷ ଥର ପାଇଁ ଏହି ସ୍ଥାନରେ ରହୁଥିଲା ସେ ଏକ ଲାଇଟ ହାଉସରେ କାମ କରୁଥିଲା । ତାର କାମ ଥିଲା ଆସୁଥିବା ଜାହାଜ ଗୁଡିକୁ ଠିକ ଦିଗ ଦେଖାଇବା । ଲାଇଟ ହାଉସରେ ସେ ନିଜ ପରିବାର ସହ ରହୁଥିଲା । ହେଲେ ସାପ ସେହି ପରିବାର ଉପରେ ଆକ୍ରମଣ କରିଥିଲେ । ସାପ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଆପଣ ମାନଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବର୍ତ୍ତମାନ ଏକ ବଡ ପ୍ରଶ୍ନ ଏହା ଯେ, ଏହି ଆଇଲ୍ୟାଣ୍ଡରେ ଏତେ ସାପ କେମିତି ଆସିଲେ । କିଛି ଲୋକ ମାନଙ୍କ ମତରେ ଏହି ଆଇଲ୍ୟାଣ୍ଡରେ ପାଣି ଜାହାଜର ଡକାୟତ ମାନେ ବହୁ ମୂଲ୍ୟ ଖଜାନା ରଖିଥିଲେ । ସେହି ଖଜାନାର ସୁରକ୍ଷା ପାଇଁ ସାପ ମାନେ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛନ୍ତି ।
ତେବେ ବିଶେଷଜ୍ଞ ମାନଙ୍କ ମତରେ ଏହି ଆଇଲ୍ୟାଣ୍ଡଟି ୧୧ ହଜାର ବର୍ଷ ପୂର୍ବେ ବ୍ରାଜିଲ ସହ ଜଡିତ ହୋଇ ଥିଲା । ହେଲେ ସମୁଦ୍ର ପାଣି ଅଧିକ ହେବା ହେତୁ ଏହି ଆଇଲ୍ୟାଣ୍ଡଟି ଅଲଗା ହୋଇ ଯାଇଥିଲା । ପୂର୍ବରୁ ଏହି ସ୍ଥାନରେ ଅଧିକ ସାପ ନଥିଲେ କିନ୍ତୁ ବର୍ତ୍ତମାନର ସମୟରେ ଏହି ଟାପୁରେ ଅଗଣିତ ସାପ ଅଛନ୍ତି ।
ତେବେ ଏହି ସ୍ଥାନକୁ ବିଶ୍ଵର ସବୁଠାରୁ ଅଧିକ ସାପ ଥିବା ଟାପୁ କୁହାଯାଏ । ଏହି ଟାପୁରେ ଥିବା ସାପ ଗୁଡିକ ଘାତକ ହୋଇଥାନ୍ତି । ଯଦି ଏହି ସାପ କୌଣସି ମଣିଷକୁ କାମୁଡିବ ତା ହେଲେ ସେହି ମଣିଷର ମୃତ୍ୟୁ ସୁନିଶ୍ଚିତ । ଏହି ସାପ ବିଷ ଏତେ ଭୟଙ୍କର ଅଟେ ଯେ ଏହା ଆପଣଙ୍କ କିଡ୍ନିକୁ ଫେଲ କରେଇ ପାରେ । ତେବେ ଯଦି ଏହି ସାପ ଆପଣଙ୍କୁ ଚୋଟ ମାରିବ ତା ହେଲେ ଆପଣଙ୍କୁ ହାର୍ଟ ଆଟାକ ବି ହୋଇପାରେ । ତେଣୁ ଏଠାକୁ ନ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।