“ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି…ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !” ଝିଅର ଏମିତି କାମ ଦେଖିଲେ କାନ୍ଦିଲେ ବାପା, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ପ୍ରେମିଯୁଗଳ ଏବେ ସୁରକ୍ଷା ନିମନ୍ତେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ବେଙ୍ଗାଲୋରରୁ ଆସିବା ପରେ ସେମାନେ ପୋଲିସକୁ କଲ୍ କରିଥିଲେ ଓ ପୋଲିସ ସେମାନଙ୍କୁ ଭୁବନେଶ୍ଵର ଏୟାରପୋର୍ଟରୁ ଉଦ୍ଧାର କରି ସିଧା ଥାନାକୁ ଆଣିଥିଲା ।

ଯାହା କୁହାଯାଉଛି ଏହି ପ୍ରେମିଯୁଗଳଙ୍କ ପ୍ରେମକୁ ଝିଅ ବାଲା ଘର ପସନ୍ଦ କରୁ ନାହାନ୍ତି ସେଥିପାଇଁ ସେମାନେ ଏତେ ବଡ ସ୍ଟେପ ନେଇଛନ୍ତି । ଅନ୍ୟ ପକ୍ଷରେ ଝିଅର ବାପା ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଏକ ବଡ ବୟାନ ଦେଇଛନ୍ତି । ଝିଅର ବାପା କହିଛନ୍ତି-‘ବଡ କଷ୍ଟରେ ମୁଁ ଝିଅକୁ ଏମବିବିଏସ ବନେଇ ଥିଲି ହେଲେ ଏବେ ସେ ଗୋଟେ ଷଡଯନ୍ତ୍ରର ଶିକାର ହୋଇଯାଇଛି ।

କାଲି ମୁଁ ଶୁଣିଲି ଏ କଥା କାଲି ଠାରୁ ବହୁତ ଅଶାନ୍ତି ଚାଲିଛି ଘରେ । ହଠାତ ଶୁଣିବା ପରେ ଯେହେତୁ ମୁଁ ଗୋଟେ ବାପା ମୁଁ ରିଆକ୍ଟ କରିବି ହେଲେ ପରେ ମୁଁ ନିଜ ମୁଣ୍ଡକୁ ଥଣ୍ଡା କରିଲି । ମୁଁ ରାତି ସାରା କାନ୍ଦିଛି । ହେଲେ ଏଇଟା ବୋଧେ ବ୍ୟାଡ ଲକ୍ ଥିଲା ମୁଁ ଝିଅ ଜନ୍ମ କରିକି । ମୁଁ ଭାବୁଥିଲି ମୋର ଦୁଇଟି ଯାକ ଝିଅ ମୋର ପୁଅ ନଥିଲେ ବି ସେମାନେ ସବୁ କିଛି ।

ଦୁଇଟି ଝିଅକୁ ମୁଁ ସେଇଥି ପାଇଁ ଏମବିବିଏସ କରାଉ ଥିଲି । ଯେହେତୁ ସେ ମୋତେ ଏ ଲେବୁଲରେ ଛିଡା କରି ଦେଲେଣି ତେଣୁ ମୁଁ କିଛି ଚାହୁଁନି ଏଇଟା ତାଙ୍କ ନିଷ୍ପତ୍ତି । ସେ ମାଚ୍ଯୁର ସେ ନିଜ ନିଷ୍ପତ୍ତି ନେବାର ଅଧିକାର ଅଛି । କାଲି ଯାହା ବି ହେଲା ଗୋଟେ ବାପା ହିସାବରେ ଆପଣ ନିଜକୁ ରଖି ଦେଖନ୍ତୁ । ଆଉ ସେ ଅଲଗା ରେକର୍ଡ ବି ରଖିଥିବ ତାକୁ ପଚାରନ୍ତୁ  । କାଲି ରାତିରେ ଝିଅ ନିଜ ମାକୁ କହିଥିଲା କି, ଝିଅ ସେ ସରଦାରକୁ ଭଲ ପାଉଛି ।

ଏହା ପରେ ମୁଁ ଫ୍ଲାଇଟ ଟିକେଟ କରିବାକୁ ଯାଉଥିଲି ହେଲେ ସାନ ଝିଅ କହିଲା ଦିଦି ଆଉ ସେ ଆସିଯିବେ । ତ ଏଇଟା ଗୋଟେ ଷଡଯନ୍ତ୍ର ହେଇକି ଗୋଟେ ପିଲାର କାରିୟରକୁ ବରବାଦ କରାଯାଉଛି । ଥରେ ସେ ଝିଅ ଆକାଉଣ୍ଟରୁ 2 ଲକ୍ଷ ଟଙ୍କା ଉଠେଇ ନେଇଥିଲେ । ସେତେବେଳେ ସେ ପଢୁ ଥିଲା ହେଲେ ମୁଁ କିଛି ଜାଣିନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଝିଅର ବାପା ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published.