ଏହି Island ଠାରୁ ଦୂରେଇ ରୁହନ୍ତୁ ! ଏମିତି ଏକ ଆଇଲ୍ୟାଣ୍ଡ ଯେଉଁଠି ସାପଙ୍କର ଚାଲେ ରାଜ, ଏମିତି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣଙ୍କ ଘରେ ଗୋଟିଏ ବି ସାପ ବାହାରେ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଭୟବିତ ହୋଇଯିବେ । ତେବେ ହୁଏତ କେହି କେହି ଡର ରେ ସେହି ସାପ କୁ ମାରି ମଧ୍ୟ ଦେଇଥାନ୍ତି । ତେବେ କିନ୍ତୁ ଏପରି ନ କରି ଵନ ବିଭାଗ କୁ ଫୋନ କରି ସାହାର୍ଯ୍ୟ ମାଗି ପାରିବେ । ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ବିଷ ଧର ସାପ କାମୁଡ଼ିଲେ କେତେ କ୍ଷତି ହୋଇଥାଏ ସେ ମଣିଷ ଟି ର ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ ।

ତେବେ କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ବ୍ରାଜିଲ ର ଏକ ଆଇଲ୍ୟାଣ୍ଡ ବିଷୟରେ ଯେଉଁଠି ଭୟଙ୍କର ସାପର ରାଜୁତି ଚାଲେ । ଏହି ଆଇଲ୍ୟାଣ୍ଡଟି ବ୍ରାଜିଲ ର ସାଓପାଲୋରୁ ୫୩ ମାଇଲ ଦୂରରେ ରହିଛି । ତେବେ ଏହି ଆଇଲ୍ୟାଣ୍ଡର ନାମ ହେଉଛି ଲାହା ଦା କିମାଦା ଗ୍ରାଣ୍ଡେ । ଏହି ସ୍ଥାନକୁ ସ୍ନେକ ଆଇଲ୍ୟାଣ୍ଡ ନାମରେ ଜଣା ଯାଏ । ବୈଜ୍ଞାନିକ ମାନଙ୍କ ମତରେ, ଏହି ଆଇଲ୍ୟାଣ୍ଡରେ ଆପଣଙ୍କୁ ପ୍ରତି ସ୍କୋୟାର ଫୁଟରେ ଗୋଟେ ରୁ ୫ଟି ସାପ ଦେଖିବାକୁ ମିଳିବ ।

ତେବେ ବ୍ରାଜିଲ ସରକାରଙ୍କ ମତରେ ଯେଉଁ ମଣିଷ ଶେଷ ଥର ପାଇଁ ଏହି ସ୍ଥାନରେ ରହୁଥିଲା ସେ ଏକ ଲାଇଟ ହାଉସରେ କାମ କରୁଥିଲା । ତାର କାମ ଥିଲା ଆସୁଥିବା ଜାହାଜ ଗୁଡିକୁ ଠିକ ଦିଗ ଦେଖାଇବା । ଲାଇଟ ହାଉସରେ ସେ ନିଜ ପରିବାର ସହ ରହୁଥିଲା ।   ହେଲେ ସାପ ସେହି ପରିବାର ଉପରେ ଆକ୍ରମଣ କରିଥିଲେ । ସାପ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଆପଣ ମାନଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବର୍ତ୍ତମାନ ଏକ ବଡ ପ୍ରଶ୍ନ ଏହା ଯେ, ଏହି ଆଇଲ୍ୟାଣ୍ଡରେ ଏତେ ସାପ କେମିତି ଆସିଲେ । କିଛି ଲୋକ ମାନଙ୍କ ମତରେ ଏହି ଆଇଲ୍ୟାଣ୍ଡରେ ପାଣି ଜାହାଜର ଡକାୟତ ମାନେ ବହୁ ମୂଲ୍ୟ ଖଜାନା ରଖିଥିଲେ । ସେହି ଖଜାନାର ସୁରକ୍ଷା ପାଇଁ ସାପ ମାନେ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛନ୍ତି ।

ତେବେ ବିଶେଷଜ୍ଞ ମାନଙ୍କ ମତରେ ଏହି ଆଇଲ୍ୟାଣ୍ଡଟି ୧୧ ହଜାର ବର୍ଷ ପୂର୍ବେ ବ୍ରାଜିଲ ସହ ଜଡିତ ହୋଇ ଥିଲା । ହେଲେ ସମୁଦ୍ର ପାଣି ଅଧିକ ହେବା ହେତୁ ଏହି ଆଇଲ୍ୟାଣ୍ଡଟି ଅଲଗା ହୋଇ ଯାଇଥିଲା । ପୂର୍ବରୁ ଏହି ସ୍ଥାନରେ ଅଧିକ ସାପ ନଥିଲେ କିନ୍ତୁ ବର୍ତ୍ତମାନର ସମୟରେ ଏହି ଟାପୁରେ ଅଗଣିତ ସାପ ଅଛନ୍ତି ।

ତେବେ ଏହି ସ୍ଥାନକୁ ବିଶ୍ଵର ସବୁଠାରୁ ଅଧିକ ସାପ ଥିବା ଟାପୁ କୁହାଯାଏ । ଏହି ଟାପୁରେ ଥିବା ସାପ ଗୁଡିକ ଘାତକ ହୋଇଥାନ୍ତି । ଯଦି ଏହି ସାପ କୌଣସି ମଣିଷକୁ କାମୁଡିବ ତା ହେଲେ ସେହି ମଣିଷର ମୃତ୍ୟୁ ସୁନିଶ୍ଚିତ । ଏହି ସାପ ବିଷ ଏତେ ଭୟଙ୍କର ଅଟେ ଯେ ଏହା ଆପଣଙ୍କ କିଡ୍ନିକୁ ଫେଲ କରେଇ ପାରେ । ତେବେ ଯଦି ଏହି ସାପ ଆପଣଙ୍କୁ ଚୋଟ ମାରିବ ତା ହେଲେ ଆପଣଙ୍କୁ ହାର୍ଟ ଆଟାକ ବି ହୋଇପାରେ । ତେଣୁ ଏଠାକୁ ନ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *