ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଅସ୍ତବ୍ୟସ୍ତ କରୁଛି ତାତି । ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ । ମାର୍ଚ୍ଚ ମାସ ଅଧାରୁ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ସହହିତ ଭାରତର ବହୁ ରାଜ୍ୟରେ ଗରମ ପବନ ଅର୍ଥାତ ଲୁ କାରଣରୁ ତାତି ବଢିଛି । ପାଣିପାଗ ବିଭାଗର କହିବାନୁସାରେ, ଦେଶରେ ଚଳିତ ବର୍ଷ ତାପମାତ୍ରା ବଢିବାରେ ଲାଗିଛି । ଯାହା ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି ।

ଆଇଏମଡିର ସୂଚନା ଅନୁସାରେ, ଭାରତରେ ୧୨୧ ବର୍ଷରେ ଚଳିତ ବର୍ଷ ମାର୍ଚ ମାସରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦେଶରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧.୮୬ ଡିଗ୍ରୀ ଅଧିକ ଅଛି । ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତରେ ତାପମାତ୍ରା ମଧ୍ୟରେ ବଡ ଅନ୍ତର ପରିଲକ୍ଷିତ ହୋଇଛି । ସେହିପରି ଭାରତରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସବୁଠାରୁ ଗରମ ଦିନ ରେକର୍ଡ କରାଯାଇଛି ।
୧୯୦୧ ପରେ ମାର୍ଚ୍ଚ ମାସରେ ସବୁଠାରୁ ଗରମ୍ ତାପମାତ୍ରା ରେକର୍ଡ କରା ଯାଇଛି । ମାର୍ଚ୍ଚ ୨୦୨୨ ରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୩.୦୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରା ଯାଇଥିଲା । ସେଭଳି ଏହା ପୂର୍ବରୁ ମାର୍ଚ୍ଚ ୨୦୧୦ରେ ତାପମାତ୍ରା ୩୩.୦୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରା ଯାଇଥିଲା ।
ତେବେ ଏହି ଭୀଷଣ ଗରମ ରେ ଗାଁ ମାନଙ୍କ ରେ କୌଣସି ବିନା ନୋଟିସ ରେ ଲାଇନ କଟ କରି ଦେଉଛନ୍ତି । ତେବେ ସେହିପରି ତରାଗ ଗାଁ ର ୩୦ ଟି ଗରିବ ଓ ଅସହାୟ ବିପିଏଲ ପରିବାର ମାନଙ୍କୁ ଟାଟା କମ୍ପାନୀର କର୍ମଚାରୀ ମାନେ ବିନା କୌଣସି ନୋଟିସ କିମ୍ବା ସୂଚନା ରେ ଲାଇନ କଟ କରି ଦେଉଛନ୍ତି ତେବେ ଏହା ପରେ ସେମାନେ ଏହି ଭୀଷଣ ଗରମ ରେ ଛଟ ଛଟ ହୋଇ ଯାଉଛନ୍ତି ।

ତେବେ ସେଥିପାଇଁ ସେହି ଗାଁ ର ସରପଞ୍ଚ ସେହି ଟାଟା କମ୍ପାନୀ ର କର୍ମଚାରୀ ଏବଂ ଜେଇ ଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ତୁରନ୍ତ ଲାଇନ ଫେରେଇବାକୁ କହିଥିଲେ । ଏହା ସହ କହିଥିଲେ କି ଲାଇନ କାଟିବା ପୂର୍ବରୁ ସାତ ଦିନ ପୂର୍ବରୁ ଏକ ନୋଟିସ ଦେବ ଏବଂ ମୋତେ ତିନି ଥର ପଚାରି ଯାହା କରିବ । ତେବେ ଏହି ଆଲୋଚନା ପରେ ସମସ୍ତଙ୍କ ଘରେ ଲାଇନ ଆସି ଯାଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

