ରୁଟିରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ, ଦେଖୁ ଦେଖୁ ଭକ୍ତିରେ ଆଖିରୁ ଝରିଲା ଲୁହ, ଦେଖିଲେ ଆପଣ ବି ହେଇଯିବେ ଭାବୁକ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭକ୍ତ ବିଦୁର ଶାଗ ପଖାଳରେ ସେହି ଜଗତର ନାଥ ଜଗନ୍ନାଥଙ୍କୁ ଦେଖିଥିଲା ଆଉ ତାଙ୍କ ଉପରେ ହସିଥିଲେ ଅନେକ । ବିଶ୍ୱାସରେ ଅଛନ୍ତି ଈଶ୍ୱର ତର୍କ ବୋହୁତ ଦୂର, ଭକ୍ତି ଆଉ ଭକ୍ତକୁ କେବେ ତର୍କରେ ପାରି ହେବ ନାହିଁ ଯଦି ପରାଜିତ ହେବ ତାହା ତର୍କ ହିଁ ହେବ । ତର୍କ କହେ ଈଶ୍ୱର ନାହାଁନ୍ତି କିନ୍ତୁ ଭକ୍ତି କହେ ସେହି ତର୍କରେ ହିଁ ଈଶ୍ୱର ଅଛନ୍ତି ନହେଲେ ତର୍କ ମନୁଷ୍ୟ କରୁଛି କେମିତି ।


ତେବେ ଈଶ୍ୱର ଅଛନ୍ତି ପୁଣି ଈଶ୍ୱର ନାହାଁନ୍ତି ଖାଦ୍ୟର ସେହି କୋଣ କୋଣରେ ଈଶ୍ୱର ଅଛନ୍ତି ସେଇଥି ପାଇଁ କୁହାଯାଏ ଅନ୍ନବ୍ରହ୍ମ ସେହି ଖାଦ୍ୟରେ ଆଜି ଈଶ୍ୱର ନିଜର ପ୍ରତିଛବିରେ ଦର୍ଶନ ଦେଇଛନ୍ତି ତାଙ୍କ ଭକ୍ତଙ୍କୁ, ଅନେକ ହେତୁବାଦୀ ଏହାକୁ ଅନ୍ଧ ବିଶ୍ବାସ କହୁଥିବା ବେଳେ ଭକ୍ତ କିନ୍ତୁ ଦେଖୁଛି ଆରାଧ୍ୟ ଜଗନ୍ନାଥଙ୍କୁ । ତେବେ ସେ ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ ।

କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତର ବାଲି ରଥରେ ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଏମିତି ଜଣେ ଭକ୍ତର ଭାବକୁ ବୁଝି ପରଟାରେ ଦେଖା ଦେଇଛନ୍ତି ମହାପ୍ରଭୁ  ଜଗନ୍ନାଥ । ତେବେ ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ସୋର ଜଗନ୍ନାଥପୁର ଅଞ୍ଚଳର ଶିକ୍ଷକ ବିଶ୍ଵରଞ୍ଜନ ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀ ଘରେ ରୁଟି ଓ ପରଟା କରୁଥିବା ସମୟରେ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା । ଯାହାକି ରାଜଲକ୍ଷ୍ମୀଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଥିଲା । କିଛି ଦିନ ଆଗରୁ ରାଜଲକ୍ଷ୍ମୀଙ୍କ ପୁରା ପରିବାର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମଧ୍ୟ କୌଣସି କାରଣରୁ ରାଜଲକ୍ଷ୍ମୀ ଯାଇପାରିନଥିଲେ । ମାତ୍ର ମହାପ୍ରଭୁଙ୍କୁ ଦର୍ଶନର ଅଭିଳାଷ ତାଙ୍କ ମନରେ ରହିଥିଲା ।


ତାଙ୍କ ଭକ୍ତିକୁ ବୁଝିପାରି ନିଜେ ସ୍ବୟଂ  ଜଗନ୍ନାଥ  ଆସି ତାଙ୍କୁ ଏହି ମାଧ୍ଯମରେ ଦେଖା ଦେଇଥିବା ସେ କହିଛନ୍ତି । ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖି ତାଙ୍କୁ ଠାକୁର ଘରେ ଜଗନ୍ନାଥଙ୍କ ଫଟୋ ପାଖେ ରଖି ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି ରାଜଲକ୍ଷ୍ମୀ । ଏହି ଘଟଣା ଜଣାପଡିବା ପରେ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ବିଭିନ୍ନ ଲୋକ ମଧ୍ୟ ଆସୁଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *