ସେଦିନ କନିଆଁ ଘରେ କଣ ଘଟିଥିଲା ? ଫେବୃଆରୀ 6 ତାରିଖର ପୁରା ଘଟଣା ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ, କହିଲେ ‘ସେଦିନ ମାନସଙ୍କୁ ଘୋଷାରି ଘୋଷାରି…’ ଦେଖନ୍ତୁ Video

ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର କେତେକ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏବେ ପଳାଶପୁରରେ କ୍ରାଇମବ୍ରାଞ୍ଚ ଟିମ କରୁଛି ତନାଘନା । ଏହି ସ୍ଥାନକୁ ସୁଟିଙ୍ଗ ପାଇଁ ଯାଇଥିଲେ ମାନସ । ଫେବୃୟାରି ୬ ତାରିଖ ଘଟଣା ବଖାଣି ଛନ୍ତି ଗାଁ ଲୋକ । ରାତି ତମାମ ମାନସଙ୍କୁ ଜଗି ରହିଥିଲା ଶର୍ମୀଷ୍ଠା । କାରରେ ବସିଥିଲେ ଝୁଣା ଏବଂ ୩ ସହଯୋଗୀ ।

ବାହାଘର ଶେଷ ପରେ ମାନସଙ୍କୁ ଘୋଷାଡ଼ି ଘୋଷାଡ଼ି ଆଣିଥିଲା ଶର୍ମୀଷ୍ଠ । ଏମିତି କି ମାନସଙ୍କୁ ଚାପୁଡା ମାରିଥିଲା ଶର୍ମୀଷ୍ଠା । ଏପରି ୬ ତାରିଖର ଘଟଣା ବଖାଣି ଛନ୍ତି ପ୍ରତ୍ୟକ୍ଷଦର୍ଶୀ । ରାତିରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ଶର୍ମିଷ୍ଠା ଏବଂ ତାଙ୍କର ୪ ସହଯୋଗୀ । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ, ଅପେକ୍ଷା କରିଥିଲେ ଶର୍ମିଷ୍ଠା । ବାହାଘର ଶେଷ ପରେ ମାନସଙ୍କୁ ଚାପୁଡଆ ମଆରି ଘୋଷଆଡ଼ି ଘୋଷଆଡ଼ି ଗାଡିରେ ବସାଇଥିଲା ଶର୍ମିଷ୍ଠା ।

ସେପଟେ ଚାନ୍ଦବାଲି ପଳାଶପୁରରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତନାଘନା । ବର କନ୍ୟା ଦୁଇ ପକ୍ଷଙ୍କୁ ପଚରା ଉଚରା ଆରମ୍ଭ କରିଛି । ପ୍ରତକ୍ଷଦର୍ଶୀ ମଧ୍ୟ ଆଉ ଏକ କଥା କହିଛନ୍ତି ଏହି ସମସ୍ତ ଘଟଣାର ସାକ୍ଷୀ ଥିଲେ ଜଣେ ୱେବ ଚ୍ୟାନେଲର ସାମ୍ବାଦିକ । ତାଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଜେରା କରିପାରେ । ଏବେ ପୁରା ଘଟଣାର ଟିକିନିକ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ ।

ଅନ୍ୟ ପଟରେ ଶର୍ମିଷ୍ଠା ରାଉତଙ୍କ ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପୁଅ ପରମେଶ୍ଵର ନିର୍ଦୋଷ ନିରଞ୍ଜନ ସାହୁ କହିବାରୁ ପୁଅ ଟଙ୍କା ପଠାଇ ଥିଲେ । ପରମେଶ୍ଵରଙ୍କୁ ନିର୍ଦୋଷ କହି ଛାଡି ଦେବାକୁ ସେ ଦାବି କରିଛନ୍ତି । ବନ୍ଧୁଗଣ ଏହି ମାମଲାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *