Supreme Court ର ସବୁଠୁ ବଡ଼ ରାୟ ! ବୋହୂ ବାପଘର ସବୁ ଜିନିଷ ଯୌତୁକ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯୌତୁକ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଘର ନିର୍ମାଣ ପାଇଁ ଟଙ୍କା ମାଗିବାକୁ ମଧ୍ୟ ଅପରାଧ କୁହାଯିବ । ବର୍ତ୍ତମାନ ସମୟ ରେ ଯୌତୁକ ର ପରିଭାଷା ବ୍ୟାପକ ହେବା ଉଚିତ । ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରିଥିବା ଜିନିଷ କୁ ଯୌତୁକ ଭାବରେ ପରିଗଣିତ କରାଯିବ । ଜମିବାଡ଼ି, ସମ୍ପତ୍ତି, ସୁନା ରୁପା, ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ ।

ସୁପ୍ରିମକୋର୍ଟ ବିଚାରପତି ଏହି ରାୟ ଶୁଣାଇଛନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ଯେ କୌଣସି ଯୌତୁକ ଶ୍ରେଣୀ ରେ ଅର୍ଥାତ ଆଇପିସି ଧାରା ୩୦୪ ବି ଓ ଆତ୍ମହତ୍ୟା ପାଇଁ ଉସକାଇବା ଅପରାଧ ରେ ଅନ୍ତର୍ଭୁକ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛି । ଏହି ମାମଲାରେ କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ମହିଳା ଙ୍କ ଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ ।

କିନ୍ତୁ ମହିଳା ଙ୍କ ପରିବାର ଲୋକେ ଟଙ୍କା ଦେବା ପାଇଁ ସମର୍ଥନ ନଥିଲେ । ଟଙ୍କା ପାଇଁ ମହିଳା ଙ୍କୁ ଲଗାତାର ହଇରାଣ କରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲା । ଯେଉଁ କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଶୁଣାଣି କରି କହିଥିଲେ ଯେ, ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରାଯାଇଥିବା ଯୌତୁକ ଭାବରେ ଗ୍ରହଣ କରାଯିବ ନାହିଁ ।

ଆଉ ଏହି ରାୟ କୁ ଖାରଜ କରି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଇନ ର ଉଦ୍ଦେଶ୍ୟ ପୂରଣ କରୁ ନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମ କୁ ପରିବର୍ତ୍ତନ କରାଯିବା ଉଚିତ । ଏହା ପରିବର୍ତ୍ତେ ଆଇନ ର ଉଦ୍ଦେଶ୍ୟ କୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ । ଯୌତୁକ ବିରୋଧୀ ଆଇନ ମାମଲାରେ ଏହା ପ୍ରଯୁଜ୍ୟ ଅଟେ । କାରଣ ଆମ ସମାଜରେ ଯୌତୁକ ଜନିତ ଅପରାଧ ଥମୁ ନାହିଁ ।

ଏହା ଗଭୀର ଭାବରେ ଲୋକ ମାନଙ୍କୁ ପ୍ରଭାବିତ କରୁଛି । ଶିକ୍ଷିତ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଅପାଠୁଆ ସମସ୍ତେ ଯୌତୁକ କୁ ଉପହାର କହି ପାର ପାଇବାକୁ ଚେଷ୍ଟା କରୁଥିବା ବୋଲି କୋର୍ଟ କହିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *