ଆଜି ସକାଳୁ ସକାଳୁ ବିଜୁ ପଟ୍ଟନାୟକ କଲେଜ କାମ୍ପସରେ ଛାତ୍ରଛାତ୍ରୀମାନଙ୍କର ହଙ୍ଗମା ଦେଖିବାକୁ ମିଳିଛି । ଛାତ୍ରୀମାନେଙ୍କର ଅଭିଯୋଗ ଅଟେ କି କଲେଜର ସାର ସେମାନଙ୍କୁ ଖରାପ ବ୍ୟବହାର କରିଛନ୍ତି । ଜଣେ ଛାତ୍ରୀ ଅଭିଯୋଗ କରିଲେ କି ସାର ଆମେ ସବୁ ବୁଝୁଛୁ ଆମର ବି ସାର ପରିବାର ଅଛି ଆମେ ବି ସାର ମାନଙ୍କୁ ସମ୍ମାନ କରୁ ସେଥିପାଇଁ ଆଜି ୧୫ ୨୦ ଦିନ ହବ ଏଠି ଛିଡା ହୋଇଛି । କଲେଜର ସାର ଯେଉଁ ଝିଅର ବଡିକୁ ଟଚ କରିଛନ୍ତି ସେହି ଝିଅ ସୁସାଇଡ କରିବାକୁ ବାହାରିଛି ।
କିନ୍ତୁ ଏହି ସବୁ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଅଭିଯୋଗ କି ଶୁଭେନ୍ଦୁ ସାର ଓ ନବୀନ ସାର ଯିଏକି ତାଙ୍କର ଜଣେ ବନ୍ଧୁଙ୍କୁ ଖରାପ ବ୍ୟବହାର କରିଛି ତାକୁ ସମସ୍ତଙ୍କ ସମ୍ମୁଖରେ ଡାକିବା ପାଇଁ କହିଲେ । କିନ୍ତୁ ପୋଲିସ କହିଲେ କି ସେ ଭୁଲ କରିଛନ୍ତି ଓ ସେ ଭୁଲ ମାଗି ଦେବେ । କିନ୍ତୁ ଆମେ କାହାକୁ ବି ସମସ୍ତଙ୍କ ସମ୍ମୁଖରେ ଡାକି ପାରିବୁ ନାହିଁ ।
ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଲେ କି ବିଜୁ ପଟ୍ଟନାୟକ କଲେଜରେ ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ୩ ଟି ଦାବି ଅଛି । ଗୋଟିଏ ହେଉଛି ୟୁରିନାଲ କରିବା ପାଇଁ, ଦ୍ଵିତୀୟଟି ହେଉଛି ପାର୍କିଙ୍ଗ ପାଇଁ, ତୃତୀୟ ହେଉଛି କଲେଜର କେତେକ ସାର ଅଛନ୍ତି ଯେଉଁମାନଙ୍କ ବ୍ୟବହାର ତାଙ୍କୁ ଭଲ ଲାଗୁ ନାହିଁ । ଦୁର୍ବ୍ୟବହାର କରୁଛନ୍ତି ସାରମାନେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ।
ଆମେ ପୋଲିସ ହିସାବରେ ଆମେ ତାଙ୍କୁ ଅନୁରୋଧ କରିଲୁ କି ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ସେମାନେ ଆମକୁ ଲିଖିତ ଭାବରେ ଦେଲେ ଆମେ ତାର ଯାଞ୍ଚ କରିବୁ । ଆମେ ଚାହୁଁଛୁ କି ଛାତ୍ରଛାତ୍ରୀ ଓ ପ୍ରିନ୍ସପାଲ ବସି ଏହାକୁ ସମଧାନ କରିବାକୁ । ଏହି ସବୁ ଜିନିଷର ଯାଞ୍ଚ କରି ଯାହା ବି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ଦରକାର ଆମେ କରିବୁ ।
କହିଦେଉଛୁ କି ଏହି ଆନ୍ଦୋଳନରେ କିଛି ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ଯାଇ ବସି ଆନ୍ଦୋଳନ କରିଥିଲେ । କିନ୍ତୁ ପୋଲିସ ଶେଷରେ ତାଙ୍କୁ ବୁଝାଇବା ପରେ ସେମାନେ ରାସ୍ତା ଛାଡି ଦେଇ ଥିଲେ । ପୋଲିସ ଆଗକୁ କହିଲେ କି ଉତ୍ତେଜନା ବୋଲି କିଛି ନାହିଁ ପିଲାମାନେ ତାଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି । ତାଙ୍କର ଯାହା ବି ଦାବି ଅଛି ଆମେ କଲେଜ କମିଟିକୁ ଜଣାଇ ଦେଇଛୁ ଓ ସେମାନେ ଆଶ୍ଵାସନା ଦେଇଛନ୍ତି କି ଯାହା ବି ଦାବି ଅଛି ତାହା ଜଲ୍ଦି ସବୁ ପୂର୍ଣ ହେବ ।