ସେମି ଫାଇନାଲରୁ ବାହାରିବା ପରେ ନିଜ ହେବାକୁ ଥିବା ଜ୍ଵାଇଁବକ ଉପରେ ହିଁ ବର୍ଷିଲେ Shahid Afridi, କହିଲେ Bumrah ଙ୍କ ଠାରୁ କିଛି ଶିଖ !

ବନ୍ଧୁଗଣ ଗତ କାଲି ଦୁବାଇର ଅନ୍ତଃ ରାଷ୍ଟ୍ରୀୟ ଷ୍ଟାଡିୟମରେ ଟି20 ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚର ଟସ୍ ଅଷ୍ଟ୍ରେଲିଆ ଜିତିଥିଲା ଓ କ୍ୟାପଟେନ ଫ୍ରିଞ୍ଚ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି । ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି୨୦ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ହେବାକୁ ଯାଉଛି ।

ତେବେ ବନ୍ଧୁଗଣ ପାକିସ୍ତାନ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ମାନେ ନିଜ ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନ ହାରିବା ପଛରେ ପାକିସ୍ତାନୀ ଖେଳାଳି ହସନ ଅଲିଙ୍କ ଭୁଲ ଅଛି ବୋଲି ସମସ୍ତେ କହୁଛନ୍ତି ।

ହସନ ଅଲି ଅନ୍ତିମ ସମୟରେ ମାଥୱେ ୱେଡଙ୍କ କ୍ୟାଚ ଛାଡି ଦେଇଥିଲେ । ହେଲେ ସାହିଦ ଆଫ୍ରିଦି ତାଙ୍କର ହବାକୁ ଯାଉଥିବା ଜ୍ଵାଇଁ ଉପରେ ମ୍ୟାଚ ହାରିବାର ଦୋ-ଷ ଦେଉଛନ୍ତି । ପାକିସ୍ତାନର ପୂର୍ବତ୍ତମ କ୍ୟାପଟେନ ସାହିଦ ଆଫ୍ରିଦି ନିଜ ଜ୍ଵାଇଁ ସାହିନସା ଆଫ୍ରିଦିଙ୍କୁ ମ୍ୟାଚ ହାରିବାର ଦୋ-ଷ ଦେଇଛନ୍ତି । ସାହିଦଙ୍କ ମତରେ, ସାହିନଙ୍କ ଓଭରରେ ତିନୋଟି ଛକା ହେବାର ନଥିଲା ।

ସାହିଦ କହିଛନ୍ତି- ‘ମୁ ସାହିନଙ୍କ ଉପରେ ଖୁସି ନାହିଁ । ମୁ ମାନୁଛି ହସନ ଅଲି ଅନ୍ତିମ ସମୟରେ ଏକ ବଡ କ୍ୟାଚ ଛାଡି ଦେଲେ ହେଲେ ଏହାର ମାନେ ନୁହେଁ ଯେ ସାହିନ ଆଗ ଓଭରରେ ତିନୋଟି ଛକା ବିପକ୍ଷ ଟିମକୁ ଦେଇଦେବେ’ । ଆଗକୁ ସାହିଦ କହିଲେ- ‘ସେ ଚାହିଁଥିଲେ ୟରକର ବଲ ପକାଇ ପାରିଥାନ୍ତେ ହେଲେ ସେ ଏମିତି ବଲ ପକାଇଲେ ଯାହା ମାଥୱେଙ୍କୁ ଦରକାର ଥିଲା ।

ଯାହା ଫଳରେ ମାଥୱେ ତିନୋଟି ଛକା ମା-ରି-ଲେ ଓ ପାକିସ୍ତାନ ହାରି ଗଲା । ଯଦି ସାହିନଙ୍କ ଜାଗାରେ ଭାରତର ବୁମ୍ରାହ ଥାନ୍ତେ ତା ହେଲେ ସେ ଏଭଳି ଭୁଲ କରି ନଥାନ୍ତେ । ମୋତେ ଲାଗୁଛି ସାହିନଙ୍କୁ ବୁମ୍ରାହ ଠାରୁ କିଛି ଶିଖିବା ଉଚିତ’ ।

ବନ୍ଧୁଗଣ ସାହିନ ମାତ୍ର ୨୧ ବର୍ଷ ବୟସରେ ପାକିସ୍ତାନର ଦିଗଜ ବୋଲରଙ୍କ ମଧ୍ୟରେ ରହିଛନ୍ତି । ସେ ତାଙ୍କ ଦେଶ ପାଇଁ ଟେଷ୍ଟ, ଟି୨୦ ଓ ୱାନ ଡେ ମ୍ୟାଚ ଖେଳିଛନ୍ତି । ସାହିନ ବହୁତ ଶୀଘ୍ର ପାକିସ୍ତାନର ପୂର୍ବତ୍ତମ ଖେଳାଳି ସାହିଦ ଆଫ୍ରିଦିଙ୍କ ଜ୍ଵାଇଁ ହେବାକୁ ଯାଉଛନ୍ତି । ସାହିଦ ଆଫ୍ରିଦିଙ୍କ ବଡ ଝିଅ ଅକଶାଙ୍କ ସହ ସାହିନ ବିବାହ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *