ବନ୍ଧୁଗଣ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଦେଶରେ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି । କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ପାଖା ପାଖି ଦେଢ ବର୍ଷ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଜାରି କରିଥିଲେ ଯାହାର ବିଶେଷ ପ୍ରଭାବ ସାଧାରଣ ଜନତା ମାନଙ୍କ ଉପରେ ପଡିଥିଲା । ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା ।
ଗତ କିଛି ମାସ ହେବ ପେଟ୍ରୋଲ ଦର ବଢି ବଢି ୧୧୦ ଟଙ୍କା ହେଲାଣି । ପେଟ୍ରୋଲ ଦରକୁ ଦେଖି ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ପକ୍ଷରେ ପେଟ୍ରୋଲ ଦରକୁ ଦେଖି ଲୋକ ମାନଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବର୍ତ୍ତମାନର ଖବର ଅନୁସାରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର ନବୀନ ପଟ୍ଟନାୟକ । ପେଟ୍ରୋଲ ଓ ଡିଜେଲ ଉପରୁ ମାତ୍ର ୩ ଟଙ୍କା ଭାଟ୍ ହ୍ରାସ କରାଯାଇଛି । ବନ୍ଧୁଗଣ ଏହା ୫ ତାରିଖ ମଧ୍ୟ ରାତ୍ରିରୁ ଆରମ୍ଭ ହେବାକୁ ଯାଉଛି ।
ଗତ କାଲି କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ । ଗତ କାଲି କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ପେଟ୍ରୋଲ ଦର ୫ ଟଙ୍କା କମି ଥିଲା । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ପେଟ୍ରୋଲ ଦର କମାଇବା ପାଇଁ କହିଥିଲେ ଯାହା ଫଳରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ପେଟ୍ରୋଲ ଉପରୁ ଭାଟ୍ ହ୍ରାସ କରିଥିବାର ଖବର ସାମ୍ନାକୁ ଆସିଛି ।
ତେଣୁ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୩ ଟଙ୍କା ଭାଟ୍ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ଜୋରସୋର ଧରିଛି । ରାଜ୍ୟ ବାସୀଙ୍କ ପାଇଁ ଏହା ହେଉଛି ଏକ ବଡ ଆଶ୍ଵସ୍ତିକର ଖବର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।