ଜାଣନ୍ତୁ ଓଡିଶାର ଲୋକପ୍ରିୟ ଯାତ୍ରା ହିରୋ କିଏ କେବେ ଆସିଥିଲେ ଯାତ୍ରାକୁ ଓ କାହାର ପ୍ରଥମ ନାଟକ କଣ ଓ କେଉଁ ଯାତ୍ରା ଅନୁଷ୍ଠାନର ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ସମସ୍ତ ହିରୋ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ସେମାନଙ୍କ ଅଭିନୟ ମଧ୍ୟ ଦେଖିଥିବେ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯାତ୍ରା ଜଗତ ର ସମସ୍ତ ହିରୋ ମାନଙ୍କ ସମ୍ବନ୍ଧରେ। ସେମାନେ କେବେ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ଏବଂ କାହାର ପ୍ରଥମ ନାଟକ କଣ ଥିଲା ଏହି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସୁବାସ ବେହେରା- ଏହି ଅଭିନେତା ୧୯୯୫ ମସିହାରେ ପ୍ରଥମ କରି ଯୋଗ ଦେଇଥିଲେ ମର୍ଡନ ଅପେରା ରେ। ତାଙ୍କର ପ୍ରଥମ ନାଟକ ଥିଲା ବାହା ଦେବି ତତେ ରାଜା ପୁଅ କୁ।

୨. ହୃଷିକେଶ ମିଶ୍ର- ଏହି ଅଭିନେତା ୧୯୯୧ ମସିହାରେ ତ୍ରିନାଥ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା କଳା କାହ୍ନୁ ଖେଳେ ଯଶୋଦା କୋଳେ।

୩. ବାପି ପଣ୍ଡା- ଏହି ଅଭିନେତା ୧୯୯୬ ମସିହାରେ ମୟୂରୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ଯଶୋଦା କୋଳ ରେ କହ୍ନେଇ ଶବ।


୪. ବିନୋଦ କୁମାର- ଏହି ଅଭିନେତା ୧୯୯୫ ମସିହାରେ ତାରିଣୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ବାଇନା ଦେଇଛି ବାହା ହେବାକୁ।

୫. ସୁରେଶ ପଣ୍ଡା- ଏହି ଅଭିନେତା ୧୯୮୬ ମସିହାରେ ନୀଳଚକ୍ର ଅପେରା ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା କାଳିଆ ଆଖିରେ ଲୁହ।

୬. ଗୌର ଦାସ- ଏହି ଅଭିନେତା ୧୯୯୪ ମସିହାରେ ଜଗଧାତ୍ରୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ମାଣିକ।

୭. ପ୍ରତାପ ରାଉତ- ଏହି ଅଭିନେତା ୧୯୮୮ ମସିହାରେ ଜନତା ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ମୋ ନାଁ ଟି ଲିଲି।

୮. ମନୋଜ ଭୂୟାଁ- ଏହି ଅଭିନେତା ୨୦୦୧ ରେ ବାଘା ଯତୀନ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ଧରମ ଭାଇ।


୯. ରତିକାନ୍ତ ପରିଡ଼ା- ଏହି ଅଭିନେତା ୨୦୦୨ ରେ କୋଣାର୍କ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ଯୋଡ଼ା ଭାରିଜା।

୧୦. ସଙ୍ଖାଳି ମହାନ୍ତି- ଏହି ଅଭିନେତା ୨୦୦୨ ମସିହାରେ ତାରାପୁର ଅପେରା ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ମନୋରମା କଥା ମନେ ରଖି ଥା।

୧୧. ସତ୍ୟ ଦାସ- ଏହି ଅଭିନେତା ୨୦୧୭ ମସିହାରେ ତୁଳସୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ହେଉଛି ଲୁହରେ ଲୁହରେ ଲଭ ଷ୍ଟଓରୀ।

୧୨. ହାପି କର- ଏହି ଅଭିନେତା ୨୦୧୦ ମସିହାରେ ପାର୍ବତୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ସାବତ ମାଆ ସେ ସାବିତ୍ରୀ।

୧୩. ଦୀପକ ଭୋଷ- ଏହି ଅଭିନେତା ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ଥିଲା ଅପାକୁ ସୁନ୍ଦର ରୁପା ପାଉଁଜି।


୧୪. ବିଜୟ କୁମାର- ଏହି ଅଭିନେତା ୨୦୦୫ ମସିହାରେ ଗୌରୀ ଗଣନାଟ୍ୟ ରେ ଯୋଗ ଦେଇଥିଲେ।ତାଙ୍କର ପ୍ରଥମ ନାଟକ ହେଉଛି ଶହେ ମାନସିକ ତୋରି ପାଇଁ।

୧୫. ରଞ୍ଜନ କୁମାର- ଏହି ଅଭିନେତା ୧୯୯୮ ମସିହାରେ ତାରାପୁର ଅପେରା ରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ନାଟକ ହେଉଛି ମୁଁ ପୋଛି ଦେଲି ମୋ ଅପା ସିନ୍ଦୁର।

Leave a Reply

Your email address will not be published. Required fields are marked *