କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଦେଲେ ପୁଣି କମାଇଲେ ପେଟ୍ରୋଲ ଦର, ଜାଣନ୍ତୁ ପେଟ୍ରୋଲ ଉପରେ କେତେ ଟଙ୍କା Vat କମାଇଲେ ସିଏମ Naveen Patnaik

ବନ୍ଧୁଗଣ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଦେଶରେ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି । କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ପାଖା ପାଖି ଦେଢ ବର୍ଷ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଜାରି କରିଥିଲେ ଯାହାର ବିଶେଷ ପ୍ରଭାବ ସାଧାରଣ ଜନତା ମାନଙ୍କ ଉପରେ ପଡିଥିଲା । ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା ।

ଗତ କିଛି ମାସ ହେବ ପେଟ୍ରୋଲ ଦର ବଢି ବଢି ୧୧୦ ଟଙ୍କା ହେଲାଣି । ପେଟ୍ରୋଲ ଦରକୁ ଦେଖି ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନ୍ୟ ପକ୍ଷରେ ପେଟ୍ରୋଲ ଦରକୁ ଦେଖି ଲୋକ ମାନଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବର୍ତ୍ତମାନର ଖବର ଅନୁସାରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର ନବୀନ ପଟ୍ଟନାୟକ । ପେଟ୍ରୋଲ ଓ ଡିଜେଲ ଉପରୁ ମାତ୍ର ୩ ଟଙ୍କା ଭାଟ୍ ହ୍ରାସ କରାଯାଇଛି । ବନ୍ଧୁଗଣ ଏହା ୫ ତାରିଖ ମଧ୍ୟ ରାତ୍ରିରୁ ଆରମ୍ଭ ହେବାକୁ ଯାଉଛି ।

ଗତ କାଲି କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ । ଗତ କାଲି କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ପେଟ୍ରୋଲ ଦର ୫ ଟଙ୍କା କମି ଥିଲା । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ପେଟ୍ରୋଲ ଦର କମାଇବା ପାଇଁ କହିଥିଲେ ଯାହା ଫଳରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ପେଟ୍ରୋଲ ଉପରୁ ଭାଟ୍ ହ୍ରାସ କରିଥିବାର ଖବର ସାମ୍ନାକୁ ଆସିଛି ।

ତେଣୁ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୩ ଟଙ୍କା ଭାଟ୍ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ଜୋରସୋର ଧରିଛି । ରାଜ୍ୟ ବାସୀଙ୍କ ପାଇଁ ଏହା ହେଉଛି ଏକ ବଡ ଆଶ୍ଵସ୍ତିକର ଖବର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *