ବନ୍ଧୁଗଣ ଛୋଟ ପିଲାଙ୍କୁ ଆପଣ ବାଇକରେ ବସେଇ ଯାଉଛନ୍ତି କି ଯଦି ଯାଉଛନ୍ତି ତା ହେଲେ ସାବଧାନ ହୋଇଯାନ୍ତୁ । କାରଣ ୯ ମାସରୁ ୪ ବର୍ଷର ଶିଶୁ ମାନଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ବିଷୟରେ ଆପଣ ଜାଣିବା ନିତ୍ୟାନ୍ତ ଜରୁରୀ । ବର୍ତ୍ତମାନର ସମୟରେ ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି କେନ୍ଦ୍ର ସରକାର ।
ଖାସ କରି ୪ ବର୍ଷରୁ କମ ବର୍ଷର ପିଲା ମାନଙ୍କୁ ବାଇକରେ ନେଲେ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ମୋଟରଯାନ ଅଧିନିୟମ ଧାରା ୧୨୯ ରେ ସଂଶୋଧନ କରିବା ସହ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ନେଇ ବର୍ତ୍ତମାନ ଚର୍ଚା ଜୋରସୋର ଧରିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ଯଦି ଆପଣ ୪ ବର୍ଷରୁ କମ ବର୍ଷ ଛୁଆ ମାନଙ୍କୁ ବାଇକରେ ନେଇ ଯାଉଛନ୍ତି ତା ହେଲେ ଆପଣଙ୍କୁ ୪୦ ସ୍ପିଡରେ ଗାଡି ଚଳାଇବାକୁ ହେବ ।
ଏହା ଠାରୁ ଅଧିକ ସ୍ପିଡରେ ଗାଡି ଚଳାଇଲେ ନିୟମ ଉ-ଲଂ-ଘ-ନ ବୋଲି ଧରି ନିଆଯିବ । ବନ୍ଧୁଗଣ କେବଳ ଏତିକି ନୁହେଁ ଏହି ପ୍ରସ୍ତାବରେ କୁହାଯାଇଛି ଯେ, ପିଲା ମାନଙ୍କୁ ବାଇକରେ ନେଇ ଯାଉଥିଲେ ହେଲମେଟ ଲଗାଇବା ବାଧ୍ୟତା ମୂଳକ ଅଟେ । ଯଦି ଆପଣ ହେଲମେଟ ଲଗାଇ ନଥିବେ ତା ହେଲେ ଆପଣଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନିୟମ ପ୍ରସ୍ତୁତ କରିଛି ।
ସେଥିରେ କୁହାଯାଇଛି, ମୋଟର ସାଇକେଲ ଚଳଉ ଥିବା ବ୍ୟକ୍ତି ପିଲାଙ୍କୁ ହେଲମେଟ ପିନ୍ଧାଇବା ସହିତ ସୁରକ୍ଷିତ ଭାବେ ଗାଡି ଚଳାଇବେ । ଏହି ସବୁ ନିୟମ ମାନିଲେ ଆପଣଙ୍କ ଦୁ-ର୍ଘ-ଟ-ଣା-ରେ ବିଶେଷ କିଛି କ୍ଷତି ହୋଇନ ପାରେ । ସୂଚନା ଅନୁସାରେ ଭାରତରେ ପ୍ରତ୍ୟକ ବର୍ଷ ୧.୫ ଲକ୍ଷ ଦୁ-ର୍ଘ-ଟ-ଣା ଜନିତ ମୃ-ତ୍ୟୁ ହେଉଛି ତେଣୁ ଏହି ସବୁ ନିୟମର ପାଳନ କରିବା ନିହାତି ଆବଶ୍ୟକ ।