Pak ପତ୍ରକାରଙ୍କ ପ୍ରାଶନରେ ରାଗିଗଲେ Virat Kohli, ଦେଲେ ଏମିତି ଜବାବ…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଟି20 ବିଶ୍ଵ କପ୍ ମ୍ୟାଚ ଥିଲା । ଏହି ମ୍ୟାଚଟି ପାକିସ୍ତାନ ଆଉ ଭାରତ ମଧ୍ୟରେ ହୋଇଥିଲା ଯେଉଁଥିରେ ଭାରତ ପରାସ୍ତ ହେଲା । ବନ୍ଧୁଗଣ ପାକିସ୍ତାନ ଠାରୁ ପ-ରା-ସ୍ତ ହେବା ପରେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେହି ସାମ୍ବାଦିକ ସମ୍ମିଳନୀରେ ବିରାଟ କଣ କହିଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସେହି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଭଲ ପଦର୍ଶନ କରିଥିବାର କହିଥିଲେ ବିରାଟ । କୋହିଲିଙ୍କ ସାମ୍ବାଦିକ ସମ୍ମିଳନୀରେ ଜଣେ ପାକିସ୍ତାନୀ ସାମ୍ବାଦିକ ଥିଲେ ଓ ସେହି ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗି ଯାଇଥିଲେ ବିରାଟ । ପାକିସ୍ତାନୀ ସାମ୍ବାଦିକ ଟିମ ଇଣ୍ଡିଆର ସିଲେକ୍ସନ ଉପରେ ପ୍ରଶ୍ନ ଉଠାଇ ଥିଲେ ।

ସାମ୍ବାଦିକ ବିରାଟଙ୍କୁ ପ୍ରଶ୍ନ କରି ପଚାରି ଥିଲେ ‘କଣ ଇଶାନ କିଶନଙ୍କୁ ରୋହିତଙ୍କ ଜାଗାରେ ନିଆ ଯାଇପାରେ’ । ଏହି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିରାଟ ଓ କହିଥିଲେ, ଏହା ବହୁତ ସାହସିକତାର ପ୍ରଶ୍ନ । ଆପଣ କୁହନ୍ତୁ ଆପଣ ମନ କରିଥାନ୍ତେ । ମୁ ମୋର ବେସ୍ଟ ଟିମ ସହ ଖେଳିଛି । କଣ ଆପଣ ଆନ୍ତର୍ଜାତୀୟ ଟି20ରୁ ରୋହିତଙ୍କୁ ବାହାର କରିଦେଇଥାନ୍ତେ ।

ଆଗକୁ ବିରାଟ କହିଥିଲେ, କଣ ଆପଣଙ୍କୁ ଜଣା ଅଛି ରୋହିତ ଶେଷ ମ୍ୟାଚରେ କଣ କରିଥିଲେ । ଯଦି ଆପଣଙ୍କୁ କୌଣସି ବିବାଦର ଆବଶ୍ୟକତା ଅଛି ତା ହେଲେ ମୋତେ ସିଧା ସଳଖ କୁହନ୍ତୁ ମୁ ଆପଣଙ୍କୁ ସେହି ପରି ଉତ୍ତର ଦେବି । ତା ହେଲେ ବନ୍ଧୁଗଣ କିଛି ଏହିପରି ଭାବରେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲି । ତେବେ ଆପଣ ମାନଙ୍କୁ ଗତ କାଲିର ଟି20 ମ୍ୟାଚ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *