Virat Kohli କହିଲେ ପରାଜୟର କାରଣ, ଦେଖନ୍ତୁ Video ସେ କଣ କହିଲେ ? 

ବନ୍ଧୁଗଣ ଗତ କାଲିର ଟି20 ମ୍ୟାଚ ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ନିରାଶପୂର୍ଣ୍ଣ ହୋଇଛି । ଗତ କାଲି ଟି20 ବିଶ୍ଵ କପ୍ ର ପ୍ରଥମ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ବନ୍ଧୁଗଣ ଗତ କାଲିର ଦମଦାର ମୁକାବାଲାରେ ପାକିସ୍ତାନ ଠାରୁ ଭାରତ ପରାଜୟ ହୋଇଥିଲା । ଭାରତର ପରାଜୟରେ ଲୋକମାନଙ୍କ ମନ ଭାଙ୍ଗି ଯାଇଛି ।

ହେଲେ ପରଜାୟକୁ ନେଇ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହିଲି ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବିରାଟଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହିଲି କହିଛନ୍ତି’ଆମେ ଯେଉଁ ଯୋଜନା ରଖିଥିଲୁ ତାକୁ କାର୍ଯ୍ୟକାରୀ କରିପାରି ନଥିଲୁ ।

ଆମେ ମାନେ ସମସ୍ତ ବିଭାଗର ଦୁର୍ବଳ ପଦର୍ଶନ କରିଥିଲୁ । ଆରମ୍ଭରୁ ତିନୋଟି ୱିକେଟ ଯିବା ପରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ଥିଲା’ । ଏହା ପରେ ଆଗକୁ ବିରାଟ କହିଛନ୍ତି-‘ପାକିସ୍ତାନ ବୋଲର ମାନଙ୍କ ଚମତ୍କାର ପଦର୍ଶନ ଆମକୁ ଆଗକୁ ବଢିବା ପାଇଁ ଦେଇ ନଥିଲା । ଟୁର୍ନାମେଣ୍ଟ ଏବେ ଆରମ୍ଭ ହୋଇଛି ଏହାର ଅନ୍ତ ହୋଇ ନାହିଁ ।

ତେଣୁ ଏବେ ଠାରୁ ଆମେ ନିରାଶ ହେଉ ନାହୁଁ’ । ତେବେ ବନ୍ଧୁଗଣ ବିରାଟ ନିଜ ଟିମର ଭୁଲକୁ ସ୍ଵୀକାର କରିବା ସହ ପାକିସ୍ତାନୀ ଟିମର ଭଲ ପଦର୍ଶନର ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିରାଟଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *