ଦୈନଦିନ ଜୀବନରେ ଆୟୁର୍ବେଦକୁ ଆପଣାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ ଯାହା କି ଶରୀରର ରୋଗ ସହିତ ଲଢିଥାଏ । ଆୟୁର୍ବେଦ ବିଶେଷଜ୍ଞ ଏବଂ ଚିକିତ୍ସା ଅଧିକାରୀ ଡା. ଶୋଭାଲାଲ ଔଦିଚ୍ୟ ଙ୍କ ଅନୁସାରେ ଆୟର୍ବେଦର ତିନୋଟି ସିଦ୍ଧାନ୍ତ ଅଛି ଆହାର, ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ । ଏହି ତିନୋଟି ସିଦ୍ଧାନ୍ତକୁ ନିୟମିତ ପାଳନ କରୁଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ ।
ଲକଡାଉନ ସମୟରେ ନିଜ ନିଜର ଘରେ ଥାଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଆବଶ୍ୟକୀୟ ଦୂରତା ରଖି ସକାଳୁ ଉଠି ସୂର୍ଯ୍ୟଉଦୟ ସମୟରେ ପ୍ରାଣାୟମ ଏବଂ ହାଲୁକା ଯୋଗ କରିବା ନିହାତି ଆବଶ୍ୟକ । ନିୟମିତ ଭାବରେ ଅନୁଲୋମ ବିଲୋମ, ଭସ୍ତାରିକା, ପ୍ରଣବ ଏବଂ ସୂକ୍ଷ୍ମ ବ୍ୟାୟାମ ଆଦି କରିବା ନିହାତି ଦରକାର ।
ଆହାର ସନ୍ତୁଳିତ ଏବଂ ହଜମ ଯୋଗ୍ୟ
ଡା. ଔଦିଚ୍ୟ କହିଛନ୍ତି ସକାଳେ ତୁଳସୀ ପତ୍ର, ଅଦା, ମରିଚ ଏବଂ ହଳଦି ମିଶା ଚା ପିଇବା ଦ୍ଵାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଜଳଖିଆରେ ଗଜାମୁଗକୁ ଛୁଙ୍କ କରି କିମ୍ବା ମୁଗ ଡାଲିର ସୁପ ଖାଆନ୍ତୁ । ମଧ୍ୟାହ୍ନ ଭୋଜନରେ ଡାଲି ଏବଂ ପନିପରିବାର ସନ୍ତୁଳା ସହିତ ରୁଟି ଖାଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଖେଚେଡି ସହିତ ତରକାରୀ ଖାଆନ୍ତୁ । ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ହଳଦୀ ପକାଇ ପିଅନ୍ତୁ ।
ଏସବୁରୁ ଦୂରେଇ ରୁହନ୍ତୁ
ଡା. ଔଦିଚ୍ୟ କହିଛନ୍ତି ଦହି, ଥଣ୍ଡା ପାଣି, ଫ୍ରିଜ ଜିନିଷ,ବାସୀ ଖାଦ୍ୟ ଇତ୍ୟାଦିକୁ ସେବନ ନକରିବା ପାଇଁ । ମୌସମ ପରିବର୍ତ୍ତନ ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଏହି ସମୟରେ ଜଗି ରଖି ଚଳିବା ନିହାତି ଆବଶ୍ୟକ । ସେ କହିଛନ୍ତି ଦିନ ସାରା ଶୋଇ ବିଳମ୍ବ ରାତି ପର୍ଯ୍ୟନ୍ତ ଜାଗୃତ ରହିବା ଶରୀର ପ୍ରତି କ୍ଷତିକାର ଅଟେ । ଆମର ଏହି ଟିପ୍ସ ଆପଣଙ୍କୁ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଏହିପରି ଅନେକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।