ଯେତେବେଳେ ପଡିଆ ମଝିରେ Chahal ଓ Gayle ଖୋଲି ଦେଲେ ନିଜ ଡ୍ରେସ ଆଉ କରିଲେ କିଛି ଏମିତି କାମ…ଦେଖି ହସିବାକୁ ଲାଗିଲେ ସମସ୍ତେ

ବନ୍ଧୁଗଣ ଆଇପିଏଲର ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ଏହି ରୋମାଞ୍ଚକୁ ଅଧିକ ବଢେଇଛନ୍ତି ପଞ୍ଜାବର ଟିମ । ଗତକାଲି ଆରସିବି ଓ ପଞ୍ଜାବ ମଧ୍ୟରେ ଏକ କଡା ମୁକବାଲା ହୋଇଥିଲା । ଏହି ମ୍ୟାଚର ଟସ ଆରସିବି ଟିମ ଜିତିଥିଲା ଓ କ୍ୟାପଟେନ ବିରାଟ କୋହିଲି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ପଞ୍ଜାବର କ୍ୟାପଟେନ କେଏଲ ରାହୁଲ ୫୭ ବଲରେ ୯୧ ରନ୍ କରିଦେଇଥିଲେ । ଏହାପରେ ପଞ୍ଜାବର କିଛି ଖେଳାଳି ଭଲ ବ୍ୟାଟିଂ କରିଥିଲେ ଓ ପଞ୍ଜାବର ସମୁଦାୟ ସ୍କୋର ୧୭୯ ହୋଇଯାଇଥିଲା ।

ଏହାପରେ ଆରସିବି ଟିମ ବ୍ୟାଟିଂ କରିଥିଲା । ବ୍ୟାଟିଂରେ ପଡିକିତ କେବଳ ୭ ରନ୍ ରେ ଆଉଟ ହୋଇଯାଇଥିଲେ । ପଞ୍ଜାବର ବୋଲର ହରପିତ ବହୁତ ଭଲ ବୋଲିଂ କରିଥିଲେ ଓ ନିଜ ଆଇପିଏଲ କାରିୟରରେ ସେ ବିରାଟ କୋହିଲିଙ୍କ ପରି ଦିଗଜ ଖେଳାଳିଙ୍କୁ ଆଉଟ କରିଥିଲେ ।

ଏହାପରେ ଆରସିବିର ଦିଗଜ ବ୍ୟାଟ୍ସ ମ୍ୟାନ ମ୍ୟାକ୍ସୱେଲ ଓ ଦେଭିଲିୟର୍ସ ବହୁତ କମ ରନ୍ ରେ ଆଉଟ ହୋଇଯାଇଥିଲେ । ଆରସିବି ଟିମ ଭଲ ବ୍ୟାଟିଂ କରିପାରି ନଥିଲା ଯାହାଫଳରେ ପଞ୍ଜାବର ଟିମ ୩୪ ରନ୍ ରେ ଜିତି ଯାଇଥିଲା ।

ପଞ୍ଜାବ ଟିମ ଜିତିବା ପରେ ଚହଲ ଓ ଖିଷ୍ଟ ଗେଏଲ ଏମିତି କିଛି କରିଦେଲେ ଯେଉଁଥି ପାଇଁ ସମସ୍ତ ଖେଳାଳି ହସିବାକୁ ଲାଗିଲେ । ଖେଳ ସାରିବା ପରେ ଯେତେବେଳେ ଗେଏଲ ମଇଦାନ ଛାଡି ଯାଉଥିଲେ ସେତେବେଳେ ସେ ନିଜ ପୁରୁଣା ସାଙ୍ଗ ଚହଲଙ୍କ ସହ ସାକ୍ଷାତ କରିଥିଲେ ।

ଏହା ପରେ ଏହି ଦୁଇଜଣ ବହୁତ ହସ ମଜାକ କରିଥିଲେ ଓ ଦୁଇଜଣ ନିଜର ବଡି ଦେଖାଇବା ପାଇଁ ନିଜର ଟି ସାର୍ଟକୁ ଓଲହାଇ ଦେଇଥିଲେ । ବନ୍ଧୁଗଣ ଏହି ଦୁଇଜଣ ବିନା ଡ୍ରେସରେ ବହୁତ ଫନି ଦେଖାଯାଉଥିଲେ ଓ ଏହି ଦୁଇଜଣଙ୍କର ଏହି ବିନା ଡ୍ରେସର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଅବଶ୍ୟ ଗେଏଲ ଓ ଚହଲ ପ୍ରଥମେ ଗୋଟିଏ ଟିମରେ ଖେଳି ସାରିଛନ୍ତି ହେଲେ ବର୍ତ୍ତମାନ ଏହି ଦୁଇଜଣ ଅଲଗା ଅଲଗା ଟିମରେ ଅଛନ୍ତି । ହେଲେ ଏମାନଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ସେହି ପୁରୁଣା ବନ୍ଧୁତା ରହିଛି । ତେଣୁ ଏମାନେ ସବୁବେଳେ ହସ ମଜାକ କରୁଥିବାର ନଜର ଆସନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗେଏଲ ଓ ଚହଲଙ୍କ ଏହି ବିନା ଡ୍ରେସର ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ଆପଣଙ୍କ ମତରେ ଏହି ଆଇପିଏଲ ମ୍ୟାଚ କିଏ ଜିତିବ ବୋଲି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *