Sonu Sood ପୁଣି ଦେଖାଇଲେ ନିଜର ମହାନତା, ସରକାରଙ୍କୁ ଅପିଲ କରି କହିଲେ, କରୋନା ରେ ଅନାଥ ହେଉଥିବା ପିଲାଙ୍କୁ ମିଳୁ ଏହି ସୁବିଧା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୋନୁ ସୂଦ ।

ବନ୍ଧୁଗଣ ସୋନୁ ସୂଦ ନିଜର ଅଭିନୟ ସହିତ ନିଜର ଭଲ ସ୍ଵଭାବ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତବର୍ଷ ସୋନୁ କରୋନା ମହାମାରୀ ସମୟରେ ଅନେକ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ ।

ଲୋକ ମାନଙ୍କୁ ରୋଜଗାର ଦେବା ସହିତ ଅନେକ ପ୍ରକାରର ସାହାର୍ଯ୍ୟ କରିଥିଲେ । ବର୍ତ୍ତମାନ କରୋନାର ଦିତୀୟ ଲହରୀ ଚାଲିଥିବା ସମୟରେ ସୋନୁ ପୁଣି ଏକ ଭଲ କାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ବନ୍ଧୁଗଣ ସୋନୁ ସୂଦ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ବନ୍ଧୁଗଣ ସୋନୁ ସରକାରଙ୍କୁ ଏକ ବଡ ଅପିଲ କରିଛନ୍ତି ।

କରୋନା ମହାମାରୀରେ ଯେଉଁ ଛୁଆ ମାନଙ୍କ ମାତା ପିତା ନିଜର ପ୍ରାଣ ହରାଇ ଛନ୍ତି ସେହି ଅନାଥ ଛୁଆ ମାନଙ୍କୁ ମାଗଣା ଶିକ୍ଷା ଦେବା ପାଇଁ ସୋନୁ ସରକାରଙ୍କୁ ଅପିଲ କରିଛନ୍ତି । ସୋନୁଙ୍କ ମତରେ ଛୁଆ ମାନେ ବିନା କୌଣସି କଷ୍ଟରେ ଯେମିତି ନିଜର ପାଠ ପଢାକୁ ପୂରଣ କରିପାରିବେ । ସୋନୁ ସୂଦ ଏହି ଭିଡିଓରେ କହିଛନ୍ତି ଯେ, ‘ନମସ୍କାର ଆଜି ମୁ ସରକାର ଓ ସମସ୍ତ ଲୋକଙ୍କୁ ଏକ ଅପିଲ କରୁଛି ।

ଯେଉଁ ମାନେ ଏହି ସମୟରେ ସାହାର୍ଯ୍ୟ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଦୟାକରି କରନ୍ତୁ । କରୋନା ପାଇଁ ଦେଶରେ ଥିବା ଅନେକ ଲୋକ ନିଜ ପରିବାରର ମୁଖ୍ୟ ସଦସ୍ୟ ମାନଙ୍କୁ ହରାଇ ଛନ୍ତି । କେତେକ ଛୁଆ ନିଜ ମାତା ପିତାଙ୍କୁ ହରାଇ ଛନ୍ତି’ । ଏହାପରେ ଆଗକୁ ସୋନୁ କହିଲେ, ‘କେତେକ ଛୁଆଙ୍କ ମା ଚାଲିଯାଇଛନ୍ତି ତ କେତେକ ଛୁଆଙ୍କ ବାପା ଓ ଅନେକ ଛୁଆ ମାନଙ୍କ ବୟସ ବହୁତ କମ ଅଛି । ମୁ ସେହି ଛୁଆ ମାନଙ୍କ ଭବିଷ୍ୟ ବିଷୟରେ ଭାବି ବହୁତ ଚିନ୍ତାରେ ଅଛି ।

ମୁ ସବୁ ରାଜ୍ୟର ସରକାରଙ୍କୁ ଏହା ଅପିଲ କରୁଛି ଯେ, ଏକ ନିୟମ ବନାନ୍ତୁ । କରୋନା ମହାମାରୀ ପାଇଁ ଯେଉଁ ଛୁଆ ମାନେ ନିଜ ମା ବାପାକୁ ହରାଇଛନ୍ତି ସ୍ମେଅନଙ୍କ ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତ ପାଠ ପଢା ମାଗଣା ହେବା ଉଚିତ । ସେହି ଛୁଆ ମାନେ ସରକାରୀ ସ୍କୁଲରେ ପଢନ୍ତୁ ବା ପ୍ରାଇଭେଟ ସ୍କୁଲରେ ତାଙ୍କର ସମସ୍ତ ଖର୍ଚ ସରକାର ଉଠାଇବା ଉଚିତ’ ।

ଏହାପରେ ଆଗକୁ ସୋନୁ କହିଲେ, ‘ଏହି ଛୁଆ ମାନେ ନିଜ ମା ବାପାକୁ ହରାଇଛନ୍ତି ତେଣୁ ସେମାନେ ଯଦି ପାଠ ପଢିବେ ତା ହେଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ । ତେଣୁ ଏହି ଛୁଆ ମାନଙ୍କ ପାଇଁ ସରକାର ଏହି ନିୟମ ବନାଇବା ନିହାତି ଆବଶ୍ୟକ । ଏହା ସହିତ ମୁ ସେହି ସମସ୍ତ ଲୋକଙ୍କୁ ଅପିଲ କରୁଛି ଯେଉଁ ମାନେ ଏହି ସମୟରେ ସାହାର୍ଯ୍ୟ କରିବା ପାଇଁ ଚହୁଁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *