Odia Jokes- ଗୋଟିଏ ସ୍ତ୍ରୀ ଲୋକ ହରିଣୀ ମାଂସ ରୋଷେଇ କଲା, ପିଲାଙ୍କୁ ପଚାରିଲା- ଏ କଣ ରାନ୍ଧିଛ ମା… ? ମା- ନାଁ କହିବିନି କିନ୍ତୁ ହିନ୍ଟ ଦେବି, ଇଏ ସେଇଆ ଅଟେ ଯାହାକୁ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ମହିଳା ପୋଲିସ ପାଖକୁ ଯାଇ କହିଲା…

ମହିଳା- ସାର, ମୋ ସ୍ଵାମୀ ଏକ ସପ୍ତାହ ହେବ ଗାୟବ ଅଛନ୍ତି ।

ପୋଲିସ- ତାଙ୍କୁ ଚିହ୍ନିବା ପାଇଁ କିଛି ତାଙ୍କ ବିଷୟରେ କୁହ ?

ମହିଳା- ମୋ ସ୍ଵାମୀଙ୍କ ଗାଲ ନାଲି ଥିବ, ଆପଣ ଦେଖିଲେ ଜାଣିଯିବେ ।

ପୋଲିସ- କେମିତି ?

ମହିଳା- ତାଙ୍କ ଗାଲର ଏହି ଅବସ୍ଥା ମୁ ହିଁ କରିଛି ।

୨. ଥରେ ପୋଲିସ ପାର୍କରେ ବସିଥିବା ଏକ ପ୍ରେମୀ ଯୁଗଳକୁ ଦେଖିଥିଲା…

ପୋଲିସ- କଣ ଭାଇ, ଏତେ ଲେଟ ହେଲାଣି ଏମିତି କାହିଁକି ବସି ରହିଛ ?

ପୁଅ- ସାର, ଆମେ ଦୁଇଜଣ ବିବାହିତ ଅଛୁ ।

ପୋଲିସ- ତା ହେଲେ ଘରକୁ କାହିଁକି ଯାଉ ନାହଁ, ଘରକୁ ଯାଇ ବସ ଆମର କଣ ଅଛି ?

ପୁଅ- ସାର ଆପଣଙ୍କ କଥା ଠିକ ଯେ, ହେଲେ ଘରେ ମୋ ସ୍ତ୍ରୀ ଆଉ ତାର ସ୍ଵାମୀ ବସିଥିବ ଆମେ କଣ କରିବୁ ?

ପୋଲିସ ବେହୋସ !!

୩. ମୋଦୀ ଗର୍ଭବତୀ ମହିଳା ମାନଙ୍କୁ ୬୦୦୦ ଟଙ୍କା ଦେବାର ଗଣପ୍ରଚାର କରିଲେ… ସେହି ସମୟରେ ଗୋଟେ ଗାଁରେ

ଶାଳି- ଭୀଣେଇ ଭାଇ ଆମେ ତମ ଜୋତାକୁ ଲୁଚାଇ ଦେଇଛୁ ।

ଭିଣେଇ- ଆରେ ତା ହେଲେ ଏବେ ଜୋତା ତ ଫେରେଇ ଦିଅ ।

ଶାଳି- ନାହିଁ, ମତେ ଦୁଇ ହଜାର ଟଙ୍କା ଦିଅ ତାପରେ ଦେବି ।

ଭିଣେଇର ସାଙ୍ଗ- ଆରେ ୨ ହଜାର ନେଇ କଣ କରିବ, ଯଦି କହିବ ତା ହେଲେ ସରକାର ଦେଉଥିବା ୬ ହଜାର ଟଙ୍କା ତମର ହେଇପାରିବ

୪. ପୁଅ ଝିଅକୁ ପଚାରିଲା…

ପୁଅ- ଆଛା ଡାର୍ଲିଂ, ସବୁ ରବିବାର ଦିନ ତମ ମୁହଁରେ ରଙ୍ଗ କାହିଁକି ଲାଗିଥାଏ ।

ଝିଅ- ଆରେ ମୁ ସବୁ ରବିବାର ହୋଲି ଖେଳିକି ଆସେ, ସେଥିପାଇଁ ।

ପୁଅ- କଣ କହୁଛ ବୁଝି ପାରୁନି ?

ଝିଅ- ଆରେ, ଆମ ସ୍କୁଲରେ ଶିକ୍ଷକ କହିଛନ୍ତି ଯେ, ରବିବାରକୁ Holiday କୁହନ୍ତି ।

୫. ସ୍ତ୍ରୀ- ଆରେ ଶୁଣୁଛ ଆଜି ମୁ ଗୋଟେ ସ୍ଵପ୍ନ ଦେଖିଲି, ସ୍ଵପ୍ନରେ ତମେ ମତେ ଗୋଟେ ହୀରାର ହାର ଦେଉଛ । ଏହାର କାରଣ କଣ ?

ସ୍ଵାମୀ- ଏହାର କାରଣ ତମକୁ ସନ୍ଧ୍ୟାରେ ଜଣା ପଡିଯିବ ।

ସନ୍ଧ୍ୟା ହେବା ପରେ ସ୍ଵାମୀ ଆସିଲା ଓ ତା ହାତରେ ଏକ ପ୍ଯାକେଟ ଥିଲା ।

ସେହି ସମୟରେ ସ୍ତ୍ରୀ ବହୁତ ଖୁସି ହୋଇ ସେହି ପ୍ୟାକଟେଟିକୁ ଖୋଲିଲା ।

ସେହି ପ୍ଯାକେଟରେ ଗୋଟେ ବହି ଥିଲା ଯାହାର ନାମ ଥିଲା ସ୍ଵପ୍ନର ଅର୍ଥ ବା କାରଣ ।

୬ . ଗୋଟିଏ ସ୍ତ୍ରୀ ଲୋକ ହରିଣୀ ମାଂସ ରୋଷେଇ କଲା

ପିଲାଙ୍କୁ ପଚାରିଲା- ଏ କଣ ରାନ୍ଧିଛ ମା… ?

ମା- ନାଁ କହିବିନି କିନ୍ତୁ ହିନ୍ଟ ଦେବି …!

ଯିଏ ଠିକ ଜବାବ ଦେବ ତାକୁ ଚକଲେଟ ଦେବି…!

ତା’ପରେ ସେ ଲାଜେଇ କି ହିନ୍ଟ ଦେଲା…

ଇଏ ସେଇଆ ଅଟେ ଯାହାକୁ ତୁମ ପାପା….

ସବୁବେଳେ ମତେ ପ୍ରେମରେ ଡାକନ୍ତି …!

ଗୋଟିଏ ପିଲା ଚିଲେଇଲା- କେହି ଖାଅ ନାହିଁ ରେ…

ଆଜି ଚୁଡେଲ ରନ୍ଧା ହେଇଛି !

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *