ନମସ୍କାର ବନ୍ଧୁଗଣ, କ୍ୟାପଟେନ ତଥା ବିଧାୟକ ଦିବ୍ୟଶଙ୍କର ଙ୍କର ବିବାହକୁ ନେଇ ଆମ ଓଡିଶାର ବହୁ ଚର୍ଚ୍ଚିତ ବିଧାୟକ ସୁର ରାଉତଙ୍କ ମନ୍ତବ୍ୟ ଆପଣ ଶୁଣିଲେ ବାସ୍ତବତାକୁ ଅନୁଭବ କରିପାରିବେ । କଥା ସିନା ମଜାଳିଆ ଢଙ୍ଗରେ କହିଥାନ୍ତି କଥା କିନ୍ତୁ ତାଙ୍କ କଥା ପୁରା ଠିକ ଜାଗାରେ ବାଜିଥାଏ । ତେବେ ବର୍ତ୍ତମାନ ସୁର ରାଉତରାୟ ତାଙ୍କ ମୁହଁ ଖୋଲି ପୁଣି ଥରେ ବିଧାୟକଙ୍କ ସମ୍ପର୍କରେ କହିଛନ୍ତି କିଛି କଥା ।
ତେବେ ସେ ମିଡିଆ ସାମ୍ନାରେ କେଉଁ କଥା ପ୍ରକାଶ କରିଛନ୍ତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା । ସୁର ଭାଇଙ୍କ କହିବା ମୁତାବିକ ଏଆଡେ ସିଆଡେ ମାଡି ହେବ ଆମ ଓଡିଆ ଜାତିକୁ ଶୋଭା ଦେଉନି । ଶୁଣିବା ବେଳକୁ ଭଲ ଲାଗୁନି । ପୁଣି କହିଛନ୍ତି ଯାହା ହେଉ ଦିବ୍ୟଶଙ୍କରଙ୍କୁ ଧନ୍ୟବାଦ ବାହା ହୋଇଗଲେ । ବିବାହ କରି ପୁରା ଭଲରେ ଦାମ୍ପତ୍ୟ ଜୀବନ ପ୍ରେମର ସହ କଟାଅ ବୋଲି କହିଛନ୍ତି ସୁର । ପୁଣି ଛାଡ ପୁଣି ମାଡ ଏସବୁ ମାତନି ଜମା ।
ଦିବ୍ୟଶଙ୍କର ଜଣେ ଶିକ୍ଷିତ ଲୋକ ଭଲ ଲୋକ ଜଣେ କ୍ୟାପଟେନ ଲୋକ ମଧ୍ୟ ତେଣୁ ସମ୍ମାନ ରକ୍ଷା କରିବା ଉଚିତ । ସୁର ଭାଇ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ଅନ୍ୟତ୍ର ବିବାହ କରିଥିବା ହେତୁ । ଏଠି ସେଠି ପଶିବା ନଟର ପଟର ହେବାର କଥା ଆମେ ଓଡିଆ ଲୋକ ଶୁଣିବା ପରେ ଘୃଣା ଲାଗୁଛି ବୋଲି କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ ଯାଅ ଯିଏ ଯେଉଁଠିକି ଯାଉଛ ।କିନ୍ତୁ ଯଦି ଗଲ ଗଲ ତାହାଲେ ସେଇଠି ରହିଯାଅ । ଆଉ ଏହାପରେ ଆପଣ କାହା ସହ ନଟର ପଟର ହୁଅନି । ନେତା ମନ୍ତ୍ରୀ ହୋଇ ଏଆଡେ ସିଆଡେ ପଶିବା ଜମା ଭଲ ନୁହେଁ ଏହା ଶୁଣିବା ବେଳକୁ ଭଲ ମଧ୍ୟ ଲାଗୁ ନାହିଁ । ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ସୁର ରାଉତ ରାୟ ।
ତାଙ୍କ କହିବାର ସିଧା ସଳଖ ଅର୍ଥ ଏହା ଥିଲା କି ଦିବ୍ୟ ଆଗରୁ ଯାହା ନଟର ପଟର ହେଉଥିଲ ତାହା ଛାଡି ବର୍ତ୍ତମାନ ଯାହାଙ୍କୁ ବାହା ହୋଇଛ ତାଙ୍କ ସହ କେବଳ ଖୁସିରେ ରହିବା କଥା ଭାବ ବାସ । ଏହା ହିଁ ଆମ ଓଡିଆ ଜାତି ପାଇଁ ଠିକ ଏବଂ ସମ୍ମାନ ଜନକ । ତେବେ ସୁର ଭାଇଙ୍କ ଏହି ମନ୍ତବ୍ୟ ସମ୍ପର୍କରେ ଆପଣ ମାନଙ୍କର କଣ ମତ ରହିବ ତାହା ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ ।