ବନ୍ଧୁଗଣ, ସୂଚନା ଅନୁଯାୟୀ ଛଳ ଛଳ ଆଖିରେ ଓଠ ଫଟାଇ କୋହଭରା ସ୍ଵରରେ କହୁଛି ପୁଅ ମାମା ତୁ ବହୁତ ମନେ ପଡୁଛୁ । ଗଲାବେଳେ ତାଙ୍କ ମାମା କହିଥିଲେ ଯେ ଟିକିଏ ଏଇଠୁ ଆସୁଛି । ଦୁଇ ଭାଇ ଙ୍କୁ ପଇସା ଦେବି ତୁମେ ବରା ଆଳୁଚପ ଖାଇବ । କିନ୍ତୁ ସାନପୁଅ କହିଥିଲା ମାମା ମୁଁ ଜିବି ତୋ ସହିତ, କିନ୍ତୁ ମନା କରିଦେଇଥିଲା ମାମା । ଆଉ ବର୍ତ୍ତମାନ ସୁଦ୍ଧା କୁଆଡେ ଗଲା କେଜାଣି ଏ ଯାଏଁ ଫେରି ନାହିଁ ।
ନିଜ ମା’ ଙ୍କ କିଛି କଥା କୁ ମନେ ପକାଇ କଇଁ କଇଁ ହୋଇ କାନ୍ଦୁଛନ୍ତି କଅଁଳା ପିଲା । ପିଲା ଦୁହି ଙ୍କ ମା’ କେଉଁଆଡେ ନିଖୋଜ ଥିବା ଖବର ବର୍ତ୍ତମାନ ସାରା ଅଞ୍ଚଳ କୁ ଚିନ୍ତାରେ ପକାଇ ଦେଇଛି । ତାଙ୍କୁ କିଏ ନେଇ ଯାଇଛି ନା ଅଘଟଣ କିଛି ଘଟିଛି ନା ଜାଣିଶୁଣି ସେ କେଉଁଆଡେ ଚାଲି ଯାଇଛନ୍ତି ଏହିଭଳି ଅନେକ ଗୁଜବ ଚିନ୍ତା କରିଛନ୍ତି ପରିବାର ଲୋକେ ।
ଏହି ମହିଳା ଙ୍କ ନିଖୋଜର ପ୍ରାୟ 6 ଦିନ ବୀତିଗଲାଣି । କିନ୍ତୁ ପୋଲିସ ପ୍ରଶାସନ ଙ୍କ ତରଫରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ମହିଳା ଙ୍କ ଖୋଜ ଖବର କିଛି ମିଳୁ ନାହିଁ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇ ସାରିଲେଣି । ବାଘମାରୀ ଥାନାକୁ ଧାଇଁ ଧାଇଁ ସମସ୍ତେ ନିରାଶ ହୋଇସାରିଲେଣି ।
ତେବେ ଏହି ଗ୍ରାମର ସରୋଜା କୁମାର ସେଠି ଜଣେ ଛୋଟ ବ୍ୟବସାୟୀ ଅଟନ୍ତି, ତାଙ୍କର ସ୍ତ୍ରୀ ହେଉଛନ୍ତି ସବିତା ସେଠି, ଦୁଇ ଛୁଆ ଏବଂ ବୃଦ୍ଧା ଶାଶୁ ଙ୍କୁ ନେଇ ତାଙ୍କ ପରିବାର । ଡିସେମ୍ବର 29 ତାରିଖରେ ସରୋଜ ବ୍ୟବସାୟ ପାଇଁ ପୁରୀ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସବିତା ଘରେ ଦୁଇ ପୁଅ ଙ୍କୁ ବୁଝାଇ ପାଖରେ ଥିବା ପୋଖରୀରୁ ଆସୁଛି ବୋଲି କହି ଯାଇଥିଲେ ।
ସେ ଆସିଲେ ପଇସା ଦେଲେ ବରା ଆଣି ଖାଇବା ବୋଲି ମଧ୍ୟ କହିଥିଲେ । ରାତି ହେବାରୁ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମଧ୍ୟ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର ଖୋଜ ଖୋବାର କିଛି ମିଳି ନଥିଲା । ମହିଳା ଙ୍କ ସ୍ଵାମୀ ମଧ୍ୟ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ସ୍ତ୍ରୀ କୁ ଯଥାଶୀଘ୍ର ତାଙ୍କ ପିଲାଙ୍କ ପାଖକୁ ନେଇ ଆସନ୍ତୁ ପୋଲିସ ପ୍ରଶାସନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।