‘ମାମା କହିଲା ମୁଁ ଆସିଲେ ପଇସା ଦେବି ତମେ ଦୁଇ ଭାଇ ବରା ଆଳୁଚପ ଖାଇବ, ହେଲେ ସେ…’ ମା’କୁ ନପାଇ ବିକଳ ହେଇ କାନ୍ଦୁଛି କୁନି ପୁଅ

ବନ୍ଧୁଗଣ, ସୂଚନା ଅନୁଯାୟୀ ଛଳ ଛଳ ଆଖିରେ ଓଠ ଫଟାଇ କୋହଭରା ସ୍ଵରରେ କହୁଛି ପୁଅ ମାମା ତୁ ବହୁତ ମନେ ପଡୁଛୁ । ଗଲାବେଳେ ତାଙ୍କ ମାମା କହିଥିଲେ ଯେ ଟିକିଏ ଏଇଠୁ ଆସୁଛି । ଦୁଇ ଭାଇ ଙ୍କୁ ପଇସା ଦେବି ତୁମେ ବରା ଆଳୁଚପ ଖାଇବ । କିନ୍ତୁ ସାନପୁଅ କହିଥିଲା ମାମା ମୁଁ ଜିବି ତୋ ସହିତ, କିନ୍ତୁ ମନା କରିଦେଇଥିଲା ମାମା । ଆଉ ବର୍ତ୍ତମାନ ସୁଦ୍ଧା କୁଆଡେ ଗଲା କେଜାଣି ଏ ଯାଏଁ ଫେରି ନାହିଁ ।

ନିଜ ମା’ ଙ୍କ କିଛି କଥା କୁ ମନେ ପକାଇ କଇଁ କଇଁ ହୋଇ କାନ୍ଦୁଛନ୍ତି କଅଁଳା ପିଲା । ପିଲା ଦୁହି ଙ୍କ ମା’ କେଉଁଆଡେ ନିଖୋଜ ଥିବା ଖବର ବର୍ତ୍ତମାନ ସାରା ଅଞ୍ଚଳ କୁ ଚିନ୍ତାରେ ପକାଇ ଦେଇଛି । ତାଙ୍କୁ କିଏ ନେଇ ଯାଇଛି ନା ଅଘଟଣ କିଛି ଘଟିଛି ନା ଜାଣିଶୁଣି ସେ କେଉଁଆଡେ ଚାଲି ଯାଇଛନ୍ତି ଏହିଭଳି ଅନେକ ଗୁଜବ ଚିନ୍ତା କରିଛନ୍ତି ପରିବାର ଲୋକେ ।

ଏହି ମହିଳା ଙ୍କ ନିଖୋଜର ପ୍ରାୟ 6 ଦିନ ବୀତିଗଲାଣି ।  କିନ୍ତୁ ପୋଲିସ ପ୍ରଶାସନ ଙ୍କ ତରଫରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ମହିଳା ଙ୍କ ଖୋଜ ଖବର କିଛି ମିଳୁ ନାହିଁ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇ ସାରିଲେଣି । ବାଘମାରୀ ଥାନାକୁ ଧାଇଁ ଧାଇଁ ସମସ୍ତେ ନିରାଶ ହୋଇସାରିଲେଣି ।

ତେବେ ଏହି ଗ୍ରାମର ସରୋଜା କୁମାର ସେଠି ଜଣେ ଛୋଟ ବ୍ୟବସାୟୀ ଅଟନ୍ତି, ତାଙ୍କର ସ୍ତ୍ରୀ ହେଉଛନ୍ତି ସବିତା ସେଠି, ଦୁଇ ଛୁଆ ଏବଂ ବୃଦ୍ଧା ଶାଶୁ ଙ୍କୁ ନେଇ ତାଙ୍କ ପରିବାର । ଡିସେମ୍ବର 29 ତାରିଖରେ ସରୋଜ ବ୍ୟବସାୟ ପାଇଁ ପୁରୀ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସବିତା ଘରେ ଦୁଇ ପୁଅ ଙ୍କୁ ବୁଝାଇ ପାଖରେ ଥିବା ପୋଖରୀରୁ ଆସୁଛି ବୋଲି କହି ଯାଇଥିଲେ ।

ସେ ଆସିଲେ ପଇସା ଦେଲେ ବରା ଆଣି ଖାଇବା ବୋଲି ମଧ୍ୟ କହିଥିଲେ । ରାତି ହେବାରୁ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମଧ୍ୟ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର ଖୋଜ ଖୋବାର କିଛି ମିଳି ନଥିଲା । ମହିଳା ଙ୍କ ସ୍ଵାମୀ ମଧ୍ୟ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ସ୍ତ୍ରୀ କୁ ଯଥାଶୀଘ୍ର ତାଙ୍କ ପିଲାଙ୍କ ପାଖକୁ ନେଇ ଆସନ୍ତୁ ପୋଲିସ ପ୍ରଶାସନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.