ଛପିକି ରହୁଛି ଆଟାକ କରୁଛି ! ତାଟି କବାଟ ସବୁ ବନ୍ଦ, ଆତଙ୍କିତ ଗାଁ ଲୋକ…ଜାଣନ୍ତୁ ପୁରା ମାମଲା

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାଜପୁର ଅଞ୍ଚଳରେ ମାଙ୍କଡଟି ତାଣ୍ଡବ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆସନ୍ତୁ ଏ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଖବର ଅନୁଯାୟୀ ତାଟି କବାଟ ସବୁ ବନ୍ଦ କରି ରଖୁଛନ୍ତି ଗ୍ରାମବାସୀ । ବାହାରକୁ ବାହାରିବାକୁ ମଧ୍ୟ ଭୟ ଲାଗୁଛି । ହାତରେ ଠେଙ୍ଗାବାଡି ଧରି ସଜାଗ ଅଛନ୍ତି ଗ୍ରାମବାସୀ । ଅପର ପାର୍ଶ୍ଵରେ ରାଜରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଯାହାକୁ ଚାହିଁବେ ସମସ୍ତ ଙ୍କ ମୁହଁରେ ଭୟର ବାତାବରଣ ।

କ’ଣ ହୋଇଛି ବୋଲି ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ଗୋଟିଏ ମାଙ୍କଡ ଗାଁ ର 15 ରୁ ଅଧିକ ଲୋକଙ୍କୁ କାମୁଡି କ୍ଷତାକ୍ତ କରିସାରିଲାଣି । କାହାର ଗୋଡରେ ମାଂସ ନାହିଁ ତ କାହା ହାତରୁ ମାଂସ ପୁଳାଏ ଝାମ୍ପି ନେଇଛି । ଏହି ଘଟଣା ହେଉଛି ଯାଜପୁର ଥାନା ଅନ୍ତର୍ଗତ ବିଜିପୁର ଏବଂ ଇନ୍ଦାସ ଗ୍ରାମରେ । ଗତ 15 ଦିନ ହେବ ଗୋଟିଏ ମାଙ୍କଡ ଆତଙ୍କ ଖେଳାଇଛି ।

ସେ ଲୁଚି ରହୁଛି ଏବଂ ଦୌଡି ଆସି ପୁଳାଏ ପୁଳାଏ ମାଂସ ଝାମ୍ପି ନେଉଥିବାର ଅଭିଯୋଗ ହେଉଛି । ଗ୍ରାମବାସୀ ଙ୍କର କହିବା ଅନୁଯାୟୀ 5 ତାରିଖରୁ ମାଙ୍କଡଟି ଆସି ସମସ୍ତଙ୍କୁ କାମୁଡି ବାରେ ଲାଗିଛି । ଘରୁ ବାହାର କରି ଦେଉନି କାହାକୁ ମଣିଷ ଦେଖିଲା ମାତ୍ରେ ମାଙ୍କଡଟି ତାଙ୍କ ଉପରକୁ ଡେଉଁଛି । 8 ଦିନ ହେବ ସମସ୍ତେ ଭୟରେ ଘରେ କବାଟ ଦେଇ ରହୁଛନ୍ତି ।

ବନ ବିଭାଗ ମାଙ୍କଡକୁ ଆୟତ କରି ପାରୁ ନଥିବାରୁ ଗ୍ରାମବାସୀ ନିଆଁ ଜାଳି ରାସ୍ତାରୋକ କରିଥିଲେ । ଗ୍ରାମରେ ଯାଜପୁର ରୋଡ ବନ ଅଧିକାରୀ ଏବଂ ରେସକ୍ୟୁ ଟିମ ପହଞ୍ଚି ଉତପାତ ଚଳାଇଥିବା ମାଙ୍କଡ କୁ ଧରିବା ପାଇଁ ଉଦ୍ୟମ କରିଥିଲା । ଫରେଷ୍ଟର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ ଯେ ମାଙ୍କଡ କୁ ଧରିବା ପାଇଁ ପ୍ରାୟ 20 ଜଣିଆ ଟିମ ଆସିଛନ୍ତି, ଚେଷ୍ଟା ଚାଲିଛି ମାଙ୍କଡଟିକୁ କିଭଳି ସୁରକ୍ଷିତ ଭାବରେ ଧରିପାରିବେ ।

ତେବେ ନିଶ୍ଚିତ ଭାବରେ ତାକୁ ଧରିବେ ବୋଲି କହିଥିଲେ ଫରେଷ୍ଟର । ଆଶ୍ଵାସନା ଦେଲେ ମଧ୍ୟ ମାଙ୍କଡଟି ଯେଉଁଭଳି ଭାବରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ତାହା ତାଙ୍କ ହାତରେ ଧରିଥିବା ଠେଙ୍ଗାକୁ ଦେଖିଲେ ଜଣା ପଡୁଛି । ତେବେ ବଡ ଲୋକଙ୍କ ସମେତ ମାଙ୍କଡ ଛୋଟ ଛୋଟ ଛୁଆ ମାନଙ୍କ ଉପରେ ମଧ୍ୟ ଏହିଭଳି ଆକ୍ରମଣ କରୁଥିବାର ସୂଚନା ମିଳିଥିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *